Odisha news

ଏନ୍ଏସିର ସଫେଇ ଗାଡି କର୍ମଚାରୀଙ୍କୁ କଲୋନୀ ବାସିନ୍ଦାଙ୍କ ପକ୍ଷରୁ ସମ୍ବର୍ଦ୍ଧନା

0

ନିମାପଡା :କରୋନା ମହାମାରୀ ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହି ସମୟରେ ନିଜ ଜୀବନକୁ ବାଜି ଲଗାଇ ସଫେଇ କାର୍ଯ୍ୟରେ ସାହାର୍ଯ୍ୟ କରିଆସୁଥିବା ନିମାପଡା ଏନ୍ଏସିର ୨ଜଣ ସଫେଇ ଗାଡି କର୍ମଚାରୀଙ୍କୁ ଆଜି ଓମ୍ଫେଡ ଛକ ନିକଟସ୍ଥ  ସତ୍ୟସାଇ ନଗର ବାସିନ୍ଦାଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

ସତ୍ୟସାଇ ନଗରକୁ ନିମାପଡା ଏନ୍ଏସି ପକ୍ଷରୁ ଏକ ଟାଟା ଏସି ଗାଡି ଘର ଘର ବୁଲି ଆଳିଆ ଆବର୍ଜନା ସଂଗ୍ରହ କରିଥାଏ ।ଏହି ଗାଡିର ୨ଜଣ ସଫେଇ ଯୋଦ୍ଧା ସଂଜୟ ମିଶ୍ର ଓ ସୁରଜ ନାୟକଙ୍କୁ ଉକ୍ତ ନଗର ବାସୀଙ୍କ ପକ୍ଷରୁ ଆଜି ଫୁଲ,ଚନ୍ଦନ,ଧୂପ ଦିଆଯାଇ ପୂଜାର୍ଚ୍ଚନା କରାଯିବା ସହିତ ସେମାନଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ  ସୁବାଷ ଚନ୍ଦ୍ର ନାୟକ,ସାଗରିକା ମହାନ୍ତି,ଯୁଧିଷ୍ଠିର ନାୟକ,ଜଗବନ୍ଧୁ ପ୍ରଧାନ,ପ୍ରମୋଦ ସ୍ୱାଇଁ,ବିଜୟ କୁମାର ସାହୁ,ହୃଦାନନ୍ଦ ସାହୁ ସାମିଲ ହୋଇଥିଲେ ।

IEC 2 years
Leave A Reply