Odisha news

ଓଡ଼ିଶା ଆନ୍ଧ୍ର ରାଜ୍ୟର ସୀମାନ୍ତ ଗ୍ରାମ କେରେଡା ଠାରେ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହେଲେ ୧୯ ଜଣ

0

ରାୟଗଡା : କଲ୍ୟାଣ ବିଭାଗ ଦ୍ୱାରା ଓଡ଼ିଶା ଆନ୍ଧ୍ର ରାଜ୍ୟର ସୀମାନ୍ତ ଗ୍ରାମ କେରେଡା ଠାରେ ପରିଚାଳିତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଯାଇଛନ୍ତି ୧୯ ଜଣ । ଏପରି ଏକ ଅଭାବନୀୟ ଘଟଣାଟି ଘଟିଛି ଓଡିଶା – ଆନ୍ଧ୍ର ସୀମାନ୍ତ କେରେଡା ଠାରେ । କେରେଡା ହାଇସ୍କୁଲରେ କରାଯାଇଥିବା ସଙ୍ଗରୋଧ କେନ୍ଦ୍ରରୁ ୧୯ ଜଣ ରହୁଥିବା କୋଠରୀର ଝରକା ତାଡି ଚାଲିଯାଇଛନ୍ତି । ଫେରାର ହୋଇଥିବା ବ୍ୟକ୍ତି ମାନେ ୧୭ ଜଣ ପଂଜାବ ରାଜ୍ୟର ହୋଇଥିବା ବେଳେ ୨ ଜଣ ଉତରପ୍ରଦେଶର ବୋଲି ଜଣାପଡିଛି । ସାରା ଦେଶରେ ଲକ ଡାଉନ ଘୋଷଣା ପରେ ମାର୍ଚ୍ଚ ୩୦ ତାରିଖ ଦିନ ଓଡିଶା ଅଭିମୁଖେ ଆସୁଥିବା ୧୯ଜଣଙ୍କୁ ଓଡିଶା -ଆନ୍ଧ୍ର ସୀମାନ୍ତ ସ୍ଥିତ କେରେଡା ହାଇସ୍କୁଲ ଠାରେ ପ୍ରଶାସନ ତରଫରୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ସେଠାରେ ସ୍ଥାନୀୟ ପୋଲିସ ସହ ସିଆରପିଏଫ ଜବାନ ମାନଙ୍କ ମଧ୍ୟ ମୁତୟନ କରାଯାଇଥିଲା । ସଙ୍ଗରୋଧ କେନ୍ଦ୍ର୍ରର ତଦାରଖ କରିବା ପାଇଁ ବ୍ଲକ ଏବଂ ପଂଚାୟତ କର୍ମଚାରୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ୧୯ ଜଣ ଏକତ୍ରିତ ହୋଇ ସଙ୍ଗରୋଧ କୋଠରୀର ଝରକା ତାଡି କେଉଁ ଆଡେ ଫେରାର ହୋଇଯାଇଛନ୍ତି । ୧୯ ଜଣ ଫେରାର ହୋଇଯାଇଥିବା ଘଟଣା ପ୍ରଶାସନ ଜାଣିବା ପରେ ଘଟଣା ସ୍ଥଳରେ ଅଧିକାରୀ ମାନେ ପହଂଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଶାସନ ତରଫରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ୧୯ ଜଣ ବ୍ୟକ୍ତି କିପରି ସଙ୍ଗରୋଧ କେନ୍ଦ୍ରରୁ ଫେରାର ହୋଇଗଲେ ତାହା ଏବଂ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପ୍ରିଲ ୧ ତାରିଖ ଦିନ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କେରେଡା ସ୍ଥିତ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଥିଲେ । ସେତେବେଳେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଜଣେ ଶିକ୍ଷକଙ୍କୁ ଜିଲ୍ଲାପାଳ ନିଲମ୍ବନ ମଧ୍ୟ କରିଥିଲେ ।

Leave A Reply