Odisha news

କର୍ମକ୍ଷେତ୍ରରେ ଗୋଡ଼ଟଣା ରାଜନୀତି

0
ଦିପ୍ତିମୟୀ ନାୟକ : ରାଜନୀତି ସବୁଠି ହୁଏ ପ୍ରଥମେ ରାଜାର ନୀତି ହିଁ ରାଜନୀତି | ଆଉ ତାପରେ ସ୍ୱାମୀ-ସ୍ତ୍ରୀ ଉପରରେ ରାଜନୀତି, ନେତା ଆଉ କର୍ମୀଙ୍କ ମଧ୍ୟରେ ରାଜନୀତି, ଗୁରୁ ହୋଇ ଶିଷ୍ୟ ମାନଙ୍କ ଉପରେ ରାଜନୀତି, ବଡ଼ ହୋଇ ସାନଙ୍କ ପାଖରେ ରାଜନୀତି, ସାଙ୍ଗଙ୍କ ପାଖରେ ଆଉ ଗୋଟେ ସାଙ୍ଗର ରାଜନୀତି, ହକ୍ ପାଇଁ ଲଢେଇର ରାଜନୀତି, ପିଲାଛୁଆଙ୍କର ରାଜନୀତି କାରଣ ପ୍ରତ୍ୟେକ ଲୋକ ଚାହାଁନ୍ତି ପ୍ରଭୁତ୍ୱ ଜାହିର କରିବା | କିନ୍ତୁ ଏହି ପ୍ରଭୁତ୍ବ ଜାହିର କରିବା ଦ୍ୱାରା କେତେ ଲୋକ ଅଶାନ୍ତିରେ ଦିନ କାଳାତିପାତ କରୁଛନ୍ତି ତାହାର ହିସାବ ନାହିଁ କିନ୍ତୁ ଏହି ପ୍ରଭୁତ୍ବ ପଣିଆ ଯୁଗ ଯୁଗ ଧରି ଚାଲିଆସିଛି | ନିଜକୁ ଶ୍ରେଷ୍ଠ ରାଜନେତା ଭାବିବା ଠିକ କିନ୍ତୁ ନିଜର ଦୋଷ ଦୁର୍ବଳତାକୁ ଲୁଚାଇ ଅନ୍ୟକୁ ଶୋଷଣ କରିବା ଭୁଲ | ମଣିଷ ଜାଣେ ମଣିଷର ଦୁର୍ବଳତା କଣ କିନ୍ତୁ ସେ ନିଜ ଦୋଷ କେବେ ଦେଖେନି ଖଳବୁଦ୍ଧି ପ୍ରୟୋଗ କରି ହୁଏତ ସେ ତା ଅର୍ଥ ବଳରେ ସମସ୍ତଙ୍କୁ ନିଜର କରିଦେବ କିନ୍ତୁ ସେ ସେତିକି ଦରଦୀ ମଣିଷ ହୋଇପାରିବନି ଯେତିକି ଦରଦୀ ଗୋଟେ ସାଧାରଣ ମଣିଷଟିଏ ହୋଇଥିବ | ତଥାପି ଏ ସଂଘର୍ଷର ଲଢେଇ ଯୁଗେ ଯୁଗେ ଚାଲିଥିବ |
   ତେବେ ରାଜନୀତି ସବୁଠି ହେଉଛି ଆଉ ଏଥିରୁ ନିଜ କର୍ମସଂସ୍ଥାନ କେମିତି ବାଦ୍ ପଡ଼ିଯିବ | କାରଣ ଏଠାରେ ପା ଜଣେ ଜଣକୁ ସହିପାରନ୍ତିନି କେବଳ ଏଥିପାଇଁ ଜଣେ ଯଦି ଏମାନଙ୍କ ଠାରୁ ଟିକେ ଆଗକୁ ଆଗେଇ ଯିବ ଏମାନଙ୍କ ମତରେ ଏମାନଙ୍କ ରାଜୁତି ଏଇଠୁ ଶେଷ ହୋଇଯିବ | ଆଉ ସେଥିପାଇଁ ସେମାନେ ଗୋଡ଼ ଟଣା ନୀତିକୁ ଟିକେ ଆପଣେଇ ନିଅନ୍ତି ଆଉ ନିଜ କର୍ମଚାରୀଙ୍କୁ ଅଧିକରୁ ଅଧିକ ହଇରାଣ ମଧ୍ୟ କରନ୍ତି ଯାହାଫଳରେ ଏମାନଙ୍କ ରାଜନୀତି ସହିନପାରି