Odisha news

ବ୍ରହ୍ମପୁରରେ ଯୁବକ କୁଂ ଧାରୁଆ ବ୍ଲେଡ଼ରେ ଗଳାକାଟି ହତ୍ୟା ଉଦ୍ୟମ

ବ୍ରହ୍ମପୁର : (ସୁଶାନ୍ତ କୁମାର ପଟ୍ଟନାୟକ) : ରେଶମ ସହର ବ୍ରହ୍ମପୁର ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକ କୁ ଆକ୍ରମଣ। ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳ ର ସୁଭମ ବେହେରା ସକାଳୁ ଗୋପାଳପୁର ରାସ୍ତାରେ ଥିବା ଡୁରା ଛକ ନିକଟସ୍ଥ ଏକ ପୋଖରୀ କି ଗାଧେଇବା କୁ ଯାଇଥିଲେ ଠିକ ସେହି ସମୟରେ କିଛି ଦୁର୍ବୁତ ଆସି ତାଙ୍କୁ ଏକ ଧାରୁଆ ବ୍ଲେଡ଼ ରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥା ଦେଖି କିଛି ସାଙ୍ଗ ସାଥି ପରିବାର କୁ ଖବର ଦେଲାପରେ ପରିବାର ଲୋକମାନେ ତାଙ୍କୁ ଏମକେସିଜି ମେଡିକାଲ କୁ ସ୍ଥାନାନ୍ତରିତ କରିଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା କଥା ପରିବାର ସଦସ୍ୟ ମାନେ କହିଛନ୍ତି। ତାଙ୍କର ଗଳା ରେ ତିନି ଜାଗା କାଟି ଥିବା ବେଳେଓ ହାତରେ ତିନିଟି ସ୍ଥାନରେ ଆଘାତ ହୋଇଛି।

Comments are closed.