Odisha news

ରଙ୍କ କୁ ମଧ୍ୟ ରାଜା କରି ଦେଇଥାଆନ୍ତି ଶନିଦେବ ,ହୋଇଥାଏ ଭାଗ୍ୟଦୋୟ

ଶନିଙ୍କ ଅଶୁଭ ପ୍ରଭାବରୁ ବ୍ୟକ୍ତି ଅତ୍ୟନ୍ତ ଭୟଭୀତ ରହିଥାଏ l କୁଣ୍ଡଳୀ ରେ ଶନିଙ୍କ ଅଶୁଭ ସ୍ଥାନ ରହିବା କାରଣରୁ ବ୍ୟକ୍ତିକୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ,କିନ୍ତୁ ଯଦି ଶନିଙ୍କର ଶୁଭ ପ୍ରଭାବ କୌଣସି ବ୍ୟକ୍ତି ଉପରେ ପଡେ ତେବେ ତାର ଜୀବନ ଖୁସିରେ ଭରି ଉଠିଥାଏ l ଧାର୍ମିକ ମାନ୍ୟତା ଅନୁସାରେ ଶନିଦେବଙ୍କ କୃପା ଯଦି ରୁହେ ତେବେ ରଙ୍କ ମଧ୍ୟ ରାଜା ହୋଇଯାଏ l

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି କର୍ମର ଫଳଦାତା l ଶନି କର୍ମ ଅନୁସାରେ ଫଳ ଦେଇ ଥାଆନ୍ତି l ଶନି ଯାହା ଉପରେ ସନ୍ତୁଷ୍ଟ ହୋଇ ଯାଆନ୍ତି ତାର ଜୀବନରୁ ସମସ୍ତ ଅସୁବିଧା ଦୂର କରି ଦେଇଥାଆନ୍ତି l

ଆସନ୍ତୁ ଜାଣିବା ଶନିଦେବ ସନ୍ତୁଷ୍ଟ ହେବା ଦ୍ୱାରା କି ଲାଭ ମିଳିଥାଏ –

* କୁଣ୍ଡଳୀ ରେ ଶନି ଙ୍କ ଶୁଭ ଦୃଷ୍ଟି ରହିବା ଦ୍ୱାରା ବ୍ୟକ୍ତିକୁ ଭବନ ସୁଖ ପ୍ରାପ୍ତ ହୋଇଥାଏ l ଏହି ସମୟରେ ବ୍ୟକ୍ତି ଭବନ ନିର୍ମାଣ କାର୍ଯ୍ୟ କରିଥାଏ l

* ଯେଉଁ ବ୍ୟକ୍ତି ଉପରେ ଶନିଙ୍କ ଶୁଭ ଦୃଷ୍ଟି ପଡେ ସେ ତାର ଜୀବନରେ ଅନେକ ଉନ୍ନତି କରିଥାଏ l

ଆସନ୍ତୁ ଜାଣିବା ଶନି ଦେବଙ୍କୁ ପ୍ରସନ୍ନ କରିବାର ଉପାୟ –

* ଶନିଙ୍କ କୃପା ଲାଭ କରିବା ପାଇଁ ହନୁମାନଙ୍କୁ ପୂଜା କରନ୍ତୁ l ହନୁମାନଙ୍କ ଭକ୍ତ ଉପରେ ଶନି ଙ୍କ ଖରାପ ଦୃଷ୍ଟି ପଡେନାହିଁ l ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରିଥାଏ ତା ଉପରେ ଶନିଙ୍କ ସହିତ ହନୁମାନଙ୍କ ଆଶୀର୍ବାଦ ରୁହେ l

* ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାରଦିନ ତେଲ ଅର୍ପଣ କରନ୍ତୁ l ତା ସହିତ ହନୁମାନଙ୍କରେ ନିକଟରେ ରାଶିତେଲ ଦ୍ବୀପ ଜଳାନ୍ତୁ l

0Shares
0