Odisha news

ନିଜ ବିବାହରେ କନ୍ୟା ମନାକଲେ ମଦ ପରଷିବା ପାଇଁ : ତାପରେ ଘଟିଲା ଏହିପରି..

ନୂଆଦିଲ୍ଲୀ : ଏଭଳି ଗୋଟିଏ ବିବାହ କାର୍ଯ୍ୟକ୍ରମ ଯେଉଁଠି ଝିଅ ନିଜ ବିବାହରେ ମଦ ବରଯାତ୍ରୀଙ୍କ ଦେବାପାଇଁ ବାରଣ କରିଥିଲେ l ପିତା ଝିଅଙ୍କର କଥାରଖି ଗୋଟିଏ ବୁନ୍ଦା ମଧ୍ୟ ମଦ ବିବାହ କାର୍ଯ୍ୟରେ କାହାରିକୁ ପିଇବାକୁ ଦେଇ ନଥିଲେ l ଏହି ଘଟଣାଟି ଘଟିଛି ଉତରାଖଣ୍ଡରେ ,ଝିଅଟିର ନାମ ହେଉଛି ଗୀତା l ଗୀତା ନିଜ ପିତାଙ୍କ ନିକଟରେ କହିଥିଲେ ମୋ ବିବାହ କାର୍ଯ୍ୟରେବ କେହି ମଧ୍ୟ ମଦ୍ୟପାନ କରିବେ ନାହିଁ ,ଏହା ମୋର ଆନ୍ତରିକ ଇଛା ଅଟେ l ଏହା ପରେ ତାଙ୍କ ପିତା ବିବାହରେ ଯୋଗଦେବା ପୂର୍ବରୁ ବର ପକ୍ଷଙ୍କୁ ମଧ୍ୟ ଏବିଷୟରେ ସୂଚନା ଦେଇ ପୂର୍ବରୁ ଜଣାଇ ଦେଇଥିଲେ l ବରପକ୍ଷ ଏହାକୁ ନେଇ କୌଣସି ପ୍ରଶ୍ନ ବାଚୀ ସୃଷ୍ଟି କରିନଥିଲେ l

ବିବାହ କାର୍ଯ୍ୟ ରମ୍ଭା ହୋଇଥିଲା ,ଗୀତାଙ୍କ ପିତା ବଳବନ୍ତ ସିଂହ ଝିଅର ମାଣରକ୍ଷା କରି ମଦ ସହିତ ଧୁମ୍ରପାନ କରିବା ପାଇଁ ମଧ୍ୟ ମନା କରିଥିଲେ l ଏହା ପରେ ବିବାହ କାର୍ଯ୍ୟ ଧୁମ ଧାମରେ ହୋଇଥିଲା l ଗ୍ରାମବାସୀ ମଧ୍ୟ ବିନା ମଦରେ ବିବାହ କାର୍ଯ୍ୟରେ ଯୋଗ ଦେଇଥିଲେ l ଗାଁର ସରପଞ୍ଚ ଗୀତାର ପ୍ରଶଂସା କରି କହିଥିଲେ ଯେ ଗୀତା ଆଜିକାଲିର ଯୁଗ ପିଢିଙ୍କ ପାଇଁ ଗୋଟିଏ ପ୍ରେରଣା ଅଟେ l ପ୍ରଥମେ ବରପକ୍ଷ ବିନା ମଦରେ ବିବାହ କାର୍ଯ୍ୟକୁ ଗୁରୁତ୍ୱ ଦେଇ ନଥିଲେ ଯେତେବେଳେ ଗୀତ ତାଙ୍କ ଭାବି ସ୍ୱାମୀଙ୍କ ସହିତ ଏହି ବିଷୟରେ ଚର୍ଚା କରିଥିଲେ ତାପରେ ଯାଇ ବରପକ୍ଷ ବିବାହ ପାଇଁ ରାଜି ହୋଇଥିଲେ l

ଗ୍ରାମର ମୁଖିଆ କହିଛନ୍ତି ଯେ ଆମେ ଏହିଭଳି ଆମର ଯୁବପିଢିଙ୍କୁ ମଦକୁ ବାରଣ କରିବା ପାଇଁ କହୁଛୁ l ଗୀତା ତାଙ୍କ ପିତାଙ୍କୁ କହିଥିଲେ ମୋ ବିବାହ କାର୍ଯ୍ୟରେ ମଦ ପାଇଁ ଯେଉଁ ପଇସା ଖର୍ଚ ହୋଇଥାନ୍ତା ସେହି ପଇସା ମୋ ଗ୍ରାମର ଛୋଟ ଛୋଟ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ କରାଯାଉ l ଏହା ପରେ ତାର ପିତା ମଧ୍ୟ ଗୀତା କଥାରେ ରାଜି ହୋଇ ସେହି ଅର୍ଥକୁ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ କରିବେ ବୋଲି ସ୍ଥିର କଲେ l

0Shares
0