ରାୟଗଡା,୨୩ ।୪(ସ.ବୁ୍ୟ)- କୋରାପୁଟ ଜିଲ୍ଲାରୁ ନୟାଗଡ଼ ଜିଲ୍ଲା ଘର ବାହୁଡ଼ା ବେଳେ ୮ ଜଣ ଶ୍ରମିକ ଅଟକ, ୮ଟି ସାଇକେଲ ଜବତ କରିଛି ରାୟଗଡ଼ା ପୋଲିସ ।ଲକ ଡାଉନ ଯୋଗୁଁ ବିଭିନ୍ନ ଜିଲ୍ଲାରେ ଅଟକ ରହିଥିବା ଶ୍ରମିକ, ବ୍ୟବସାୟୀ, ସାଧାରଣ ଜନତା ଘର ମୁହାଁ ହେବା ପାଇଁ ନିଷ୍ପତି ନେଇ ରହୁଥିବା ଜିଲ୍ଲା ପାର କରି ଆସି ଅନ୍ୟ ଜିଲ୍ଲା ପୋଲିସ ହାବୁଡରେ ପଡି ସଙ୍ଗରୋଧ କେନ୍ଦ୍ରକୁ ଯାଉଥାନ୍ତି । ଦୀର୍ଘ ଦିନ ଧରି ବାହାର ରହିବା ଏବଂ ପିରବାର ଲୋକଙ୍କ ସହ ମିଶିବା ନିମନ୍ତେ ଏପରି ଭୂଲ ନିଷ୍ପତି ନେଉଛନ୍ତି ଏମାନେ । ସ୍ଥାନୀୟ ପ୍ରଶାସନର ବିନା ଅନୁମତିରେ ବାହାରି ଶେଷରେ ପୁଣି ଥରେ ସଙ୍ଗରୋଧ କେନ୍ଦ୍ରକୁ ଯିବକୁ ପଡୁଛି ଏମାନଙ୍କୁ । ତେବେ ଏଠାରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଛି ଏତେ କଡା ପହରା ସତ୍ୱେ ଗୋଟିଏ ପରେ ଗୋଟିଏ ଜିଲ୍ଲା କିପରି ପାର କରିଆସୁଛନ୍ତି ଏମାନେ । ୨ ଦିନ ତଳେ ଦାମନେଯାଡିରୁ ପଶ୍ଚିମବଙ୍ଗ ରାଜ୍ୟକୁ ବାଇକ ଯୋଗେ ଯାଉଥିବା ୩୦ ଜଣ ବୁଲା ବିକାଳିଙ୍କୁ ରାୟଗଡା ପୋଲିସ ଅଟକ ରଖି ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଇଛି । ଆଜି ପୁଣି ଥରେ ଦାମନଯୋଡିରୁ ନୟାଗଡ ଏବଂ ଓଡଙ୍ଗା ଯାଉଥିବା ୮ ଜଣଙ୍କୁ ରାୟଗଡା ପୋଲିସ ଥାନାର ଅଟକ ରଖିଛି । ସୂଚନା ମୁତାବକ ଦାମନଯୋଡିରୁ ସାଇକେଲ ଯୋଗେ ନୟାଗଡ ଏବଂ ଓଡଙ୍ଗା ଯାଉଥିବା ୮ ଜଣ ଶ୍ରମିକଙ୍କୁ ଭୋର ୫ଟା ସମୟରେ ସେରିଗୁଡା ଗେଟ ନିକଟରେ ଅଟକ ରଖି ଅଧିକ ପଚରା ଉଚରା କରିଥିଲା । ପରେ ସମସ୍ତ ଶ୍ରମିକଙ୍କୁ ରାୟଗଡା ଥାନାକୁ ଆଣିଥଲା । ଅଟକ ଥିବା ସମସ୍ତ ଶ୍ରମି ଦାମନେଯାଡି ଅଂଚଳରେ ଶ୍ରମିକ ଭାବେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏମାନେ ୮ଟି ସାଇକେଲ ଯୋଗ ୨୧ ତାରିଖ ଦିନ ଦାମନଯୋଡିରୁ ନିଜ ନିଜ ଗ୍ରାମ ଅଭିମୁଖେ ବାହାରିଥିଲେ । ରାୟଗଡା ପୋଲିସ ସମସ୍ତ ଶ୍ରମିକଙ୍କୁ ଅଶୋକ କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ରକୁ ପଠାଇଦେଇଥିବା ଜଣାପଡିଛି ।