ସନାତନ ଧର୍ମ ରେ ଚାରିଯୁଗ ର ବର୍ଣନା ରହିଛି, ଯେଉଁଥିରେ ସତ୍ୟଯୁଗ, ତ୍ରେତେୟା ଯୁଗ, ଦ୍ୱାପର ଯୁଗ ଓ କଳିଯୁଗ ସାମିଲ ରହିଛି, ବର୍ତମାନ କଳିଯୁଗ ଚାଲିଛି ଯାହାକି ପାପ, ଅଧର୍ମ, ମିଥ୍ୟା ଓ ଭ୍ରମ ର ଯୁଗ ଭାବରେ ଗ୍ରହଣ କରାଯାଇଛି l ଶ୍ରୀମଦଭାଗବତ ଗୀତା ଓ ମହାଭାରତ ଭଳି ଧାର୍ମିକ ଗ୍ରଂଥ ରେ କଳିଯୁଗ ରେ ଅନେକ ଲକ୍ଷଣ ବିଷୟରେ ଆଲୋଚନା ହୋଇଥାଏ, ଆଶ୍ଚର୍ଯ୍ୟ କଲାଭଳି କଥାଟି ହେଲା କଳିଯୁଗ କୁ ନେଇ ହୋଇଥିବା ଭବିଷ୍ୟବାଣୀ ଆଜି ର ସମାଜ ରେ ମୁଖ୍ୟ ଭାବରେ ଦେଖା ଦେଇଛି l ଆସନ୍ତୁ ଜାଣିବା କଳିଯୁଗ ର ଏଭଳି ୫ଟି ଲକ୍ଷଣ ବିଷୟରେ l
* ଧର୍ମ ବିଲୁପ୍ତ ହୋଇଯିବ –
ଶ୍ରୀମଦ୍ଭାଗବତ ଗୀତା ଅନୁସାରେ କଳିଯୁଗ ରେ ଚାରିଭାଗ ରୁ ଗୋଟିଏ ଭାଗ ଧର୍ମ ରହିବ, ଏବଂ ଧୀରେ ଧୀରେ ଏହା ଲୁପ୍ତ ହୋଇଯିବ, ଆଜିର ଯୁଗରେ ସତ୍ୟ ଅପେକ୍ଷା ମିଥ୍ୟା ର ଅଧିକ ପ୍ରଭାବ ରହୁଛି, ଲୋକେ ନିଜ ସ୍ୱାର୍ଥ ପାଇଁ ଧର୍ମ କୁ ନଷ୍ଟ କରୁଛନ୍ତି l
* ଗୁରୁ ଶିଷ୍ୟ ସମ୍ପର୍କ ର ପତନ –
କଳିଯୁଗ ରେ ଗୁରୁ-ଶିଷ୍ୟ ପରମ୍ପରା ମଧ୍ୟ ଧୀରେ ଧୀରେ ପତନ ହେବାକୁ ଲାଗିଛି, ଗୁରୁଙ୍କ ଉଦେଶ୍ୟ ଜ୍ଞାନ ର ଆଲୋକ ଦେଖାଇବା ହୋଇ ରହିନାହିଁ କେବଳ ପଇସା ରୋଜଗାର ହୋଇ ରହିଯାଇଛି l ଏବଂ ଶିଷ୍ୟ ଆଉ ଗୁରୁ କୁ ସମ୍ମାନ ଦେଉନାହିଁ ବରଂ ଅବମାନନା କରୁଛନ୍ତି l ସମାଜ ରେ ଧୀରେ ଧୀରେ ନୈତିକତା ଓ ଆତ୍ମଜ୍ଞାନ ସ୍ଥାନରେ ଭୌତିକତା ବୃଦ୍ଧି ହୋଇଛି l
* ଧନ ହେଉଛି ସବୁଠୁ ଉର୍ଧ୍ଵ ରେ –
କଳିଯୁଗ ରେ ବ୍ୟକ୍ତି ର ପଦ ପ୍ରତିଷ୍ଠା ତାର ଧନ ଓ ବାହାର ଦିଖାଵାରେ ସ୍ଥିର ହେଉଛି, ନାକୀ ତାର ଗୁଣ ଓ ଆଚରଣ ରେ, କିନ୍ତୁ ଆଜିର ସମୟ ରେ ଯାହା ପାଖରେ ଅଧିକ ପଇସା ତାକୁ ସମସ୍ତେ ମହତ୍ୱ ଦେଉଛନ୍ତି, ବର୍ତମାନ ସମୟ ରେ ଶିକ୍ଷା, ସମ୍ପର୍କ ଓ ନ୍ୟାୟ ର ସଂଯୋଗ ମଧ୍ୟ ଧନ ସହିତ ରହିଛି, ଯାହା ପାଖରେ ଅଧିକ ଧନ ତାର ଭୁଲ କୁ ଅଣଦେଖା କରାଯାଉଛି l
* ବିବାହ ଓ ସମ୍ପର୍କ କୁ ନେଇ ଉତେଜନା –
ଶାସ୍ତ୍ର ଅନୁସାରେ କଳିଯୁଗ ରେ ପତି ପତ୍ନୀ ଙ୍କ ସମ୍ବନ୍ଧ ବାସନା ଓ ସୁବିଧା ଉପରେ ନିର୍ଭର କରିଥାଏ, ନାକି ପ୍ରେମ ଓ ଧର୍ମ ଉପରେ, ବର୍ତମାନ ସମୟ ରେ ଖୁବ ଶୀଘ୍ର ସମ୍ପର୍କ ରେ ମଧୁରତା ବଢୁଛି ଏବଂ ଖୁବ ଶୀଘ୍ର ମଧ୍ୟ ପତନ ହେଉଛି l
* ମାତା-ପିତା ଙ୍କ ଅପମାନ ବୃଦ୍ଧି –
କଳିଯୁଗ ର ପ୍ରମୁଖ ଲକ୍ଷଣ ପୁରାଣ ରେ ଲେଖା ଯାଇଛି, ସନ୍ତାନ ମାନେ ପିତାମାତା ଙ୍କର ଅବମାନନା କରିବେ ସମାଜ ରେ ଵୃଦ୍ଧାଶ୍ରମ ସଂଖ୍ୟା ବୃଦ୍ଧି ପାଇବ, ପିଲାମାନେ ନିଜ ମାତାପିତାଙ୍କ ନିକଟରୁ ଅଲଗା ରହିବାକୁ ପସନ୍ଦ କରିବେ, କଳିଯୁଗ ରେ ପାରିବାରିକ ମୂଲ୍ୟ ହ୍ରାସ ହେବ l