Odisha news

ପୁରୀ : ଅବକାରୀ ବିଭାଗର ସତର୍କତା ଯୋଗୁ ଧରାପଡ଼ିଲେ ଦେଶୀମଦ ବେପାରୀ ,୯ ଗିରଫ,୫ ବାଇକ୍ ଜବତ

0

ପୁରୀ : ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ଜବତ କରାଯାଇଛି । ଏହି ଚୋରାମାଦକ ଦ୍ରବ୍ୟ କାରବାରରେ ସମ୍ପୃକ୍ତ ୯ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୫ଟି ବାଇକ୍ ଜବତ ହୋଇଛି । ସଦର ଅବକାରୀ ଇନ୍ସପେକ୍ଟର ବିକାଶ ନାୟକଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ବେଣ୍ଟପୁର ଗ୍ରାମରେ ଚଢ଼ାଉ ବେଳେ ପ୍ରବୀଣ ଗୋଚ୍ଛାୟତ(୩୨)ଙ୍କ ଠାରୁ ୪୦ଲିଟର ଦେଶୀ ମଦ ସହ ଏକ ଗ୍ଲାମର ବାଇକ୍ ଜବତ କରାଯାଇଛି ।

ବ୍ରହ୍ମଗିରିର ନହରପଦାରେ ଜିଲ୍ଲା ମୋବାଇଲ ଟିମର ଚଢ଼ାଉବେଳେ ରବୀନ୍ଦ୍ର ଦଳେଇ(୪୨)ଙ୍କ ଠାରୁ ୫୦ଲିଟର ଦେଶୀ ମଦ ଜବତ କରାଯାଇଛି । ଏହି ବେଆଇନ ମଦ କାରବାରରେ ବ୍ୟବହୃତ ଏକ ପ୍ୟାସନ ପ୍ରୋ ବାଇକ୍ ମଧ୍ୟ ଜବତ କରାଯାଇଛି । ସଦର ଥାନା ଅନ୍ତର୍ଗତ ଗେଣ୍ଡାପଡା ଭୋଇ ସାହିରେ ଚଢ଼ାଉ ବେଳେ ପ୍ରଭାକର ଭୋଇ(୪୨)ଙ୍କ ଠାରୁ ୧୦୦ଲିଟର ଦେଶୀ ମଦ ଓ ୮୦୦ଲିଟର ପୋଚ ଜବତ କରାଯାଇଛି ।

ସେହିପରି ସାତପଡା ଅବକାରୀ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କ ନେତୃତ୍ୱରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁଶୁପୁର ଗ୍ରାମରେ ଚଢ଼ାଉ ବେଳେ ବିକ୍ରମ ବେହେରା(୨୮) ଓ ଶରତ ବେହେରା(୨୨)ଙ୍କ ଠାରୁ ୧୦୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଏକ ସ୍ପ୍ଲେଣ୍ଡର ପ୍ଲସ୍ ବାଇକ୍ ଜବତ କରାଯାଇଛି ।

ସଦର ଥାନା ଅନ୍ତର୍ଗତ ବାସୁଦେବପୁର ମହାନ୍ତି ସାହିରେ ଚଢ଼ାଉ ବେଳେ ସନ୍ତୋଷ ପ୍ରଧାନ(୨୨) ଓ ସୁକାନ୍ତ ଦାସ(୪୦)ଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ କରାଯାଇଥିବାବେଳେ ଚୋରାମଦାକ ଦ୍ରବ୍ୟ କାରବରରେ ବ୍ୟବହୃତ ଗୋଟିଏ ଗ୍ଲାମର ବାଇକ୍କୁ ମଧ୍ୟ ଜବତ କରାଯାଇଛି । ସେହିପରି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଡିହପୁଟ ଗ୍ରାମରେ ନାଲମୋହନ ପଟ୍ଟନାୟକ(୩୭) ଓ ପୁରୀ ସଦର ଥାନା ଅନ୍ତର୍ଗତ ବାମୁଣ୍ଡି ଗ୍ରାମର ପ୍ରମୋଦ ପରିଡା(୪୫)ଙ୍କ ଠାରୁ ୬୦ଲିଟର ଦେଶୀ ମଦ ସହିତ ଏକ ବାଇକ୍ ଜବତ କରାଯାଇଛି ।

Leave A Reply