ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଶ ଶୀର୍ଷ ଯାଞ୍ଚ ଏଜେନ୍ସି ସମୁଖରେ ଉପସ୍ଥିତ ନହେବାକୁ ନେଇ ଓ ଅବୈଧ ଫଣ୍ଡିଙ୍ଗ ମାମଲାରେ ନୋଟିସ ର ଜବାବ ନଦେବାର କାରଣରୁ ଗରିଫ କରାଯାଇ ପାରେ l ମିଡ଼ିଆ ରିପୋର୍ଟ ଅନୁସାରେ ଶନିବାର ଦିନ ଏହା ସାମ୍ନାକୁ ଆସିଛି l FIA ଏହି ସମ୍ବନ୍ଧ ରେ ଶୁକ୍ରବାର ଦିନ ମଧ୍ୟ ନୋଟିସ ଜାରି କରିଛି l କିନ୍ତୁ ଇମ୍ରାନ କୌଣସି ନୋଟିସ ର ଜବାବ ଦେଇ ନଥିଲେ l ମିଳିଥିବା ସୂଚନା ଅନୁସାରେ FIA ର ଉଚ୍ଚ ସ୍ତରୀୟ ଅଧିକାରୀ ମାନଙ୍କ ସୂଚନା ଅନୁସାରେ ଇମ୍ରାନ ଙ୍କୁ ଗିରଫ କରିବାର ଅନ୍ତିମ ଶପତି ୩ଟି ନୋଟିସ ଜାରି କଲାପରେ ନିଆଯିବ l
ଏଫଆଇଏ ଟିମ୍ ପୂର୍ବ ପ୍ରଧାନମନ୍ତ୍ରୀ ଦଳ ସମ୍ବନ୍ଧିତ ୫ଟି କମ୍ପାନୀ ର ତଥ୍ୟ ପାଇଛି l ଯାହାକି ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା, ବ୍ରିଟେନ ଓ ବେଲଜିୟମ ରେ କାମ କରୁଛନ୍ତି l ପାକିସ୍ତାନ ନିର୍ବାଚନ ଆୟୋଗ ଙ୍କୁ ଦିଆଯାଇଥିବା ତଥ୍ୟରେ ଏହି ବିଷୟରେ କୌଣସି ଉଲେଖ କରାଯାଇ ନାହିଁ l ବର୍ତମାନ ଇମ୍ରାନ ଯାଞ୍ଚ ଏଜେନ୍ସି ର ଟାର୍ଗେଟ ରେ ଅଛନ୍ତି l ଚଳିତ ମାସ ଆରମ୍ଭରେ ପାକିସ୍ତାନ ର ନିର୍ବାଚନ ଆୟୋଗ କହିଥିଲେ ଯେ ଇମ୍ରାନ ଖାନ ଙ୍କ ପିଟିଆଇ କୁ ଭାରତୀୟ ମୂଳ ର ଜଣେ ବ୍ୟବସାୟୀ ସହିତ ୩୪ ଜଣ ବିଦେଶୀ ନାଗରିକ ଙ୍କ ନିକଟରୁ ନିୟମ ବିରୁଧରେ ଅର୍ଥ ପ୍ରାପ୍ତ ହୋଇଛି l
