ନିରାକାରପୁର,୯/୧୧: ୨୦୨୪ର ଅନ୍ତିମ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ରେ ସମସ୍ତେ ଭାଗ ନେବାକୁ ଆହ୍ବାନ କରାଯାଇଥିବାବେଳେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁର ଅଂଚଳରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମରେ ସମସ୍ତେ ଭାଗ ନେଇ ଭୋଟର ତାଲିକା ସଂଶୋଧନ କରିବାକୁ ବିଭିନ୍ନ ବୁଥ କରାଯାଇଛି। ଏହି ସଂଶୋଧନ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସୂଚନା ମିଳିଛି। ସୂତନ୍ତ୍ର ଅଭିଯାନ ଦିବସ ଗୁଡ଼ିକ ନଭେମ୍ବର ୫, ୧୧, ୧୯ ଓ ୨୫ ରହିଛି। ଏହି କାର୍ଯ୍ୟକ୍ରମରେ ଭୋଟର ବୁଥ କୁ ଆସି ନିଜ ନାମ ଯାଞ୍ଚ କରିପାରିବେ। ନୂତନ ନାମ ପଞ୍ଜିକରଣ, ସଂଶୋଧନ ବା ବାଦ ଦେବା ପାଇଁ ଆବେଦନ କରି ପାରିବେ ବୋଲି ଜଣାପଡିଛି।