Odisha news

ବିଧାନସଭାର କମିଟି ସମ୍ପର୍କିତ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ : ସମ୍ମିଳନୀରେ ଯୋଗଦେବା ପାଇଁ ଜୟପୁର ଗସ୍ତରେ ବାଚସ୍ପତି l

0

ଭୁବନେଶ୍ୱର ତା ୦୩/୦୫ : ବିଧାନସଭା ଗୁଡିକର କମିଟି ସମ୍ପର୍କିତ ୨ୟ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ ଜୟପୁରଠାରେ ମଇ ୫ତା ଦିନ ଅନୁଷ୍ଠିତ ହେଉଅଛି lମଧ୍ୟପ୍ରଦେଶର ବାଚସ୍ପତି ଶ୍ରୀ ନରେନ୍ଦ୍ରସିଂହ ତୋମାରଙ୍କ ଅଧକ୍ଷତାରେ ରାଜସ୍ଥାନ ବିଧାନସଭା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ,ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ, ସିକ୍କିମ ସମେତ ଓଡିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଯୋଗ ଦେଉଛନ୍ତି l
ଏହି ସମ୍ମିଳନୀରେ ବିଧାନସଭା ଗୁଡିକର କମିଟି ବ୍ୟବସ୍ଥା ଓ ଆଗାମୀ ଦିନରେ କିପରି ଏହାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହେବ l ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶା ବିଧାନସଭାର କମିଟି ଗୁଡିକ ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଅଛି l
ଏହି ଅବସରରେ ୬ଟି ବିଧାନସଭାର ସଚିବଙ୍କ ସମେତ ଓଡିଶା ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ ଆୟୋଜିତ ସମ୍ମିଳନୀରେ ଯୋଗଦେଉଛନ୍ତି l

Govt
Leave A Reply