ଭୁବନ : ଲକଡାଉନ ଶେଷ ହେବା ପରେ ବାହାର ରାଝ୍ୟ ଫେରନ୍ତା କୁ କିପରି ପରିଚାଳନା କରାଯିବ ସେଥି ସକାଶେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲାରେ ବହୁ ଶ୍ରମିକ ରାଜ୍ୟ ବାହାରେ ରହୁଥିବା ବେଳେ କେବଳ ଭୁବନ କୁ ଫେରିବା ଅପେକ୍ଷାରେ ଅଛନ୍ତି ୧୨ଶହରୁ ଉର୍ଦ୍ଦ ଶ୍ରମିକ ।ବାହାର ରାଜ୍ୟ ଫେରନ୍ତାଙ୍କ ପଜ୍ଞିକରଣ ଓ ପରେ ସେମାନଙ୍କୁ କ୍ୱାରେନେଟାଇନି ରେ ରଖିବା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇପଡିଛି ।
ସୂଚନା ମୁତାବକ ଲକଡାଉନ ପୂର୍ବରୁ ବାହାର ରାଜ୍ୟରୁ ଭୁବନ ଅଚଂଳକୁ ଆସିଥିବା ପ୍ରାୟ ୨ଶହ ବ୍ୟକ୍ତିଙ୍କୁ ୧୪ ଦିନିଆ ଘରୋଇ ସଙ୍ଗରୋଧ ରଖାଯାଇଥିଲା । ବର୍ତମାନ ସେମାନଙ୍କ ସଙ୍ଗରୋଧ ଅବଧି ସରିଯାଇଛି ।ସେହିପରି ଭୁବନେଶ୍ୱରରୁ ଆସିଥିବା ୫୭ ଜଣ ବିଭିନ୍ନ ପଚାଂୟତ ର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସଙ୍ଗରୋଧରେ ଅଛନ୍ତି । ସବୁଠାରୁ ବଡ ସମସ୍ୟା ହେଲା ଲକଡାଉନ ଶେଷ ପରେ ଭୁବନ କୁ ଫେରିପାରନ୍ତି ହଜାରେରୁ ଅଧିକ ଶ୍ରମିକ । ଭୁବନର ବାସିନ୍ଦା ସୁରତ , ବାଙ୍ଗାଲୋର , ତାମିଲିନାଡୁ , କେରଳ, ମୁମ୍ବାଇ ଓ ହାଇଦ୍ରାବାଦ ଦିଲ୍ଲୀ , ଉତରପ୍ରଦେଶ , ଉତରାଖଣ୍ଡ . ଝାରଖଣ୍ଡ , ପଶ୍ଚିମବଙ୍ଗ , ଛତିଶଗଡ , ଗୁଜୁରାଟ , ରାଜସ୍ଥାନ , ବିହାର , ଆ୍ନ୍ଧପ୍ରଦେଶ , ପଜ୍ଞାବ , ହରିଆନା , ବର୍ତମାନ ସୁଦ୍ଧା ଫସି ରହିଛନ୍ତି । ଜିଲ୍ଲାପାଳଙ୍କ ନିଦେ୍ଦଶକ୍ରମେ ବାହାର ଫେରନ୍ତାଙ୍କ ପଞ୍ଜିକରଣ କରାଯାଇ ସେମାନଙ୍କୁ ବାଧ୍ୟତାମୁଳକ ଭାବେ ୧୪ ଦିନିଆ ସଙ୍ଗରୋଧ ରେ ରଖାଯିବା ପାଇଁ ୧୮ଟି ପଚାଂୟତରରେ ୧୮ଟି ସ୍କୁଲ ଓ ଭୁବନ ବିଜ୍ଞାପିତ ଅଚଂଳ ପରିଷଦର ବାଜିରାଉତ କଲ୍ୟାଣ ମଣ୍ଡପ ଠାରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି । ଆହୁରି ଅଧିକ କେନ୍ଦ୍ର କିଭଳି କରାଯିବ ସେ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ଚାଲିଛି । ଏପରିକି ଅବମାନନା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସରପଚଂଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି । ଏନେଇ ବୁଧବାର ଭୁବନ ବ୍ଲକ ସଭାଘର ପରିସରରେ ବିଡିଓ ଆର୍ଶୀବାଦ ବେହେରାଙ୍କ ସଭାପତିତ୍ୱରେ ଏକ ଜରୁରୀ କାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମସ୍ତ କାର୍ଯ୍ୟକୁ ଯୁଦ୍ଧକାଳିନ ଭିତିରେ ଶେଷ କରଯିବ ବୋଲି ପ୍ରଗତି ସହାୟକ ଲିଆକତ ଅଲ୍ଲୀ କହିଛନ୍ତି । ଏହି ବୈଠକରେ କାମକ୍ଷାନଗର ବିଧାୟକ ତଥା ଖନି ଇସ୍ପାତ ,ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ , ବ୍ଲକ ଅଧକ୍ଷ ଧର୍ମାନନ୍ଦ ବରାଳ, ଯୋଗଦେଇଥିଲେ ।