ରଣପୁର :୨୦/୦୭-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ବାଇକ୍ ଚୋରି ର୍ୟାକେଟ୍ ସକ୍ରିୟ ଥିବା ଜଣା ପଡିଛି । ଗତ ୭ ଦିନ ଭିତରେ ୩ ଗୋଟି ବାଇକ୍ ଚୋରି ହୋଇଯାଇଛି । ଗତକାଲି ରବିବାର ରାତ୍ରିରେ ହାଟସାହିର ମାଗି ବେହେରାଙ୍କ ଗ୍ଲାମର ଙଊ-୨୫ ଏ ୧୬୧୩ କୁ ଚୋରମାନେ ତାଙ୍କ ଦାଣ୍ଡ ଦୁଆରୁ ଚୋରି କରି ନେଇଯାଇଥିବା ବେଳେ ସେହିଭଳି ଅନୁରୁପ ଭାବରେ ୧୭ ତାରିଖ ଦିନ ଲୋଧାଚୁଆ ଗ୍ରାମର ଅଶୋକ ସାହୁଙ୍କର ସ୍ପ୍ଲେଣ୍ଡର ମୋଟର ସାଇକେଲ ଙଊ-୨୫ ଈ ୯୬୮୪ କୁ ଚୋରମାନେ ଚୋରି କରି ନେଇଯାଇଛନ୍ତି ଏବଂ ୫ଦିନ ତଳେ ସାନଗଡଠାରୁ ଲୋଧାଚୁଆ ଗ୍ରାମର ଜନୈକ ଯୁବକଙ୍କ ମୋଟର ସାଇକେଲ ଚୋରି ହୋଇଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ୍ ଏଯାଏଁ ଚୋରଙ୍କ ସନ୍ଧାନ ପାଇନଥିବା ଜଣା ପଡିଛି ।