ଭାରତରେ ଯେତେ ଗୁଡିଏ ନଦୀ ଅଛି ସେଗୁଡିକ ମଧ୍ୟରୁ ପ୍ରସିଦ୍ଧ ନଦୀ ହେଲା ଗଙ୍ଗା ନଦୀ l ହିନ୍ଦୁ ଧର୍ମରେ ଗଙ୍ଗା ନଦୀ କୁ ” ମା ଗଙ୍ଗା ବୋଲି ” ସମ୍ବୋଧନ କରାଯାଏ l ଗଙ୍ଗା ଜଳ ପବିତ୍ର ଓ ସୁଦ୍ଧା ଅଟେ l ଶାସ୍ତ୍ର ଅନୁସାରେ ଗଙ୍ଗାଙ୍କୁ ପତିତ ପାବନୀ ବୋଲି କୁହାଯାଏ l ଲୋକ କଥା ଅଛି ଗଙ୍ଗା ରେ ସ୍ନାନ କଲେ ସମସ୍ତ ପାପ ଧୋଇ ଯାଏ l ହିନ୍ଦୁ ମାନଙ୍କର ଧାର୍ମିକ ଭାବନା ଗଙ୍ଗାଜଳ ସହିତ ଯୋଡି ହୋଇ ରହିଛି l ହିନ୍ଦୁ ଧର୍ମର ପ୍ରତ୍ୟକ ପୂଜାରେ ଗଙ୍ଗା ଜଳକୁ ପ୍ରାଧାନ୍ୟ ଦିଆଯାଏ l ଭାରତ ଇତିହାସରେ ଗଙ୍ଗା ନଦୀକୁ ରାଷ୍ଟ୍ରୀୟ ନଦୀର ମାନ୍ୟତା ଦିଆଯାଇଛି l ଗଙ୍ଗା ହିମାଳୟରୁ ବାହାରି ବ୍ରହ୍ମପୁତ୍ର ନଦୀ ସହିତ ମିଶି ବଙ୍ଗଳା ରାଜ୍ୟରେ ସମାପ୍ତ ହୋଇଛି l ଗଙ୍ଗାଙ୍କୁ ହିମାଳୟଙ୍କ କନ୍ୟା ବୋଲି କୁହାଯାଏ l ଗଙ୍ଗା ନଦୀ କେବଳ ଭାରତ ନୁହେଁ ନେପାଳ ଓ ବାଙ୍ଗଲାଦେଶ ମଧ୍ୟରେ ବହିଯାଇଛି l ଗଙ୍ଗା ନଦୀର ୮ ଟି ଉପନଦୀ ଅଛନ୍ତି l ସେଗୁଡିକ ହେଲା ମହା କାଳୀ ,କାରନାଳୀ ,କୋଶୀ , ଗାଣ୍ଡକ ,ଘାଗରା ,ଯମୂନା ,ସୋନ ଓ ମହାନନ୍ଦା l ରାଜା ଭାଗିରଥ ଗଙ୍ଗାଙ୍କୁ ତପସ୍ୟା ବଳରେ ପୃଥିବୀକୁ ଆଣିଥିବା ରୁ ତାଙ୍କର ଅନ୍ୟ ନାମ ଭାଗିରଥି l
* ଗଙ୍ଗା ନଦୀର ଦର୍ଘ୍ୟ୨୫୨୫ କିଲୋମିଟର ,ଏହା କେବଳ ଭାରତର ପ୍ରାକୃତିକ ସଂମ୍ପଦ ନୁହେଁ ଏହା ଆମ ଭାରତୀୟ ମାନଙ୍କର ଭାବନା ସହିତ ମଧ୍ୟ ଯୋଡି ହୋଇ ରହିଛି l
* ଗଙ୍ଗା ନଦୀର ଜଳରୁ ବ୍ୟକ୍ଟେରିଆଫେଜ ନାମକ କୀଟନାଶକ ମିଳିଥାଏ l ଯାହାର କାରଣରୁ ହାନିକାରକ ଜୀବାଣୁ ଓ ଅନ୍ୟ ସୁକ୍ମଜୀବ ମାନଙ୍କର ମୃତ୍ୟୁ ହୋଇଥାଏ l
