ୱେଷ୍ଟବେଙ୍ଗଲ ଇଲେକ୍ସନ : ଟିଏମସି ଘୋଷଣାପତ୍ର ଠାରୁ ବିଜେପିର ସଂକଳ୍ପ ପତ୍ର କେତେ ଅଲଗା , ଆସନ୍ତୁ ଜାଣିବା ୨ ଦଳ କଣ ପ୍ରତିଶ୍ରୁତି ଦେଇଛନ୍ତି l
ଏହା ବୁଝିବା କଷ୍ଟକର ନୁହେଁ ଯେ ଧର୍ମ, ଜାତି ହେଉ କିମ୍ବା ବିକାଶ ହେଉ, ମମତାଙ୍କୁ ଘେରିବା ପାଇଁ ବିଜେପି କୌଣସି କସର ଛାଡି ନାହିଁ l ବର୍ତ୍ତମାନ ଖାଲି ଦେଖିବାକୁ ଅଛି ୱେଷ୍ଟବେଙ୍ଗଲ ସଚେତନ ଜନତା କେତେଦୂର ଏହି ଦୁଇ ପାର୍ଟିଙ୍କ ଚୁନାବି ଲଳିପପକୁ ବିଶ୍ୱାସକୁ ନେଉଛନ୍ତି l
ଭାରତୀୟ ଜନତା ପାର୍ଟି ଚୁନାବି ମାନିଫେଷ୍ଟ ଶନିବାରଦିନ ଘୋଷଣା କରି ବହୁ ପ୍ରକାର ପ୍ରତିଶୃତି ଦେଇଛି l ପଶ୍ଚିମବଙ୍ଗର ନିର୍ବାଚନରେ ଏହା ହେଉଛି ବିଜେପିର ସବୁଠାରୁ ବଡ ତଥା ଗୁରୁତ୍ୱପୂର୍ଣ୍ଣ ପ୍ରତିଶୃତି l ଏହି ପ୍ରତିଶୃତିଗୁଡ଼ିକ ବଙ୍ଗଳାରେ ଏକ ପରିବର୍ତ୍ତନ ରାଜନୀତି ସଫାସଫା ଦେଖାଯାଉଛି କିନ୍ତୁ ବଙ୍ଗଳା ନିର୍ବାଚନ ପାଇଁ ବିଜେପିର ସଂକଳ୍ପ ପତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ହିଁଦୁତ୍ୱ ରୋଡ଼ ମ୍ୟାପ l ଯାହା ୱେଷ୍ଟବେଙ୍ଗଲ ଲୋକଙ୍କୁ ଅକ୍ରୁଷ୍ଟ କଲାଭଳି ଓ ପ୍ରତିଶୃତି ମଧ୍ୟ ଦେଇଛନ୍ତି ସୁନାର ବାଙ୍ଗଲା କରିବେ l
ବିଜେପି ଏବଂ ମମତା ବାନାର୍ଜୀଙ୍କ ନିର୍ବାଚନ ଘୋଷଣା ପତ୍ର
ମାର୍ଚ୍ଚ 17 ରେ, ମମତା ବାନାର୍ଜୀ 146 ପୃଷ୍ଠାର ଘୋଷଣା ପତ୍ରରେ ଗତ 10 ବର୍ଷର ସଫଳତାକୁ ତାଲିକାଭୁକ୍ତ କରିଥିଲେ ଏବଂ ଅନେକ ପ୍ରତିଶୃତି ମଧ୍ୟ ଦେଇଥିଲେ। ଆସନ୍ତୁ ଉଭୟ ଦଳର ପ୍ରତିଶୃତି ବିଷୟରେ ଜାଣିବା l
*- ମମତା ମା କ୍ୟାଣ୍ଟିନ ଚଳାଉଛନ୍ତି l ବିଜେପି ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ ଚଲାଇବ
* ମମତା ବିଧବା ପେନସନ 1000 ଟଙ୍କା ଦେବାକୁ ପ୍ରତିଶୃତି ଦେଇଛନ୍ତି , 3000 ଟଙ୍କା ଦେବାକୁ ବିଜେପି ପ୍ରତିଶୃତି ଦେଇଛି
*ମମତା ଓବିସିରେ ମହେଶ, ତମୁଲ ଟିଲି, ଶାହା ସଂରକ୍ଷଣର ପ୍ରତିଶୃତି ଦେଇଛନ୍ତି
*ଟିଏମସି କ୍ଷୁଦ୍ର ଚାଷୀଙ୍କୁ ଏକର ପିଛା ବାର୍ଷିକ 10,000 ଟଙ୍କା ଦେବାକୁ ଘୋଷଣା କରିଛି। ବିଜେପି ମଧ୍ୟ ଚାଷୀଙ୍କୁ 10,000 ଟଙ୍କା ଦେବାକୁ ପ୍ରତିଶୃତି ଦେଇଛି
*ଓବିସି , ଦଳିତ ଏବଂ ଆଦିବାସୀ ପରିବାରକୁ ବର୍ଷକୁ 12 ହଜାର ଟଙ୍କା ଦେବାକୁ ମମତା ପ୍ରତିଶୃତି ଦେଇଛନ୍ତି।
*ବିଜେପି ଦଲିତ ଏବଂ ପଛୁଆ ଶ୍ରେଣୀର ଛାତ୍ରମାନଙ୍କୁ ୩ ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ସାହାଯ୍ୟ ଦେବାକୁ ପ୍ରତିଶୃତି ଦେଇଛନ୍ତି l
*ମମତା କହୁଛନ୍ତି ଯେ ସେ ଛାତ୍ରମାନଙ୍କୁ କ୍ରେଡିଟ କାର୍ଡ ଦେବେ, ବିଜେପି କହୁଛି ବାଳିକା ଛାତ୍ରମାନଙ୍କ ଶିକ୍ଷା ମାଗଣା ହେବ।
*ବିଜେପି 11000 କୋଟି ସୋନାର ବଙ୍ଗଳା ପାଣ୍ଠି ସୃଷ୍ଟି କରିବାକୁ ଘୋଷଣା କରିଛି
Comments are closed.