Odisha news

ମୁସଲମାନ ରାଷ୍ଟ୍ରରେ ତିଆରି ହେଲା ପ୍ରଥମ ହିନ୍ଦୁ ମନ୍ଦିର ଦେଖିବା ପାଇଁ ପହଁଚିଲେ ବିଦେଶମନ୍ତ୍ରୀ ଏସ . ଜୟଶଙ୍କର

0

ନୂଆଦିଲ୍ଲୀ : ୟୁଏଇ ରେ ୨ଦିନ ର ଭାରତଗସ୍ତ ରେ ପହଞ୍ଚିଛନ୍ତି ବିଦେଶମନ୍ତ୍ରୀ ଏସ. ଜୟଶଙ୍କର , ବୁଧବାର ଦିନ ଆବୁଧାବି ରେ ତିଆରି ହେଉଥିବା ପ୍ରଥମ ହିନ୍ଦୁ ମନ୍ଦିର ଦେଖିବାକୁ ପହ୍ଞ୍ଚିଛନ୍ତି  l ଏସ. ଜୟଶଙ୍କର ଶାନ୍ତି, ସହିଷ୍ଣୁତା, ଓ ସଦଭାବନାର ର ପ୍ରତୀକ ବୋଲି କହିଛନ୍ତି l ଏହା ସହିତ ବିଦେଶ ମନ୍ତ୍ରୀ ମନ୍ଦିର ର କାରୁକାର୍ଯ୍ୟ କୁ ନେଇ ପ୍ରଶଂସା କରିଥିଲେ l ମନ୍ଦିର ଦେଖିବା ପରେ ବିଦେଶମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି ଯେ ‘ ଗଣେଶ ଚତୁର୍ଥୀ ଅବସରରେ ନିର୍ମାଣାଧୀନ ଆବୁଧାବି ର ପ୍ରଥମ ହିନ୍ଦୁ ମନ୍ଦିର ଯିବାକୁ ସୌଭାଗ୍ୟ ପ୍ରାପ୍ତି ହୋଇଛି l ମନ୍ଦିରର କାରୁକାର୍ଯ୍ୟ କୁ ଦେଖି ଖୁସି ଲାଗିଛି l ବିଦେଶମନ୍ତ୍ରୀ ଏସ. ଜୟଶଙ୍କର କହିଛନ୍ତି ଯେ ଏଠାରେ ଥିବା ଶ୍ରମିକମାନେ କଠିନ ପରିଶ୍ରମ କରୁ ଥିବାର ଦେଖିବାକୁ ମିଳୁଛି l

ଅନ୍ୟପକ୍ଷରେ ଏସ. ଜୟଶଙ୍କର ୟୁଏଇ ସରକାରରେ ମନ୍ତ୍ରୀଥିବା ଶେଖ ନାହୟାନ ଙ୍କ ସହିତ ସାକ୍ଷାତ କରିଥିଲେ ଓ ଭାରତୀୟ ସମୁଦାୟ ନ୍କ ପାଇଁ ଯୋଗ, କ୍ରିକେଟ ଓ ଅନ୍ୟ କଲଚର ଆକ୍ଟିଭିଟି ପାଇଁ ୟୁଏଇ ର ସପୋର୍ଟ କୁ ପ୍ରଶଂସା କରିଥିଲେ l ୟୁଏଇ ରେ ଭାରତୀୟ ଦୂତାବାସ ବିଦେଶମନ୍ତ୍ରୀ ଏସ. ଜୟଶଙ୍କର ମନ୍ଦିର ପହଂଚି ଟୁଇଟର ମାଧ୍ୟମରେ ଏହି ସନ୍ଦେଶ ଦେଇଥିଲେ l ଏହାଛଡା ଭାରତୀୟ ବିଦେଶମନ୍ତ୍ରୀ ୟୁଏଇ ର ବିଦେଶମନ୍ତ୍ରୀ ଙ୍କ ସହିତ ଉଭୟ ଦେଶର ବ୍ୟବସାୟିକ ରଣନୀତି ଉପରେ ଚର୍ଚ୍ଚା କରିଥିଲେ l ଆବୁଧାବି ର ଏହି ମନ୍ଦିର ୫୫ ହଜାର ସ୍କୋୟାର ମିଟର ଜମି ଉପରେ ଏହି ମନ୍ଦିର ନିର୍ମାଣ ହୋଇଛି l ଦେଶର ଏହା ପ୍ରଥମ ଟ୍ରାଡିସନାଲ ହିନ୍ଦୁ ମନ୍ଦିର l

Nalco
Leave A Reply