* ଗଙ୍ଗା ନଦୀରେ ୧୪0 ପ୍ରଜାତିର ମାଛ ବାସ କରନ୍ତି ଓ ୩୫ ପ୍ରକାରର ସରୀସୃପ ମିଳି ଥାନ୍ତି l ଗଙ୍ଗା ନଦୀର କୁଳ ଅତୀବ ରମଣୀୟ ଓ ସୁନ୍ଦର ଅଟେ ତେଣୁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିଥାଏ l ପ୍ରତ୍ୟକଦିନ ସନ୍ଧ୍ୟାରେ ମା ଗଙ୍ଗାଙ୍କର ଆଳତି ମଧ୍ୟ କରାଯାଏ l
* ଗଙ୍ଗା ନଦୀ କୂଳରେ ବହୁତ ଗୁଡିଏ ତୀର୍ଥ ସ୍ଥଳ ଅଛି ଯାହା ମଧ୍ୟରେ ବାରଣାସୀ ଓ ହରିଦ୍ୱାର ମୁଖ୍ୟ ଅଟେ l
* ଏଲାହାବାଦ ଓ ହଳଦିଆ ମଧ୍ୟରେ ୧୬00 କିଲୋମିଟର ପଯ୍ୟନ୍ତ ଗଙ୍ଗା ନଦୀର ଜଳ ମାର୍ଗକୁ ରାଷ୍ଟ୍ରୀୟ ଜଳ ମାର୍ଗ ଭାବରେ ଘୋଷଣା କରାଯାଇଛି l
* ଡଲ୍ଫିନ୍ ଓ ଶାର୍କ ପ୍ରଭୃତି ଜଳଚର ଜୀବ ଗଙ୍ଗା ନଦୀରେ ଦେଖାଯାନ୍ତି l ବହି ଯାଉଥିବା ପାଣିରେ ଶାର୍କ ମାନଙ୍କର ମିଳିବ ଦେଶ ବିଦେଶର ବୈଜ୍ଞାନିକ ମାନଙ୍କୁ ଆକୃଷ୍ଟ କରିଥାଏ l
* ଭାରତର କୃଷି କାର୍ଯ୍ୟରେ ଗଙ୍ଗା ନଦୀର ଅବଦାନ ଅଧିକ ରହିଛି l ଭାରତ ବ୍ୟତୀତ ବାଂଲାଦେଶ ଓ ନେପାଳର କୃଷି କାର୍ଯ୍ୟରେ ବର୍ଷ ସାରା ସହାୟକ ହୋଇଥାଏ l
* ଗଙ୍ଗା ନଦୀ ରଫାଟିଙ୍ଗ ପାଇଁ ବିଶ୍ୱ ପ୍ରସିଦ୍ଧ ଅଟେ l ବିଶ୍ୱର ଅନେକ ପର୍ଯ୍ୟଟକ ରଫାଟିଙ୍ଗ କରିବା ପାଇଁ ଏଠାକୁ ଆସିଥାନ୍ତି l
* ଆମ ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗା ଜଳ ଅମୃତ ସମାନ ଅଟେ l ଗଙ୍ଗା ନଦୀ କୂଳରେ ବର୍ଷ ସାରା ବିଭିନ୍ନ ପୂଜା ପର୍ବ ଚାଲିଥାଏ l
* ଗଙ୍ଗା ଜଳ ହିନ୍ଦୁ ଦେବା ଦେବୀଙ୍କର ସମସ୍ତ କାର୍ଯ୍ୟରେ ପ୍ରୟୋଗ କରାଯାଏ l ଏହା ଏକ ଏପରି ଜଳ ଯାହାକୁ ଆମେ ଶୁଭ ଅଶୁଭ ଉଭୟ କାର୍ଯ୍ୟରେ ପ୍ରୟୋଗ କରିଥାଉ l