Odisha news

ତୁଳାପଡ଼ା ରାଜସ୍ବ ନିରୀକ୍ଷଣ ଭିଜିଲାନସ ହାତରେ ଧାରାପଡ଼ିଲେ

ନର୍ଲା /୨୫/୦୩/୨୧ନର୍ଲା ( ଦୀପକ ଠାକୁର ) : କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ କାର୍ଯ୍ୟାଳୟ ଅନ୍ତର୍ଭୁକ୍ତ ତୁଲାପଡ଼। ରାଜସ୍ବ ନିରୀକ୍ଷକ ଥବିର ଭୋଇ ଜମିର ନିଉଟେସନ କରିଦେବା ପାଇଁ ୫୦୦୦ ହଜାର ଟଙ୍କା ଲାଞ୍ଚନେଉଥିବା ବେଳେ ଭିଜିଲେନସ ହାତରେ ଧରା ପଡିଛନ୍ତି । ଖବର ନେବାରୁ ଜଣାପଡିଛି ଯେ ବଲସିଙ୍ଗା ପଞ୍ଚୟତ ଅଧିନସ୍ତ ତେରଲୋ ନିବାସୀ
ନିରଂଞ୍ଜନ ନାୟକ ଙ୍କୁ  ୧୫ଟି ପ୍ଲଟର ସ୍କେଚମେପ ଓ ଡିମାର୍କଏସନ ବାବଦରେ ୫୦୦୦ ହଜାର ଟଙ୍କା ଦାବୀ କରିଥିଲେ । ଏହାକୁ ନେଇ ନିରଂଞ୍ଜନ ନାୟକ ଜିଲ୍ଲା ଦୁର୍ନୀତି ବିଭାଗ କୁ ଜଣାଇଥିଲେ । ଅଭିଯୋଗ ପାଇଁ କଳାହାଣ୍ଡି ଜିଲ୍ଲା ଭିଜିଲେନ୍ସ ଡ଼ିଏସପି ସତ୍ୟବାନ ମହନନ୍ଦ ଙ୍କ ନେତୃତ୍ୱରେ ନୂଆପଡ଼ା ଇନିସପେଟର ଦୀନବନ୍ଧୁ ବେହେରା , ଭବାନୀପାଟଣା ଷ୍ଟେନୋ ସନ୍ତୋଷ ମହାନ୍ତି , ନୂଆପଡ଼ା ଷ୍ଟେନୋ ଶିବ ପ୍ରଧାନ , କନେଷ୍ଟବଳ ରାଜେଶ ନାୟକ, ବ୍ରାହ୍ମ।ନନ୍ଦ ପଣ୍ଡା , ଗୁଣନିଧି ସାହୁ ଓ ସରକାରୀ ସାକ୍ଷୀ ଭାବରେ ଡ଼ିଫଓ ଦକ୍ଷିଣ ରୁ ଶୁଭମ ପଣ୍ଡା ଓ ବିଶ୍ୱରଞ୍ଜନ ପଣ୍ଡା ଉପସ୍ଥିତ ଥିଲେ । ତୁଳାପଡ଼ା ରାଜସ୍ବ ନିରୀକ୍ଷଣ ଥବିର ଭୋଇ ଙ୍କୁ ଅଧିକ ତଦନ୍ତ ପାଇଁ ଭବାନୀପାଟଣା ନିଆଯାଇ ଥିବା ଜଣାପଡ଼ିଛି ।

Comments are closed.