Odisha news

ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ପନ୍ଦନ’ ତରଫରୁ ଯୋଗ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ

0

ଅନୁଗୁଳ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ପନ୍ଦନ’ ତରଫରୁ ବଅଁରପାଳ ସେବାଶ୍ରମ ସ୍କୁଲ ଠାରେ ହୋଇଥିବା କ୍ୱାରେଟାଂଇନ ସେଟଂର ଠାରେ ଯୋଗ ଗୁରୁ ନିର୍ମଳ ଚନ୍ଦ୍ର ବେହେରା, ଯୋଗ ମାଧ୍ୟମରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ କରୋନା ଭୂତାଣୁ ଠାରୁ ରକ୍ଷା ପାଇବାର ଉପାୟ ଯୋଗ ମାଧ୍ୟମରେ ଅନ୍ତେବାସୀ ଓ ଅନ୍ତେବାସିନୀ ମାନଙ୍କୁ ଶିକ୍ଷା ଦେଇଥିଲେ ।ଉଜୟୀ, ଉର୍ଚ୍ଛିକା, କପାଳଭାତି, ଅନୁଲୋମ ବିଲୋମ, ସିଂହାସନ ଓ ସୂର୍ଯ୍ୟ ନମସ୍କାର ଇତ୍ୟାଦି ଯୋଗ ଓ ପ୍ରାଣାୟମ ପ୍ରତିଦିନ କରିଲେ ମଣିଷ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ, ଜୀବକୋଷ ବିଶେଷତଃ ଫୁସ୍ଫୁସ୍ ସୁସ୍ଥ ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦୈନଦିନ ଜୀବନରେ ଆମର ବିଭିନ୍ନ ପ୍ରକାର କୁ-ଅଭ୍ୟାସ ଯଥା ପାନ, ବିଡି, ସିଗାରେଟ, ଗୁଟଖା,ଖଇନି ଇତ୍ୟାଦିକୁ କ୍ୱାରେଟାଂଇନ ସେଟଂରରେ ରହି ଛାଡିବାର ପ୍ରକୃଷ୍ଟ ସମୟ ଆସିବା ସହିତ କରୋନା ଭୂତାଣୁ ସହିତ ଲଢ଼ିବାର ସହାୟକର ଏକମାତ୍ର ପନ୍ଥା ବୋଲି ଅଭିହିତ କରିଥିଲେ । ଏହି ଶିବିରରେ ୫୧ ଜଣ ଅନ୍ତେବାସୀ ଓ ଅନ୍ତେବାସିନୀ ମାନେ ସେମାନଙ୍କ ମଧ୍ୟରୁ ମନୋନୀତ ସ୍ୱେଚ୍ଛାସେବୀ ପୂର୍ଣ୍ଣଚନ୍ଦ୍ର ସିଂହଙ୍କୁ ପ୍ରତିଦିନ ସକାଳ ଓ ସଂନ୍ଧ୍ୟାରେ ଯୋଗ ଅଭ୍ୟାସ କରାଯିବା ପାଇଁ ପ୍ରାତ୍ସାହିତ କରାଯିବା ସହିତ ସେମାନଙ୍କୁ ଅନୁଷ୍ଠାନ ତରଫରୁ ବିସ୍କୁଟ ବିତରର କରାଯାଇଥିଲା ଏବଂ ଆଗାମୀ ଦିନରେ ବଅଁରପାଳ ବ୍ଲକ ଅଧିନରେ ଚାଲୁଥିବା ଅନ୍ୟାନ୍ୟ କ୍ୱାରେଟାଂଇନ ସେଟଂର ଠାରେ ଯୋଗଶିକ୍ଷା ଦିଆଯିବା ଉପରେ ନିଷ୍ପତି ନିଆଯାଇଥିଲା । ଏହାଛଡା ‘ସ୍ପନ୍ଦନ’ ତରଫରୁ ବଅଁରପାଳ ବ୍ଲକର ବିଭିନ୍ନ ପଚାଂୟତରେ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆଶା ଓ ଅଙ୍ଗନୱାଡି କର୍ମୀ ମାନଙ୍କ ସହାୟତାରେ ନିରାପଦ ହାତଧୂଆର ବିଭିନ୍ନ କୋ÷ଶଳ, ସାମାଜିକ ଦୂରତ୍ୱ, କ୍ୱାରେଟାଂଇନ ସେଟଂରରେ ରହି ଘରକୁ ଫେରିଥିବା ବ୍ୟକ୍ତି ବିଶେଷଙ୍କୁ ବାଛ ବିଚାର ନକରିବା ସହିତ ଜନ ସଚେତନ କରିବା ଉପରେ ଗୁରୁତ୍ୱ ଦିଆଯାଇ ସଚେତନତା କରାଯାଉଛି ବୋଲି ସଦସ୍ୟ-ସମ୍ପାଦକ ଦିପକ କୁମାର ସାହୁ ସମସ୍ତଙ୍କୁ ଅବଗତ କରାଇଥିଲେ । ସ୍ପନ୍ଦନର ଅନ୍ୟତମ ସଦସ୍ୟ ବିଭୂ ଶତପଥି କ୍ୱାରେଟାଂଇନ ସେଟଂରକୁ ସ୍ୱଚ୍ଛ, ସଫାସୁତରା ରଖିବା, ମାସ୍କ ପିନ୍ଧିବା ଓ ବହାରେ ଛେପ ନ ପକାଇବା ଉପରେ ଅନ୍ତେବାସୀ ମାନଙ୍କୁ ବୁଝାଇଥିଲେ ।

Govt
Leave A Reply