ବୋରିଗୁମ୍ମା (କେ.ସାକିଲି ଦୋରା)—କୋରାପୁଟ ଜିଲ୍ଲାରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିଚାଲିଛି। ଗତ ଦୁଇ ଦିନରେ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮୬ ଜଣ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୦୮ ରେ ପହଂଚିଛି। ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ଜିଲ୍ଲାର କିଛି ଅଞ୍ଚଳ କୁ ସାତ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି। ସେହି ଅଞ୍ଚଳ ଗୁଡିକ ହେଲା କୋରାପୁଟ, ଜୟପୁର, ସୁନାବେଡା ଓ କୋଟପାଡ଼ ପୋୖରାଞ୍ଚଳ। ଏଥିସହ ଲଷ୍ମୀପୁର,ମାଥାଲପୁଟ, ବୋରିଗୁମ୍ମା,ଚାରାଙ୍ଗୁଳ ଓ ପଟ୍ଟାଙ୍ଗି କୁ ମଧ୍ୟ ୨୦.୦୭.୨୦୨୦ ତାରିଖ ରୁ ୨୭.୦୭.୨୦୨୦ ରାତି ୧୦ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି।
ଏଥିସହ ପୂର୍ବ ଭଳି ସପ୍ତାହନ୍ତ ଶନିବାର ଓ ରବିବାର ସଟ ଡାଉନ ରହିବ। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୭ ଟା ରୁ ଦିନ ୧ ଟା ମଧ୍ୟରେ ଖୋଲିବ। ଅନ୍ୟାନ୍ୟ ସମସ୍ତ ଦୋକାନ ବନ୍ଦ ରହିବା ସହ ବାଇକ ଆରୋହି ଙ୍କୁ ସମ୍ପୂର୍ଣ୍ଣ ଭାବେ କଟକଣା କରାଯିବ। ଆଜି କେବଳ ୪୧ ଜଣ କରୋନା ଚିହ୍ନଟ ହୋଇଛନ୍ତି। ଲଷ୍ମୀପୁର ବ୍ଲକ ରେ ୨୦ ଜଣ, କୋରାପୁଟ ବ୍ଲକ ଓ ପୋୖରାଞ୍ଚଳ ମିଶି ୬ ଜଣ, ଜୟପୁର ୧୦ ଜଣ, ବୋରିଗୁମ୍ମା ବ୍ଲକ ର ସମରଥଗୁଡା ରୁ ଜଣେ, ରାମଗିରି ରୁ ଜଣେ, ଦାମାନଯୋଡି ରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଷ୍ମୀପୁର ବ୍ଲକର ସରକାରୀ କ୍ୱାରେନ ଟାଇନ ରେ ରହୁଥିବା ଜଣେ ବ୍ୟକ୍ତି ଙ୍କ ଘର ବୋରିଗୁମ୍ମା ସହରରେ।
ସେ ନିଜେ ହୋମ କ୍ୱାରେନଟାଇନ ରେ ରହିବି କହି ସାରା ସହର ବୁଲାବୁଲି କରୁଥିବା ଅଭିଯୋଗ ହୋଇଛି। ଆଜି ସେହି ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ର ନିଦ ହଜି ଯାଇଥିଲା। ଦିନ କୁ ଦିନ କୋରାପୁଟ ଜିଲ୍ଲାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ଜିଲ୍ଲାରେ ଆତଙ୍କ ଖେଳିଯାଇଛି।