ହିନ୍ଦୁ ଧର୍ମରେ କୁବେରଙ୍କୁ ଧନ ର ରାଜା ବୋଲି କୁହାଯାଇଥାଏ l କୁବେରଙ୍କ ମନ୍ତ୍ର ଜପ କରିବା ଦ୍ୱାରା ଜୀବନରୁ ଦରିଦ୍ରତା ନାଶ ହୋଇଥାଏ ଓ ଗୃହରେ ଧନ ବୃଦ୍ଧି ହୋଇଥାଏ l ଏହି ମନ୍ତ୍ରର ଖୁବ ପ୍ରଭାବ ରହିଛି l ବିଶେଷ ଭାବରେ ରବିବାର ଦିନ ସୂର୍ଯ୍ୟ ମନ୍ତ୍ର ସହିତ କୁବେର ମନ୍ତ୍ର ପାଠ କରିବା ଦ୍ୱାରା ଜୀବନ ରେ ସୁଖସମୃଦ୍ଧି ଉଭା ହୋଇଥାଏ l
କୁବେରଙ୍କ ଅମୋଘ ମନ୍ତ୍ର –
ଓଂ ୟକ୍ଷlୟ କୁବେରାୟ ବୈଷ୍ଣବlୟ ଧନଧ୍ୟାନ୍ୟଧିପତୟେ
ଧନଧାନ୍ୟସମୃଧିଙ୍ଗ ମେ ଦେହି ଦାପୟ ସ୍ୱାହା l
– ଦକ୍ଷିଣ ଦିଗକୁ ମୁଖାକରି ୧୦୮ ଥର ଏହି ମନ୍ତ୍ରକୁ ଜପ କରିବା ଉଚିତ l ଜପ କରିବା ସମୟରେ ନିଜ ନିକଟରେ କଉଡ଼ି ରଖନ୍ତୁ l ମାନ୍ୟତା ରହିଛି ଯେ ବେଲ ଗଛ ମୂଳରେ ବସି ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳି ଆର୍ଥିକ ଅବସ୍ଥା ଦୂର ହେବ l ଏହି ମନ୍ତ୍ରକୁ ପ୍ରତି ରବିବାର ଦିନ ପାଠ କରିବା ଆବଶ୍ୟକ l
– ମାନ୍ୟତା ଅନୁସାରେ ରବିବାର ଦିନ ସକାଳୁ ସ୍ନାନ କରି ଏହି ମନ୍ତ୍ରକୁ ଜପ କରନ୍ତୁ , ଏହାଦ୍ୱାରା ଗୃହରେ ପବିତ୍ର ବାତାବରଣ ସୃଷ୍ଟି ହୋଇଥାଏ ଓ ଅଟକି ରହିଥିବା ସମସ୍ତ କାର୍ଯ୍ୟ ହୋଇଯାଏ l
– ନିଜ ବ୍ୟବସାୟ ପ୍ରତିଷ୍ଠାନ ରେ ପ୍ରତିଦିନ ଏହି ମନ୍ତ୍ରକୁ ପାଠ କରନ୍ତୁ, ପାଠ କରିବା ସମୟରେ ଗୋଟିଏ ପାଣି ଗଡୁ ନିଜ ପାଖରେ ରଖନ୍ତୁ l ପାଠ କରିସାରିବା ପରେ ଉକ୍ତ ଗଡୁ ରେ ସାମାନ୍ୟ ହଳଦୀ ପକାଇ ସୂର୍ଯ୍ୟଦେବ ଙ୍କୁ ଅର୍ପଣ କରନ୍ତୁ l
– ମହିଳା ମାନେ ପ୍ରତି ଗୁରୁବାର ଦିନ ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଗୃହର ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ଓ ଧନ ର ଅଭାବ ରହି ନଥାଏ l
– ଗୃହର ଉତ୍ତର ଦିଗରେ ଦୀପ ଟିଏ ଜଳାଇ ସେଠାରେ ଗୋଟିଏ ପାତ୍ରରେ ଦୁଗ୍ଧ ରଖନ୍ତୁ ଓ କୁବେରମନ୍ତ୍ର ପାଠ କରନ୍ତୁ l ଏପରି କରିବ ଦ୍ୱାରା ଅଟକି ରହିଥିବା ଧନ ଫେରି ଆସିଥାଏ l
