Odisha news

ଆଜି ହେଉଛି ବିଶ୍ୱ ଘରଚଟିଆ ଦିବସ

0
ଦିପ୍ତିମୟୀ ନାୟକ : ଗାଁର ଚାଳ କାନ୍ଥ ସନ୍ଧି ହେଉ କି ସହରର କୋଠା ଘର ସ୍କାଇ ଲାଇଟ ନଚେତ କୌଣସି ଖୋପରେ ତ ଆଉ କେବେ ବତୀ ଖୁଣ୍ଟରେ ଥିବା କେବୁଲ ବକ୍ସରେ ଘରଚଟିଆଟି ତାର ବସା ତିଆରି କରିଥାଏ | ଆଉ ସେହି ବସା ଏତେ ସୁନ୍ଦର ହୋଇଥାଏ ଯେ ବାଟରେ ଯାଉଥିବା ବାଟୋଇଟି ମଧ୍ୟ ଅଟକି ଯାଇ ସେହି ଚଢେଇ ଗୁଡିକୁ ଦେଖି ଖୁସିରେ ଅନ୍ୟ ଜଣକୁ ଡାକି ଦେଖାଉ ଥାଏ | ଦେଖ ଏ ବସା କେଡେ ସୁନ୍ଦର | ଏତେ ସୁନ୍ଦର ସୁନ୍ଦର ପକ୍ଷୀ ଏମାନଙ୍କ କିଚିରି ମିଚିରି ଶବ୍ଦ କେଡେ ମନୋହର |
ତେବେ ଘରଚଟିଆ ପକ୍ଷୀଟି ଆକାରରେ ଛୋଟ ହେଲେ ମଧ୍ୟ ଏହା ପରିବେଶ ଓ ମାନବ ସମାଜ ପାଇଁ ଅନେକ ବଡ଼ ବଡ଼ କାମ କରିଥାନ୍ତି | ଏହି ପକ୍ଷୀ ପ୍ରାୟତଃ ଗାଁ ଗହଳି ଗୁଡିକରେ ଯେଉଁ ଚାଳ ଛପର ଘର ଥାଏ ସେହି ଘର ଗୁଡିକ ଉପରେ ବସିଥିବାର ନଜରକୁ ଆସିଥାନ୍ତି | ଯାହାଫଳରେ ଲୋକମାନେ ତା ନାଁ ଘରଚଟିଆ ରଖିଥାନ୍ତି | କାରଣ ସେ ଚାଳ ଛପର ଘର ଉପରେ ସବୁବେଳେ ବସେ ବୋଲି ତା ନାଁ ଘରଚଟିଆ |
 କିନ୍ତୁ ବର୍ତ୍ତମାନ ସମୟରେ ଆଉ ଗାଁ ଗହଳି ମାନଙ୍କରେ ଘରଚଟିଆ ପକ୍ଷୀ ଦେଖିବାକୁ ମିଳୁନି କି ସେ ପୁରୁଣା ଚାଳ ଛପର ଘର ଦେଖିବାକୁ ମିଳୁନି | କାରଣ ଆମ ପରିବେଶ ଅବକ୍ଷୟ ହେବା ସହ ଅନ୍ୟ କେତେ ଗୁଡିଏ କାରଣ ଯୋଗୁଁ ଏହି ଚଢେଇ ମାନେ ଲୋପ ପାଇବାକୁ ଲାଗିଲେଣି ଓ ଏମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨0 ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବରେ ଆମେମାନେ ପାଳନ କରିଥାଉ |
ଓଡିଶାର ବାଘମାରି, ବିରିବାଟିଆ, ଗୁଣ୍ଠବ, ଲାଞ୍ଜିଆ, ବାଳକୃଷ୍ଣପୁର, ନିମଖଣ୍ଡ ଏବଂ ଗଞ୍ଜାମ ବ୍ଲକର ଗୋଖରବୁଡ଼ା ଏବଂ ଅନ୍ୟାନ୍ୟ ସହୃଦୟ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ଘରଚଟିଆ ପକ୍ଷୀ ମାନଙ୍କର ସଂରକ୍ଷଣ ହେବା ସହ ସେମାନଙ୍କର ବଂଶ ରକ୍ଷା ହୋଇପାରିଛି | ଏବଂ ଆଗକୁ ମଧ୍ୟ ଏହି ପକ୍ଷୀ ଗୁଡିକର ସୁରକ୍ଷାକୁ ନଜରରେ ରଖି ବିଭିନ୍ନ ସ୍ଥାନରେ ବିଭିନ୍ନ ସଂଗଠନ ଘରଚଟିଆ ଦିବସକୁ ପାଳନ କରିବା ସହ ଅନେକ ନୂତନ ବାର୍ତ୍ତା ମଧ୍ୟ ଦେଇଥାନ୍ତି |
Leave A Reply