ଛତ୍ରପୁର,17/12: ଛତ୍ରପୁର ଠାରେ ଆମ ଓଡିଶା ନବୀନ ଓଡିଶା ଓ ୫ ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି, ଛତ୍ରପୁର ସ୍ଥିତ ଡିଆରଡିଏ ଛକ ଠାରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପାରାଓ ଙ୍କ ନେତୃତ୍ୱ ରେ ଶ୍ରୀ ପାଣ୍ଡିଆନ ଙ୍କୁ ଯୋଡି ଶଙ୍ଖ ସହ ବିଭିନ୍ନ ଲୋକ କଳା ମାଧ୍ୟମ ରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା, ଏହା ସହିତ ସେଠାରେ ଶ୍ରୀ ପାଣ୍ଡିଆନ ଙ୍କୁ ବିରାଟ ପୁଷ୍ପମାଳ ପ୍ରଦାନ କରି ସ୍ୱାଗତ କରାଯାଇଥିଲା, ଏହି ଅବସର ରେ ଛତ୍ରପୁର ଏନଏସି ର ସମୟ ଦଳୀୟ କାଉନସିଲର, ନଗର ବିଜେଡି ସଭାପତି ବି. ରାଜୁ ବାବୁ ଙ୍କ ସମେତ ମିଶନ ଶକ୍ତି ସଦସ୍ୟା, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ଜନପ୍ରତିନିଧି ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସାମିଲ ଥିଲେ