ବାରିପଦା : ଓଡିଶା ରାଜ୍ୟସ୍ତରୀୟ ୧୪ ଓ ୧୭ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ବର୍ଗର ଯୋଗାସନ ପ୍ରତିଯୋଗିତା ଚଳିତ ଅକ୍ଟୋବରର ମାସ ୯ ରୁ ୧୦ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ବାଳକ ଟିମ ମ୍ୟାନେଜର ଭାବେ ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ମାଣିଦା ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ପ୍ରଦୀପ ନାୟକ ଓ ବାଳିକା ଟିମ ମ୍ୟାନେଜର ଭାବେ ଯୋଗ ପ୍ରଶିକ୍ଷିକା ମିତାକ୍ଷୀ ମହାନ୍ତିଙ୍କ ନେତୃତ୍ୱରେ ୨୦ଜଣ କ୍ରୀଡାବିତ୍ ଯୋଗ ଦେଇଛନ୍ତି । ସେମାନେ ହେଲେ ୧୪ବର୍ଷରୁ କମ ବାଳକ ବିଭାଗରେ ଗୋପାଲ ସିଂ, କ୍ରିଷ୍ଣା ନାୟକ, କ୍ରିଷ୍ଣା ଦାସ, ସ୍ୱାଧୀନ ମଣ୍ଡଳ, ଦୟାଲ ବୁଲିଉଲି ଓ ବାଳିକା ବିଭାଗରେ ଶ୍ରୁତି ବିନ୍ଧାଣୀ, କାଜଲ ନାୟକ, ସାଇପ୍ରିୟା ସିଂ, ଦିବ୍ୟାଦର୍ଶନୀ ପଣ୍ଡା, ପାର୍ବତୀ ମାରାଣ୍ଡି । ସେହିପରି ୧୭ବର୍ଷରୁ କମ ବାଳକ ବିଭାଗରେ ଦେବାଶିଷ ବାରିକ, ହିମାଂଶୁ ମହାନ୍ତ, ଡମ୍ବରୁଧର ମହାନ୍ତ, ଚିନ୍ମୟ ମହାକୁଡ, ବିବେକ ମହାନ୍ତ । ବାଳିକା ବିଭାଗରେ ପ୍ରତୀକ୍ଷା ବରାଳ, ଦୀପିକା ବାରିକ, ସାନି ସିଂ, ପୁର୍ଣିମା ଭଟ୍ଟ, ମାମି ମହାନ୍ତ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି । ରାଜ୍ୟସ୍ତରୀୟ ଯୋଗ ବିଚାରକ ଭାବେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଯୋଗ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ, ମହର୍ଷି ପବ୍ଲିକ ସ୍କୁଲ ର ପିଇଟି ମୋନା ଦାସ ଓ ସେଣ୍ଟ୍ରାଲ ଅଫିସିଆଲ ଭାବେ ବହଳଦା ହାଇସ୍କୁଲ ର ପିଇଟି କେଶବ ଚନ୍ଦ୍ର ବେହେରା, ଯଦୁନାଥପୁର ସ୍ଥିତ ସିମାନ୍ତ ହାଇସ୍କୁଲର ପିଇଟି ଅବନୀ ଭଞ୍ଜ ଓ ମଙ୍ଗଳ ହାଇସ୍କୁଲର ପିଇଟି ବୀରେନ୍ଦ୍ର ଦଳେଇ ପ୍ରମୁଖ ଯୋଗ ଦେଇଛନ୍ତି ।