Odisha news

ସିଜୋଫ୍ରନିୟା କଣ ? ଯାହାଦ୍ୱାରା ବିଶେଷ ଭାବେ ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି , କଣ ରହିଛି ଏହାର ଚିକିତ୍ସା

0

ସିଜୋଫ୍ରନିୟା ଗୋଟିଏ ପ୍ରକାରର ମେଣ୍ଟାଲ ଡ଼ିସଅର୍ଡର ହୋଇଥାଏ, ଯାହାଦ୍ୱାରା ପୀଡିତ ବ୍ୟକ୍ତିର କାମକରିବାରେ ଅସୁବିଧା ହୋଇଥାଏ l ଏମିତିରେ ଏହି ଡ଼ିସଅର୍ଡର ଖୁବ କମ ଦେଖିବାକୁ ମିଳିଥାଏ କିନ୍ତୁ ଏହା ଖୁବ ଗମ୍ଭୀର ସମସ୍ୟା ଅଟେ l ସାରା ବିଶ୍ୱରେ ପାଖାପାଖି ୨୦ ଲକ୍ଷ ଲୋକ ଏହି ସମସ୍ୟାର ସମୁଖୀନ ହୋଇ ଥାଆନ୍ତି l ଏଥିରେ ଅଧିକାଂଶ ବ୍ୟକ୍ତି ଟିନଏଜର ଅଟନ୍ତି l ସିଜୋଫ୍ରନିୟା ଗୋଟିଏ ଗ୍ରୀକ ଶବ୍ଦ ଅଟେ, ଯାହାର ଅର୍ଥ ସ୍ଲିପଟ ମାଇଣ୍ଡ l ଏହାଦ୍ୱାରା ମସ୍ତିଷ୍କ ସର୍ବଦା ଭ୍ରମିତ ରହିଥାଏ l ଏହାଦ୍ୱାରା ସାମାଜିକ ଦୂରତା ସୃଷ୍ଟି ହୋଇଥାଏ ଏବଂ ଲୋକ ମାନଙ୍କ ସହିତ ମିଶିବାରେ ସମସ୍ୟା ହୋଇଥାଏ l

ସିଜୋଫ୍ରନିୟା ରେ କେଉଁ ସମସ୍ୟା ହୋଇଥାଏ –
ଯଦି କୌଣସି ଟିନଏଜର ବା ଯୁବା ବୟସ ବ୍ୟକ୍ତିଙ୍କ ନିକଟରେ ସିଜୋଫ୍ରନିୟା ଡ଼ିସଅର୍ଡର ଦେଖା ଯାଇଥାଏ, ତେବେ ତାହାକୁ ଜାଣିବା ଖୁବ କଷ୍ଟକର ଅଟେ l କାହିଁକି ନା ଏହି ଡ଼ିସଅର୍ଡର କୁ ଜାଣିବା ଖୁବ କଷ୍ଟକର l ଅନେକ ସମୟରେ ପରିବାର ସଦସ୍ୟ ଏହାକୁ ଜାଣି ମଧ୍ୟ ଇଗନୋର କରି ଦିଅନ୍ତି l ଧୀରେ ଧୀରେ ବ୍ୟକ୍ତି ସମାଜ ଠାରୁ ଦୁରେଇ ଯାଇଥାଏ ଓ ନିଜ ଲୋକଙ୍କ ମଧ୍ୟରେ ଅନସେଫ ଅନୁଭବ କରିଥାଏ l

ସିଜୋଫ୍ରନିୟା ର କାରଣ –
* ଡ୍ରଗ୍ସ ଓ ମଦ୍ୟପାନ କରିବା
* ଅତ୍ୟଧିକ ଷ୍ଟ୍ରେସ ନେବା
* ଅନୁବଂଶିକ କାରଣରୁ
* ମସ୍ତିଷ୍କ ସହିତ ଜଡିତ ପୁରୁଣା ରୋଗ
* ସୋସିଆଲ ମିଡ଼ିଆ ରେ ଖୁବ ବ୍ୟସ୍ତ ରହିବା

ସିଜୋଫ୍ରନିୟା ର ଲକ୍ଷଣ –
– ଏକୁଟିଆ ରହିବାକୁ ଇଚ୍ଛା କରିବା
– ଲୋକ ଙ୍କ ଠାରୁ ଦୁରେଇ ରହିବା
– ଭିଡ଼ ଜାଗାକୁ ଡରିବା
– ଜୀବନ ପ୍ରତି ନିରାଶା ଭାବ ରଖିବା
– ଓଜନ ହ୍ରାସ ହେବା
– ସବୁ କାମ କରିବାକୁ ଡରିବା

ସିଜୋଫ୍ରନିୟା ର ଚିକିତ୍ସା –
ଏହି ରୋଗ ର କୌଣସି ସଠିକ ଚିକିତ୍ସା ନାହିଁ l ତେଣୁ ମେଡିକାଲ କେଶ ହିଷ୍ଟ୍ରୀ, ମାନସିକ ସ୍ଥିତି , ସାମାଜିକ ଫ୍ୟାକ୍ଟର ଲକ୍ଷଣ ର ଫ୍ୟାକ୍ଟର ହିସାବରେ ଚିକିତ୍ସା କରାଯାଇ ଥାଏ l ମେଡିଟେସନ , ଯୋଗାସନ , ଥେରାପି ଦ୍ୱାରା ଏହାକୁ ଠିକ କରାଯାଇ ଥାଏ l

Leave A Reply