Odisha news

ମାଲକାନଗିରି : କୁମ୍ଭୀର ଆକ୍ରମଣରେ ୯ ବର୍ଷର ବାଳକ ମୃତ୍ୟୁ

0
ମାଲକାନଗିରି  ତା:୨୮.୬.୨୦୨୦ : ଆଜି ସକାଳେ ଚିତ୍ରକୋଣ୍ଡ ଇକୋ ପାର୍କ ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପ୍ରାବାହିତ ନାଳରୁ ଏକ ୯ ବର୍ଷ ବାଳକ କ୍ଷତ ବିକ୍ଷତ ଅବସ୍ଥାରେ ପାଣିରେ ଭାସୁଥିବା ମୃତ ଦେହକୁ ସ୍ଥାନୀୟ ପୋଲିସ ଏବଂ ବନ କର୍ମଚାରୀ ଉଦ୍ଧାର କରିଛି l ବାଳକଟିର ଗୋଟାଏ ହାତ ଏବଂ ଗୋଟାଏ ଗୋଡ ନଥିବା ବେଳେ ଏହାକୁ କୁମ୍ଭୀର ଖାଇ ଯାଇଥିବା ଅନୁମାନ କରା ଯାଉଛି l
ଘଟଣାରୁ ପ୍ରକାଶ ଯେ,ଗତ କାଲି ଚିତ୍ରକୋଣ୍ଡା ନିକଟସ୍ଥ ଝୋଲାଗୁଡା ଅପରେଟ କଲୋନୀରେ ରହୁଥିବା ଏକ ବାଳକ କୈଳାସ ଚନ୍ଦ୍ର ମାଝି ଜଣେ ସାଙ୍ଗ ସହ ଚିତ୍ରକୋଣ୍ଡା ଜଳଭଣ୍ଡାରରୁ ନିର୍ଗତ ଝର ପାଣିରେ ଗାଧୋଇବାକୁ ଯାଇଥିବା  ବେଳେ ହଠାତ ନିଖୋଜ ହୋଇଯାଇଥିଲା l
ଏ ଖବର ଶୁଣି ପରିବାର ଲୋକମାନେ ଖୋଜା ଖୋଜି କରି ବାଳକଟିର କୌଣସି ସନ୍ଧାନ ପାଇ ପାରିନଥିଲେ l ଆଜି ସକାଳେ କୈଳାସର ମୃତ ଦେହ ପାଣିରେ ଭସୁଥିବା ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଏବଂ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ lପିଲାଟିର ଗୋଟିଏ ହାତ ଏବଂ ଗୋଟିଏ ଗୋଡ ନଥିବାରୁ କୁମ୍ଭୀର ଖାଇଥିବା ଅନୁମାନ କରାଯାଉଛି  l
ପୋଲିସ ଶବ ବ୍ଯବଛେଦ କଲା ପରେ ମୃତ୍ୟୁର କାରଣ ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଇଛି l ତେବେ ଏହି ଝରଟି ଚିତ୍ରକୋଣ୍ଡା ଇକୋପାର୍କ ଠାରୁ ମାତ୍ର ୨୦୦ ମିଟର ଦୂରରେ ଅବସ୍ଥିତ l ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ କୁମ୍ଭୀର ଥିବାରୁ ନିକଟସ୍ଥ ନଈ ଗଡିଆରେ କୁମ୍ଭୀରମାନେ ବିଚରଣ କରିବାର ଅନେକ ଲୋକ ଦେଖିଥାନ୍ତି l ଛେଳି ମେଣ୍ଢା ଗାଈ ଗୋରୁମାନଂକୁ ମଧ୍ଯ ଜଳ ପାନ ବେଳେ କୁମ୍ଭୀର ଆକ୍ରମଣ କରିବାର ଅନେକ ନଜିର ରହିଛି l

Leave A Reply