Odisha news

ଅଜଣା ଚାଷୀଙ୍କୁ ଦୁନିଆ ଆଗରେ ପରିଚିତ କରାଇଲା ୯ କେଜିର ମୂଳା : ଜାଣନ୍ତୁ ପୁରା ଖବର

ନୂଆଦିଲ୍ଲୀ : ପ୍ରାୟ ସମସ୍ତ ଲୋକ ମୂଳା ଖାଇଛନ୍ତି ଓ ଦେଖିଛନ୍ତି ,କିନ୍ତୁ ଆପଣ କେବେ ୯ କେଜିର ମୂଳା ଦେଖିନଥିବେ l ମହାରାଷ୍ଟ୍ରର ଜଣେ କୃଷକ ଗୋଟିଏ ୯ କେଜିର ମୂଳା ଉତ୍ପାଦନ କରିଛନ୍ତି l ଲୋକମାନେ ତାହାକୁ ମାଷ୍ଟର ମୂଳ ବୋଲି କହୁଛନ୍ତି l ମହାରାଷ୍ଟ୍ର ରାଜ୍ୟର ବୁଲଢାଣା ଜିଲ୍ଲାର ରାମନାଥ ମୁଣ୍ଡେ ନାମକ ଚାଷୀ ନିଜ କ୍ଷେତରେ ବିଭିନ୍ନ ଫସଲ ଲଗାଇ ଥାନ୍ତି ସବୁବର୍ଷ ଭଳି ସେ ଚଳିତ ବର୍ଷ ମଧ୍ୟ ମୂଳା ଲଗାଇଥିଲେ l ମୂଳା ହୋଇଯିବ ପରେ ସେ ଫସଲ କାଢ଼ିବା ଆରମ୍ଭ କରି ଦେଲେ l ଯେତେବେଳେ ସେ ଫସାଲ କାଢୁଥିଲେ ଗୋଟିଏ ମୂଳା ଓପାଡିବାକୁ ତାଙ୍କୁ ଅନେକ ପରିଶ୍ରମ କରିବାକୁ ପଡିଥିଲା l

ସେ ନିକଟରେ ଥିବା କିଛି ଚାଷୀ ଅଶ୍ରମୀକଙ୍କ ସାହାଯ୍ୟରେ ବଡ କଷ୍ଟରେ ମୂଳାଟିକୁ କାଢିଥିଲେ l ମୂଳାଟି ବାହାରି ସାରିବା ପରେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ l ଏହି ଖବର ମହାରାଷ୍ଟ୍ରର ସମସ୍ତ ସ୍ଥାନରେ ବ୍ୟାପି ଯାଇଥିଲା ଓ ଏହାର ଫଟୋ ଭାଇରାଲ ହେବାରେ ଲାଗିଲା l ନିକଟତମ ଜାଗାରୁ ସୁଦୀର୍ଘ ମୂଳାଟିକୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମିଥିଲା l ଏହି ଜିଲ୍ଲାର ପ୍ରଶାସନ ପକ୍ଷରୁ ମୂଳାଟିକୁ ପ୍ରଦର୍ଶନୀରେ ଲଗାଯିବାର ନିଷ୍ପତି ନିଆଗଲା l ଯେଉଁ ରାମନାଥଙ୍କୁ କେହି ଲୋକେ ଜାଣି ନଥିଲେ ବର୍ତ୍ତମାନ ସେ ଏହି ମୂଳା କାରଣରୁ ସମସ୍ତଙ୍କ ପାଖରେ ପରିଚିତ ଅଟନ୍ତି l ଜିଲ୍ଲା ପ୍ରଶାସନ ସହିତ ରାଜ୍ୟ ପ୍ରଶାସନ ମାଧ୍ୟା ତାଙ୍କର ପ୍ରଶଂସା କରିଛନ୍ତି l

Comments are closed.