Odisha news

JEE ମେନ୍ ୨୦୨୧ ର ପରିଣାମ : କାବ୍ୟା ଚୋପଡା ୩୦୦/୩୦୦ ପାଇଥିବା ପ୍ରଥମ ଛାତ୍ରୀ ହେଲେ

ନୂଆଦିଲ୍ଲୀ : ଦିଲ୍ଲୀର କାବ୍ୟା ଚୋପଡା ସଂଯୁକ୍ତ ପ୍ରବେଶ ପରୀକ୍ଷା (JEE) ମେନ ୨୦୨୧ ରେ ୧୦୦ ପ୍ରତିଶତ ନମ୍ବର ହାସଲ କରିଛନ୍ତି ,ତା ସହିତ ଇଂଜିନିୟରିଂ ପରୀକ୍ଷାରେ ୩୦୦ ନମ୍ବର ପାଇଥିବା ପ୍ରଥମ ଝିଅ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି l କାବ୍ୟା ଚୋପଡା ଫେବୃଆରୀ ମାସରେ ପ୍ରୟାଶରୁ ନିଜର ସ୍କୋର ସୁଧାରିବା ଆରମ୍ଭ କରିଥିଲେ ଯେଉଁଥିରେ ସେ ୯୯.୯ ପ୍ରତିଶତ ନମ୍ବର ପ୍ରାପ୍ତ କରିଥିଲେ l ସେ ବର୍ତ୍ତମାନ IIT ପ୍ରବେଶ ପରୀକ୍ଷା -JEE ଆଡ଼ଭାନ୍ସ ୨୦୨୧ ର ପ୍ରସ୍ତୁତି ଆରମ୍ଭ କରିଛନ୍ତି l

ସେ ନିଜର ୯୯.୯ ପ୍ରତିଶତ ନମ୍ବରକୁ ଆଧାର କରି JEE ଆଡ଼ଭାନ୍ସ ପାଇଁ ଯୋଗ୍ୟ ହୋଇପାରି ଥାନ୍ତେ ,କାବ୍ୟା ଚୋପଡା କହିଛନ୍ତି ସେ ଏଥିରେ ସନ୍ତୁଷ୍ଟ ନଥିଲେ ଓ ଜାଣିଥିଲେ ଅଧିକ ଭଲ କରି ପାରିବେ l ଆଲେନ କୋଚିଂ ସଂସ୍ଥା ,କୋଟା ,କାବ୍ୟା ଚୋପଡାଙ୍କ ଉଦେଶ୍ୟ ବର୍ତମାନ IIT ଦିଲ୍ଲୀ କିମ୍ବା IIT ମୁମ୍ବାଇରେ କମ୍ପୁଟର ବିଜ୍ଞାନ ଅଧୟନ କରିବା ଉଦେଶ୍ୟ ରହିଛି l ସେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ “ମୋର ଗଣିତ ପସନ୍ଦ ଅଟେ ଓ କମ୍ପୁଟର ବିଜ୍ଞାନ ଗଣିତର ଗୋଟିଏ ଅଂଶ ଅଟେ ତେଣୁ ମୁଁ ଏଥିରେ ନିଜର କ୍ୟାରିୟର କରିବାକୁ ଚାହୁଁଛି l

ସେ ଆହୁରି ମଧ୍ୟ କହିଛନ୍ତି ମୋର ମାତାପିତା ମୋ ଭିତରେ ଓ ମୋର ଭାଇ ଭିତରେ କୌଣସି ଫରକ ଦେଖି ନାହାନ୍ତି କିମ୍ବା ଭେଦଭାବ କରି ନାହାନ୍ତି l କିନ୍ତୁ ମୁଁ ଜାଣିଛି ଭାରତରେ ଏଭଳି ବହୁତ ଝିଅ ଅଛନ୍ତି ଯେଉଁମାନଙ୍କୁ ବିଶେଷ ଅଧିକାର ମଧ୍ୟ ମିଳିନାହିଁ l ତେଣୁ ମୁଁ ମୋ ବାପାମାଙ୍କ ପାଖରେ ଅଭର ବ୍ୟକ୍ତ କରୁଛି ଓ ଭାବୁଛି ଅନ୍ୟ ଝିଅ ମାନଙ୍କ ପାଇଁ ସ୍ୱାଧୀନତାର ଦ୍ୱାରା ଖୋଲିଯିବା l

୧୭ ବର୍ଷୀୟା କାବ୍ୟା ଚୋପଡାଙ୍କ ପିତା ଦିଲ୍ଲୀର ଜଣେ ଇଂଜିନିୟର ଅଟନ୍ତି ,ସେ ତାଙ୍କ ପିତାଙ୍କ ଠାରୁ ପ୍ରେରଣା ପାଇଛନ୍ତି ବୋଲି କହିଛନ୍ତି l ସେ କହିଛନ୍ତି JEE ମେନ୍ସ ପାଇଁ ଦିନକୁ ୭ ରୁ ୮ ଘଣ୍ଟା ପାଠ ପଢ଼ୁଥିଲି ଓ ବିଶେଷ କରି କେମେଷ୍ଟ୍ରି ଉପରେ ଧ୍ୟାନ ଦେଇଥିଲି l ମୋର ରସାୟନ ବିଜ୍ଞାନରେ ସାମାନ୍ୟ କମ ନମ୍ବର ଥିଲା ତେଣୁ ଫେବୃଆରୀର ପରିଣାମ ଓ ମାର୍ଚ୍ଚ ମାସ ପରୀକ୍ଷା ମଧ୍ୟରେ ୧୫ ଦିନ ପର୍ଯ୍ୟନ୍ତ ରସାୟନ ବିଜ୍ଞାନରେ ଧ୍ୟାନ କେନ୍ଦ୍ରିତ କରିଥିଲି l

ସେ ପ୍ରତିଦିନ ଅଭୟାସ ପାଇଁ ଗତ ବର୍ଷର NCERT ପ୍ରଶ୍ନପତ୍ର ଅନୁସରଣ କରିଥିଲେ l ଲକଡାଉନ ସମୟରେ ଭାବାତ୍ମକ ହୋଇ ପଡ଼ିଥିଲେ ମଧ୍ୟ ବର୍ତ୍ତମାନ ଦୃଢ ସଂକଳ୍ପ ସହିତ ଆଗକୁ ବାଢ଼ିଛନ୍ତି l କାବ୍ୟା ଚୋପଡା ଗୋଟିଏ ଉଜ୍ବଳ ଛାତ୍ର ଥିଲେ ,୧୦ ମ ଶ୍ରେଣୀରେ ୯୭.୬ ପ୍ରତିଶତ ନମ୍ବର ରଖିଥିଲେ l ପରୀକ୍ଷାରେ ପଂଜିକୃତ କରିଥିବା ୬ ଲକ୍ଷ ଛାତ୍ର ମାନଙ୍କ ମଧ୍ୟରୁ ମାତ୍ର ୧୩ ଜଣ ଛାତ୍ରଙ୍କୁ ୧୦୦ ପ୍ରତିଶତ ନମ୍ବର ମିଳିଛି l

Comments are closed.