ଠାକୁରମୁଣ୍ଡା ତା ୨୮/୦୬ ଠାକୁରମୁଣ୍ଡା ବ୍ଲକ ଚମ୍ପାଝର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁଖଞ୍ଜରୀ ଗ୍ରାମରେ ରବିବାର ସକାଳେ ୧୧ କେଭି ବିଦ୍ୟୁତ ତାର ଖୁଣ୍ଟ ରୁ ଛିଡି ପଡିବାରୁ ୨ ଟି ବଳଦ ର ମୃତ୍ୟୁ ଘଟିଛି।ବଳଦ ଦୁଇଟି ର ମୃତ୍ୟୁ ପରେ କ୍ଷତିପୂରଣ ଦେବା ଦାବୀ କରି ସ୍ଥାନୀୟ ଲୋକେ ଠାକୁରମୁଣ୍ଡା ଶରତ ରାସ୍ତା କୁ ଅବରୋଧ କରିଥିଲେ।
ଖବର ପାଇ ସ୍ଥାନୀୟ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ମହୁଲଡିହା ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳ ରେ ପହଞ୍ଚି ଆଲୋଚନା କରିଥିଲେ।ବଳଦ ଦୁଇଟି ର ଶବ ବ୍ୟବଚ୍ଛେଦ ପରେ କ୍ଷତିପୂରଣ ଦିଆ ଯିବା ନେଇ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।ବଳଦ ଦୁଇଟି ର ଶବ ବ୍ୟବଚ୍ଛେଦ ନିମନ୍ତେ ବିଦ୍ୟୁତ ବିଭାଗ ପକ୍ଷରୁ ୨ ହଜାର ଟଙ୍କା ବଳଦ ମାଲିକ ଙ୍କୁ ପ୍ରଦାନ କରାଯାଇଥିଲା।ଗ୍ରାମ ର ଖଗେଶ୍ବର ମହାନ୍ତ ତାଙ୍କର ଦୁଇଟି ବଳଦ କୁ ଘର ନିକଟରେ ସକାଳେ ବାନ୍ଧି ରଖି ଥିବା ସମୟରେ ବିଦ୍ୟୁତ ତାର ହଠାତ ଛିଣ୍ଡି ପଡି ବଳଦ ଦୁଇଟି ର ମୃତ୍ୟୁ ଘଟିଥିଲା।