Odisha news

ଫାଷ୍ଟଫୁଡ ଦୋକାନରେ ନିଆଁ ଲଗାଇ ଜାଳିଦେଲା ଅଜଣା ଦୁର୍ବୃତ୍ତ

କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ) ଫାଷ୍ଟଫୁଡ ଦୋକାନକୁ ନିଆଁ ଲଗାଇ ଜାଳିଦେଲା କୌଣସି ଅଜଣା ଦୁର୍ବୃତ୍ତ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଠାରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ଗତ ମଧ୍ୟ ରାତ୍ରିରେ ଘଟିଛି ଏଭଳି ଏକ ଘଟଣା ।ସୂଚନା ଅନୁସାରେ ବି ନାଗେଶ୍ଵର ପାତ୍ର ନାମକ ଜଣେ ଗରିବ ବ୍ଯବସାୟୀ ବେଗୁନିଆପଡ଼ା ଠାରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ଫାଷ୍ଟଫୁଡ୍ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ତେବେ ଶୁକ୍ରବାର ରାତି ୧୦ ଟା ବେଳେ ଦୋକାନ ବନ୍ଦ କରି ନିଜ ଘରକୁ ଚାଲି ଯାଇଥିଲେ ସଂପୃକ୍ତ ବ୍ଯବସାୟୀ।
ଏହାପରେ ପରେ କୌଣସି ଦୁବୃର୍ତ୍ତ ଦୋକାନରେ ନିଆଁ ଲଗାଇ ଦେଇଥିବା ବେଳେ ଦୋକାନରେ ଥିବା ଗ୍ଯାସ ଟାକିଂ, ଷ୍ଟୋଭ ସମେତ ସମସ୍ତ ଉପକରଣ ଜଳିପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗି ଗ୍ଯାସ ଟାକିଂଟି ଫାଟି ଯାଇଥିବା ବେଳେ ଦୋକାନ କେବିନ୍ ଟି ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି।
ତେବେ କୌଣସି ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଥିବା ବେଳେ ଏଭଳି କୁତ୍ସିତ କାର୍ଯ୍ୟ କରିଥିବା ବ୍ଯକ୍ତିକଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ବେଗୁନିଆପଡ଼ା ଫାଣ୍ଡିର ଦ୍ବାରସ୍ଥ ହୋଇଛନ୍ତି କ୍ଷତିଗ୍ରସ୍ତ ବ୍ଯବସାୟୀ ବି ନାଗେଶ୍ଵର। ପୋଡି ଯାଇଥିବା ଦୋକାନ ସମ୍ମୁଖରେ ଥିବା ବିଦେଶୀ ମଦ ଦୋକାନରେ ସିସିଟିଭି କ୍ୟାମେରା ଲାଗିଥିବାରୁ ପୋଲିସ ସିସିଟିଭି ଫୁଟେଜକୁ ଛାନଭିନ୍ କଲେ ଅଭିଯୁକ୍ତଙ୍କୁ ଧରିବାକୁ ସୁବିଧା ହେବ ବୋଲି କହିଛନ୍ତି ସ୍ଥାନୀୟ ଲୋକେ।

Comments are closed.