ପ୍ରତ୍ନତତ୍ୱ ବିଭାଗ ର ଗବେଷକ ମାନେ ମାଟି ଭିତରୁ ଗୋଟିଏ ସୁନ୍ଦର୍ ମହଲ ଖୋଜି ବାହାର କରିଛନ୍ତି । ଏହାକୁ ୧୨୦୦ ବର୍ଷ ପୁରୁଣା ବୋଲି କୁହାଯାଇଛି । ଏହି ମହଲ ଟି ଇସ୍ରାଏଲ ର ଦକ୍ଷିଣ ଭାଗରେ ଗୋଟିଏ ମରୁଭୂମି ରୁ ମିଳିଛି । ସାମାଜିକ ଗଣମାଧ୍ୟମ ରେ ଏହି ମହଲଟି ଭାଇରାଲ୍ ହେଉଛି । ସୂଚନା ଅନୁସାରେ ଏହି ମହଲ ଟି ୮ମ କିମ୍ବା ୯ମ ଶତାବ୍ଦୀ ର ଅଟେ ।
ଏହି ଘରର ବିଶେଷତ୍ଵ ଏହା ରହିଛି ଯେ ମରୁଭୂମି ରେ ଘର ତିଆରି ହୋଇଥିବା ହେତୁ ଗରମ୍ ପ୍ରକୋପ ରୁ ରକ୍ଷା ପାଇବା ପାଇଁ ମାଟି ତଳେ ମଧ୍ୟ ଘର ତିଆରି ହୋଇଛି । ମାଟି ତଳର ଏହି କଠୋରି ଗୁଡ଼ିକ ଖୁବ୍ ସାବଧାନତା ସହକାରେ ଓ ମଜବୁତ୍ ଭାବରେ ତିଆରି ହୋଇଛି ।
ପ୍ରତ୍ନତତ୍ତ୍ଵ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଘରର ମାଲିକ ଖୁବ୍ ଧନୀ ଥିଲେ । ତେଣୁ ପୁରୁଣା କାଳରେ ଏଭଳି ଘର ତିଆରି କରିବା ପାଇଁ ସକ୍ଷମ ଥିଲେ । ଏହି ମହଲ ଯେଉଁ ସମୟର ସେହି ସମୟରେ ବିଶ୍ବରେ ମଧ୍ୟ ଏଭଳି ପାର ଦର୍ଶି ଇଞ୍ଜିନିୟର ରହିଥିଲେ । ଜୁନ୍ ମାସରେ ମଧ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ମାଟି ଭିତରୁ ଗୋଟିଏ ପୁରୁଣା ମସଜିଦ ଖୋଳି ବାହାର କରିଛି । ଯାହାକୁ କି ୧୨୦୦ ବର୍ଷର ପୁରୁଣା ଦର୍ଶାଯାଇଛି।
