ନର୍ଲା – (ଦୀପକ କୁମାର ଠାକୁର ) ନର୍ଲା ପଂଚାୟତ ସମିତିର +୨ କଲେଜ ର ଲାଇବ୍ରେରିଆନ ନବୀନ କୁମାର ଚନ୍ଦ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଟିତ ହୋଇଯାଇଛି । କରୋନ କୁ ଆଖି ଆଗରେ ରଖି ସାମାଜିକ ସମ ଦୁରତ୍ଵ ରଖାଯାଇ ନିରାଡମ୍ବର ଭାବେ କଲେଜ ଅଧକ୍ଷ ସୁଜାତା କରଙ୍କ ଅଧକ୍ଷତାରେ ସଭା ଅନୁଷ୍ଟିତ ହୋଇ ଥିଲା । ଇଂରାଜୀ ଅଧ୍ୟାପକ ସୁଶୀଲ ଶତପଥୀ ,ସନ୍ତୋଷ ବୁଧିଆ କଲେଜ ଖେଳ ଶିକ୍ଷକ ସୁମନ୍ତ ପୁଝାରି ,ସୁରେଶ ନାଏକ ,କିରାଣୀ ନରସିଂହ ନାଏକ ,ବୃନ୍ଦାବନ ଲାଲପଣ୍ଡା ଗଉଡ ଯୋଗ ଦେଇ ନବୀନ କୁମାର ଚାନ୍ଦ ଙ୍କୁ ଶୃଙ୍ଖଳା ଓ କରତବ୍ୟ ପରାୟଣତା ଉପରେ ମତ ପ୍ରକାଶ କରିଥିଲେ ,ତଥା କଲେଜ ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନବୀନ କୁମାର ଚାନ୍ଦ ଙ୍କୁ ତ୍ୟାଗ ଓ ସେବା ଅବସର ସମୟ ସୁଖମୟ ହେଉ ବୋଲି କାମନା କରିଥିଲେ ।
Comments are closed.