Odisha news

ଆଗେଇ ଚାଲିଛି ଜଗନ୍ନାଥ ଙ୍କ ରଥ ଚକ ନିର୍ମାଣ : ରଥ ନିର୍ମାଣର ପଞ୍ଚମ ଦିବସ , ୬ଟି ତୁମ୍ବକାର୍ଯ୍ୟରେ ସଂଯୋଗହେଲା ଅର

0

ପୁରୀ :ରଥ ନିର୍ମାଣ କାର୍ଯ୍ୟ ଆରମ୍ଭର ପଞ୍ଚମ ଦିବସ ସୁଦ୍ଧା ୩ରଥର ମୋଟ ୪୨ଟି ତୁମ୍ବ ତିଆରି କାର୍ଯ୍ୟ ଓ ସୁତା ବାଡିଆ କାମ ଶେଷ ହେଲାଣି । ୪୨ଟି ତୁମ୍ବ ମଧ୍ୟରୁ ୧୨ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ସେହିପରି ୩ରଥର ୩ଟି ଅଖ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲାଣି । ୩ରଥର ୨ଟି ଲେଖାଏଁ ୬ଟି ତୁମ୍ବରେ ଅର ସଂଯୋଗ କରାଯାଇ ଗୋଟିଏ ଚକର ପହି ବିନ୍ଧ କରାଯାଉଛି । ୬ଟି ଯନ୍ତାପଟାର ବିନ୍ଧ କାର୍ଯ୍ୟ ଶେଷ ହୋଇଥିବା ବେଳେ ୬ଟି କୋରାମୁଣ୍ଡା ତିଆରି ଶେଷ ହୋଇଛି ।

ରଥ ନିର୍ମାଣରେ ନିୟୋଜିତ ୧୪୬ଜଣ ସେବାୟତଙ୍କର ମଙ୍ଗଳବାର ସକାଳେ ରଥଖଳାରେ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିୟମିତ ପ୍ରକ୍ରିୟାରେ ସ୍କ୍ରନିଂ କରାଯାଇଥିଲା । ସମ୍ପ୍ରତି ୩ରଥର ଚକ ନିର୍ମାଣ ଚାଲିଥିବା ବେଳେ ରୂପକାର ସେବକମାନେ ଗୁଜ କାର୍ଯ୍ୟ ଚଳାଇଛନ୍ତି । କରୋନା ସଂକ୍ରମଣ ଜନିତ ଲକଡାଉନ ଯୋଗୁଁ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ବିଳମ୍ବିତ ହୋଇଥିଲେ ମଧ୍ୟ ସଂପ୍ରତି ଯୁଦ୍ଧକାଳୀନ ଭିତ୍ତିରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ବିଶ୍ୱକର୍ମା ମହାରଣା, ରଥଭୋଇ, କରତିଆ, ରୂପକାର ଓ କମାର ସେବକମାନେ ନିର୍ଦ୍ଧାରିତ ସମୟ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲାଗିଛନ୍ତି । ଉଲ୍ଲେଖ ଯୋଗ୍ୟଯେଇତି ମଧ୍ୟରେ ଜୁନ ୨୨ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ଓଡିଶା ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି ।

Leave A Reply