Odisha news

ନିୟମିତ ଏହି ଗୋଟିଏ ତେଲରେ ହୁଅନ୍ତୁ ମାଲିସ୍, ଓଜନ ହ୍ରାସ କରିବା ଠାରୁ ନେଇ ଦୂରେଇ ରଖିଥାଏ ଅନେକ ମାରାତ୍ମକ ରୋଗ ଠାରୁ

0
ନିଜର ତ୍ବଚା କୁ ଚିକଣ ଓ ମାଇଶ୍ଚରାଇଯ କରିବା ପାଇଁ ଆମେ ବିଭିନ୍ନ ପ୍ରକାର ତେଲ ର ବ୍ୟବହାର କରିଥାଉ । ଯେପରିକି ନଡ଼ିଆ ତେଲ, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ ଇତ୍ୟାଦି । କିନ୍ତୁ ଏଭଳି ଗୋଟିଏ ତେଲ ଅଛି ଯିଏକି କେବଳ ତ୍ୱଚା କୁ କୋମଳ ଓ ଆକର୍ଷଣୀୟ କରି ନଥାଏ , ଓଜନ ହ୍ରାସ ଠାରୁ ନେଇ ଅନେକ ଗୁଡ଼ିଏ ମାରାତ୍ମକ ବ୍ୟାଧି ଠାରୁ ଦୂରେଇ ରଖିଥାଏ । ଏହି ତେଲ ଟିର ନାମ ହେଉଛି ଅଲିଭଅଏଲ୍ । ଅଲିଭଅଏଲ୍ ରେ ମାଲିସ ହେବା ଦ୍ଵାରା ମୋଟା ପଣ, ଅନିଦ୍ରା , ରକ୍ତଚାପ , ମଧୁମେହ ଭଳି ଅନେକ ସମସ୍ୟା ଦୂର ହୋଇଥାଏ ।
ଅଲିଭ ଅଏଲ୍ ମାଲିସ କରିବାର ୫ଟି ଚମତ୍କାର ଲାଭ -:
* ରିଲାକ୍ସ୍ ହେବ ମାଇଣ୍ଡ –
ଦିନସାରା ର ଥକାପଣ ପରେ ଅଲିଭ ଅଏଲ୍ ମାଲିସ୍ କରିବ ଦ୍ଵାରା କେବଳ ମାନସିକ ଚାପ ଦୂର ହୋଇଥାଏ । ଏହାଛଡା ମନ ଶାନ୍ତ ରହିଥାଏ । ଆହୁରି ମଧ୍ୟ ଅଲ୍ଜାଇମାର, ଡୀମେନ୍ସିଆ ଓ ଡିପ୍ରେସନ୍ ଭଳି ସମସ୍ୟା ଦୂର ହୋଇଥାଏ ।
* ମଧୁମେହ -:
ଅଲିଭ ଅଏଲ୍ ରେ ମାଲିସ୍ କରିବା ଦ୍ୱାରା ଟ୍ରାଇଗ୍ଲିଶରାଇଡ୍ସ ସ୍ତର କୁ ସନ୍ତୁଳନ ରଖିବାରେ ସାହାଯ୍ୟ କରିଥାଏ ।ଏହାଛଡା ମଧୁମେହ ସମସ୍ୟା ମଧ୍ୟ ନିୟନ୍ତ୍ରଣ ରହିଥାଏ ।
* ଶରୀର ର ଫୁଲା କମାଇ ଥାଏ -:
ଅଲିଭ ଅଏଲ୍ ରେ ଥିବା ଆଣ୍ଟି ଇମ୍ଫ୍ଲା ମେଟରୀ ଗୁଣ ଶରୀରର ଫୁଲା କୁ କମାଇ ଥାଏ । ଏହାଛଡା ଗଣ୍ଠି ଫୁଲିବା ଓ ଯନ୍ତ୍ରଣା ରୁ ଆରାମ ଦେଇଥାଏ ।
* ଓଜନ ହ୍ରାସ –
ନିୟମିତ ଅଲିଭ ଅଏଲ୍ ରେ ମାଲିସ୍ କରିବା ଦ୍ୱାରା ମାଇଣ୍ଡ ରିଲକ୍ସ ହୋଇଥାଏ । ଯେଉଁ କାରଣରୁ ଭଲ ନିଦ୍ରା ହୋଇଥାଏ । କାହିଁକି ନା ନିଦ୍ରା ହୀନତା ର ଶିକାର ହେବା ଦ୍ଵାରା ଓଜନ ବୃଦ୍ଧି ହେବାର ଦେଖା ଯାଇଥାଏ । ତେଣୁ ନିୟମିତ ଅଲିଭ୍ ଅଏଲ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ତେଣୁ କିଛି ବ୍ୟକ୍ତି ଅଲିଭ ଅଏଲ୍ ରେ ମାଲିସ ହୋଇ ଥାଆନ୍ତି ।
* ରକ୍ତ ଚାପ -:
ନିୟମିତ ଅଲିଭ ଅଏଲ୍ ରେ ମାଲିସ ହେବା ଦ୍ଵାରା ଶରୀର ରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ହୋଇଥାଏ ଓ ରକ୍ତଚାପ ସନ୍ତୁଳନ ରହିଥାଏ ।

Leave A Reply