Odisha news

ଯୋଗୀ ସରକାରଙ୍କ ସ୍ପେଶାଲ ୧୨ : ୧୦ IAS ଓ ୨ IPS, ଯାହାଙ୍କର ୨ବର୍ଷରୁ ହୋଇନାହିଁ ଟ୍ରାନ୍ସଫର

0

ନୂଆଦିଲ୍ଲୀ : ୟୁପି ର ୧୨ ଏଭଳି ଅଫିସର ଅଛନ୍ତି, ଯେଉଁମାନେ ଗତ ୨ବର୍ଷ ହେଲାଣି ଗୋଟିଏ ଜାଗାରେ ସେବା ଦେଉଛନ୍ତି l ଏହା ବ୍ୟତୀତ ୪ଜଣ IAS ଗୋଟିଏ ସ୍ଥାନରେ ମୁତୟନ ରହି ସେବା ଯୋଇବାରେ ୨ବର୍ଷ ପୁରଣ କରିବେ l ଏମାନେ ହେଲେ ଗୃହ ବିଭାଗର ମୁଖ୍ୟ ସଚିବ ଅବନିଶ କୁମାର ଅବସ୍ଥି, ବାରଣାସୀ ର କମିଶନର ଦୀପକ ଅଗ୍ରୱାଲ ବାରବାଙ୍କି ର ଡ଼ିଏମ ଡ଼. ଆଦର୍ଶ ସିଂହ ନିଜସ୍ୱ ପରିଚୟ ସୃଷ୍ଟି କରିଛନ୍ତି l ଏମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କର ଅଗାଧ ବିଶ୍ୱାସ ରହିଛି l

ଯେଉଁ ଉତ୍ତର ପ୍ରଦେଶରେ ଅଧିକାରୀ ମାନଙ୍କର ବଦଳି କୁ ନେଇ ଚର୍ଚ୍ଚା ଧରିଥାଏ ତାହା ବର୍ତମାନ ସମ୍ପୂର୍ଣ ବଦଳୀ ଯାଇଛି l ପୂର୍ବରୁ କୁହାଯାଉ ଥିଲା ଯେ ଉତ୍ତର ପ୍ରଦେଶ ରେ ଯେଭଳି IAS ଓ IPS ଙ୍କ ଟ୍ରାନ୍ସଫର ହୋଇଥାଏ ସେଭଳି କୌଣସି ଅନ୍ୟ ରାଜ୍ୟରେ ହୋଇନଥାଏ l ଯୋଗୀ ସରକାରଙ୍କର ତାଙ୍କ ରାଜ୍ୟରେ ଥିବା ୭୫ ଟି ଜିଲ୍ଲାର IAS ଓ IPS ଅଧିକାରୀ ମାନଙ୍କ ଉପରେ କିଛି ଅଧିକ ଭରସା ରହିଛି l ଏହି ଅଧିକାରୀ ମାନେ ନିଜ ପଦବୀରେ ଦୀର୍ଘ ଦିନରୁ ନିଜ ପଦବୀରେ ରହିଥିବାର କିଛି ବିଶେଷ କାରଣ ରହିଛି l

ଏହି ଅଧିକାରୀ ମାନେ ନିଜ କର୍ତବ୍ୟକୁ ନେଇ ବେଶ ସଚେତନ ଅଟନ୍ତି l ନିଜ କାର୍ଯ୍ୟକୁ ନିଷ୍ଠାର ସହିତ ପାଳନ କରି ଥାଆନ୍ତି l ଏହାଛଡା ସେମାନଙ୍କ ବିଷୟରେ ସେଭଳି କିଛି ଆଲୋଚନା ହେଉ ନାହିଁ ଯାହା କି ତାଙ୍କ ଖରାପ ଗୁଣକୁ ଦର୍ଶାଇବ l

IAS ଅବନିଶ କୁମାର ଲଏଣ୍ଡଅର୍ଡର ର ଦାୟିତ୍ୱ ନେଇଛନ୍ତି ଓ ସମସ୍ତ ଘଟଣାକୁ ଠିକ ଭାବରେ ପରଖି ତାର ସମାଧାନ କରନ୍ତି l ବାରଣାସୀ କମିଶନର ଦୀପକ ଅଗ୍ରୱାଲ ଶ୍ରୀକାଶୀ ବିଶ୍ୱନାଥ ଧାମ ପ୍ରୋଜେକ୍ଟ ର ଦାୟିତ୍ୱ ନେଇଛନ୍ତି l ଡ଼ିଏମ ଆଦର୍ଶ ସିଂହ ଶ୍ରମିକ ଓ କୃଷକ ମାନଙ୍କ ପାଇଁ କାର୍ଯ୍ୟରତ l ବାରଣାସୀର ସୁଖୀ ଯାଇଥିବା କଲ୍ୟାଣୀ ନଦୀକୁ ନୂଆ ଜୀବଦାନ ଦେଇଥିଲେ l

Nalco
Leave A Reply