ମହାରାଷ୍ଟ୍ରରେ କରୋନା ବିସ୍ଫୋରକ ସ୍ଥିତିରେ , ଗୋଟେ ଦିନରେ ୩୦୫୩୫ ନୂତନ ମାମଲା ,୯୯ ମୃତ୍ୟୁ : ଆସନ୍ତୁ ଜାଣିବା ଅନ୍ୟ ରାଜ୍ୟରେ କରୋନାର ସ୍ଥିତି କଣ
ଦେଶରେ କରୋନା ବର୍ତମାନ ବିସ୍ଫୋରକ ସ୍ଥିତି ଦେଇ ଗତି କରୁଥିବା ଜଣାପଡିଛି। 24 ଘଣ୍ଟା ମଧ୍ୟରେ, କରୋନାର 43,846 ଟି ନୂଆ ମାମଲା ହୋଇଥିବାବେଳେ 197 ଜଣଙ୍କର ମୃତ୍ୟୁ ଘଟିଛି l କେବଳ ମହାରାଷ୍ଟ୍ରରେ ଗୋଟିଏ ଦିନରେ 30,535 ଟି ନୂଆ ମାମଲା ହୋଇଥିବାବେଳେ 99 ଜଣ ପ୍ରାଣ ହରାଇଛନ୍ତି l
କରୋନାଭାଇରସ୍ ଅପଡେଟ୍ସ: ଦେଶରେ କରୋନା ବିସ୍ଫୋରଣର ଦ୍ୱିତୀୟ ରାଉଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଗତ 24 ଘଣ୍ଟା ମଧ୍ୟରେ, କରୋନାର 43,846 ନୂତନ ମାମଲା ମିଳିଥିବାବେଳେ 197 ଜଣ ଲୋକ ପ୍ରାଣ ହରାଇଛନ୍ତି lକରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ମାର୍ଚ୍ଚ 31 ପର୍ଯ୍ୟନ୍ତ ନାଗପୁରରେ ଲକଡାଉନ୍ ଲାଗୁ କରାଯାଇଛି।
ମହାରାଷ୍ଟ୍ରରେ9,69,867 ଜଣ ଲୋକ ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ଏବଂ 9,601 ଜଣ କରୋନା କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ମହାରାଷ୍ଟ୍ରରେ ସମୁଦାୟ 2,10,120 ସକ୍ରିୟ ମାମଲା ଅଛି | ଆଜି 11,314 ରୋଗୀଙ୍କୁ ଡିସଚାର୍ଜ କରାଯାଇଥିଲା l ରାଜ୍ୟରେ ସୁସ୍ଥ ହାର ହେଉଛି 89.32% | ମହାରାଷ୍ଟ୍ରରେ ସମୁଦାୟ 24,79,682 ଲୋକ କରୋନା ପଜିଟିଭ୍ରେ ଆକ୍ରାନ୍ତ ହୋଇଛନ୍ତି l
ଏଥି ସହିତ, ଗତ 24 ଘଣ୍ଟା ମଧ୍ୟରେ ମୁମ୍ବାଇରେ 3775 ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। 10 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 1647 ରୀକଭରୀ ହୋଇଥିଲେ | ନାଗପୁରରେ 3614 ଟି ନୂଆ ମାମଲା ଦେଖିବାକୁ ମିଳିଥିଲା ଏବଂ 32 ଜଣ ଲୋକଙ୍କର ମୃତ୍ୟୁ ହୋଇଛି l
କର୍ଣ୍ଣାଟକରେ କରୋନାର ଦ୍ୱିତୀୟ ଲହର
ସେପଟେ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା କର୍ଣ୍ଣାଟକରେ ଗତ 24 ଘଣ୍ଟା ମଧ୍ୟରେ 1,715 ମାମଲା ରିପୋର୍ଟ ହୋଇଥିଲା ଏବଂ ଦୁଇ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏଠାରେ ସମୁଦାୟ 9,70,202 ମାମଲା ଅଛି | ଏପର୍ଯ୍ୟନ୍ତ 12,434 ଲୋକ ପ୍ରାଣ ହରାଇଛନ୍ତି l
ମଧ୍ୟପ୍ରଦେଶ : ଅନ୍ୟପକ୍ଷରେ, ଗତ 24 ଘଣ୍ଟା ମଧ୍ୟରେ ମଧ୍ୟପ୍ରଦେଶରେ 1322 ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। 663 ଋକଭରୀ ରେକର୍ଡ ହୋଇଥିବାବେଳେ 3 ଜଣଙ୍କର ମୃତ୍ୟୁ ହୋଇ ଘଟିଛି l
ଦିଲ୍ଲୀ : ଦିଲ୍ଲୀରେ, ଗତ 24 ଘଣ୍ଟା ମଧ୍ୟରେ 75,888 ଜଣ କରୋନା ପରୀକ୍ଷା କରିଥିଲେ, ଏମାନଙ୍କ ମଧ୍ୟରୁ 813 ଜଣଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା l
ପଞ୍ଜାବ : ଗତ 24 ଘଣ୍ଟା ମଧ୍ୟରେ ପଞ୍ଜାବରେ 2669 ଟି ନୂଆ କରୋନା ମାମଲା ହୋଇଥିବାବେଳେ 44 ଜଣ ପ୍ରାଣ ହରାଇଛନ୍ତି। 1331 ଲୋକ ସୁସ୍ଥ ହୋଇଥିଲେ l
ରାଜସ୍ଥାନ : ରାଜସ୍ଥାନରେ କରୋନା ବଢୁଥିବା ମାମଲା ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଆଠଟି ସହରରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି l
ୟୁପି : ୟୁପିରେ କରୋନା ସଂକ୍ରମଣ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି | ରବିବାର ଦିନ 496 କରୋନା ମାମଲା ଦେଖିବାକୁ ମିଳିଥିଲା। 16 ଜାନୁଆରୀ ପରେ ଏହା ହେଉଛି ସର୍ବାଧିକ ରୋଗୀ
Comments are closed.