ଦୁନିଆରେ ମଇ ମାସ ୨ତାରିଖ କୁ ବିଶ୍ଵ ଅସ୍ଥମା ଦିବସ ପ୍ରତି ବର୍ଷ ପାଳିତ ହୋଇଥାଏ । ଚଳିତ ବର୍ଷ ଏହି ଦିନଟି ମଇ ୨ ତାରିଖ ମଙ୍ଗଳବାର ଦିନ ପାଳିତ ହେବ । ଏହି ଦିନଟି ରେ ବିଶେଷ ଭାବରେ ଆସ୍ଥମା ଠାରୁ ରକ୍ଷା ପାଇବା ସହିତ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ପାଳିତ ହୋଇଥାଏ ।
ଆସ୍ଥମା କଣ ? –
ଆସ୍ଥମା ପ୍ରଶ୍ଵାସ ସମ୍ବନ୍ଧୀୟ ଗୋଟିଏ ଗମ୍ଭୀର ରୋଗ ଅଟେ । ଏହି ରୋଗ ଫୁସଫୁସ୍ ଉପରେ ପ୍ରଭାବ ପକାଇ ଶ୍ୱାସ କ୍ରିୟା କୁ ପ୍ରଭାବିତ କରିଥାଏ । ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ଯେଉଁ ଲୋକମାନେ ଆସ୍ଥମା କାରଣରୁ ଅସୁବିଧା ରେ ପଡ଼ୁଛନ୍ତି ସେମାନେ ନିଜର ଜୀବନ ଶୈଳୀ କୁ ପରିବର୍ତ୍ତନ କରିବା ଆବଶ୍ୟକ ।
ୱାର୍ଲ୍ଡ ଆସ୍ଥମା ଡେ ର ଅରମ୍ଭା କିପରି ହୋଇଥିଲା -:
ୱାର୍ଲ୍ଡ ଆସ୍ଥମା ଡେ ପାଳନ ର ଆରମ୍ଭ ସର୍ବ ପ୍ରଥମେ ୧୯୯୩ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ସହଯୋଗ ରୁ ଗ୍ଲୋବାଲ ଇନିଶିଏଟିଭ୍ ଫର୍ ଆସ୍ଥମା ଦ୍ଵାରା କରାଯାଇ ଥିଲା । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଅନୁମାନ କରାଯାଇଛି ୩୩୯ ମିଲିୟନ ରୁ ଅଧିକ ଲୋକେ ପୀଡ଼ିତ ରହିଛନ୍ତି , ଯେବେକି ୨୦୧୬ ରେ ବିଶ୍ଵ ସ୍ତରରେ ଆସ୍ଥମା କାରଣରୁ ୪୧୭, ୯୧୮ ଲୋକ ଙ୍କ ର ମୃତ୍ୟୁ ହୋଇ ଥିଲା ।
ଆସ୍ଥମା ର ଲକ୍ଷଣ :-
– କଫ ଯୁକ୍ତ କାଶ କିମ୍ବା ଶୁଖିଲା କାଶ
– ଛାତିରେ କିଛି ଅଟକିଲା ଭଳି ଅନୁଭବ ହେବା
– ଶ୍ୱାସ କ୍ରିୟା ରେ କଷ୍ଟ ଅନୁଭବ କରିବା
– ପ୍ରଶ୍ୱାସ ନେବା ସମୟରେ ଘଡଘଡ ଶବ୍ଦ ହେବା
– ଥଣ୍ଡା ପବନ ରେ ପ୍ରଶ୍ୱାସ ନେବା ସମୟରେ କଷ୍ଟ ଅନୁଭବ କରିବା ।
ଆସ୍ଥମା ର କାରଣ :-
ଆଜିକାଲି ବଢୁଥିବା ପ୍ରଦୂଷଣ ଆସ୍ଥମା ର ବଡ କାରଣ ଅଟେ । ବାହନ ମାନଙ୍କ ନିକଟରୁ ବାହାରୁଥିବା ପ୍ରଦୂଷିତ ଧୂଆଁ ଛଡା ଆସ୍ଥମା ପଛରେ ସର୍ଦ୍ଦି , ଫ୍ଲୁ , ଧୁମ୍ରପାନ , ଜଳବାୟୁ ରେ ପରିବର୍ତ୍ତନ , ଏଲାର୍ଜୀ ଯୁକ୍ତ ଖାଦ୍ୟ , ଔଷଧ ଓ ମଦ୍ୟ ପାନ ଅଧିକ ମାତ୍ରାରେ କରିବା ।
କିଭଳି ନିଜକୁ ରକ୍ଷା କରିବେ -:
– ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ଘରୁ ବାହାରକୁ ଯିବା ସମୟରେ ମୁହଁ ରେ ମସ୍କ ଲଗାଇବା ।
– ବର୍ଷା ଋତୁରେ ଆର୍ଦ୍ରତା ବଢିବା କାରଣରୁ ଆସ୍ଥମା ବାହାରିବାର ଅଧିକ ସମ୍ଭାବନା ରହିଥାଏ , ଯେଉଁ କାରଣରୁ ଆପଣ ଧ୍ୟାନ ରଖିବା ଜରୁରୀ ।
– ପ୍ରତିଦିନ ବ୍ୟାୟାମ କରି ଆସ୍ଥମା କୁ ନିୟନ୍ତ୍ରିତ ରଖି ପାରିବେ ।
– ଆସ୍ଥମା ରୋଗୀ ମାନଙ୍କୁ ଥଣ୍ଡା ଜିନିଷ , ପ୍ରୋଟିନ ଯୁକ୍ତ ଖାଦ୍ୟ, ଅଣ୍ଡା, ମାଛ, କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ କମ ଖାଇବା ଉଚିତ୍ ।
– ଆସ୍ଥମା ରୋଗୀ ମାନେ ନିଜ ଖାଦ୍ୟ ରେ ସବୁଜ ପନିପରିବା ସହିତ ଭିଟାମିନ ଏ, ସି ଓ ଇ ଯୁକ୍ତ ଭୋଜନ ସାମିଲ କରିବା ଉଚିତ୍ ।