କର୍ମଚାରୀ ଅତିଷ୍ଠ ହୋଇ ନିଜ କର୍ମକ୍ଷେତ୍ରକୁ ତ୍ୟାଗ କରେ | ହଁ ଏମିତି ହୁଏ କିନ୍ତୁ କେହି ମୁହଁ ଖୋଲନ୍ତିନି କାରଣ ଏମାନଙ୍କ ମତରେ ଯେଉଁଠି ଗୋଳିଆ ପାଣି ଅଛି ସେଠି ଆଉ ଶୁଦ୍ଧ ପାଣି ଖୋଜି ଲାଭ ନାହିଁ | ଯଦି ପାରୁଛ ନିଜକୁ ସେହି ଗୋଳିଆ ପାଣି ଭିତରୁ ମୁକ୍ତ କର ନଚେତ ପାଣି ଦୂଷିତ ହେବା ସହ ନିଜେ ମଧ୍ୟ ମୃତ୍ୟୁମୁଖରେ ପଡିବାରେ ଯଥେଷ୍ଟ ସମ୍ଭାବନା ଥାଏ ଆଉ ସେଥିପାଇଁ ସେମାନେ ନିଜକୁ ବଞ୍ଚେଇବାପାଇଁ ସେହି ଗୋଳିଆ ପାଣିରୁ ବାହାରି ନିଜକୁ ମୁକ୍ତ କରିଦିଅନ୍ତି | ହେଲେ ଏହାଦ୍ୱାରା କାହାକୁ କୌଣସି କିଛି ଶିକ୍ଷା ମିଳୁନି ବରଂ ମଣିଷ ଦୁର୍ବଳ ହୋଇଯାଉଛି କାରଣ ସେ ଭାବୁଛି ଯଦି ସେମିତି ଲୋକ ବିନା କାରଣରେ ଅନ୍ୟ ଉପରେ ଏତେ ହୁକୁମ ଚଲାଉଛନ୍ତି ତେବେ ସେମାନଙ୍କ ହୁକୁମକୁ ମୁଣ୍ଡ ପୋତି ସହିଯିବ ଭଲ ନଚେତ ଯଦି ସେମାନଙ୍କ ହୁକୁମକୁ ସହି ପାରୁନ ତେବେ ସେମାନଙ୍କ ଠାରୁ ଦୂରେଇଯିବା ଭଲ | କିନ୍ତୁ କେତେଦିନ ତୁମେ ଦୂରେଇବ | ଏ କର୍ମସଂସ୍ଥାନରୁ ବାହାରି ଆଉ କେଉଁ କର୍ମସଂସ୍ଥାନରେ କେତେଦିନ କାମ କରିବ | କାରଣ ତମେ ଯେଉଁଠିକି ଯାଅ ଏପରି ବିଷ ମଞ୍ଜି ସବୁ ଜାଗାରେ ଥିବେ | ଆଉ ଏଭଳି ବିଷ ମଞ୍ଜି ରୂପକ ଚେର ଯେତେ ଦିନ ମାଡିଚାଲିବ ସେତେଦିନ ଗୋଟେ କର୍ମଚାରୀ ଏମିତି ତାର କର୍ମକ୍ଷେତ୍ର ବଦଳାଇ ଚାଲିବ | ଏଠି ସର୍ଚୋଟ କର୍ମଚାରୀଙ୍କୁ ସର୍ଚୋଟ ସହଯୋଗୀ ମିଳନ୍ତିନି | କିଏ କେତେ ସତ କିଏ କେତେ ମିଛ କହୁଛି ତାର ଉତ୍ତର ମଧ୍ୟ ସମସ୍ତେ ଜାଣନ୍ତି କିନ୍ତୁ ଏ ଗୋଡ଼ଟଣା ରାଜନୀତିରେ ସବୁବେଳେ ମିଛ ଜିତେ ଆଉ ସତ ହାରିଯାଏ |
   ପ୍ରତିମୁହୂର୍ତ୍ତରେ କର୍ମଚାରୀ କାନ୍ଦେ | ପ୍ରଥମେ ଚାକିରୀ ଖୋଜି ଖୋଜି ନୟାନ୍ତ ହୋଇ ଯେତେବେଳେ ଗୋଟେ ଭଲ ଚାକିରୀ ପାଇଯାଏ ସେଠି ଆରମ୍ଭରୁ ହିଁ ଗୋଡ ଟଣା ଟଣି ଆରମ୍ଭ ହୋଇଯାଏ | କାରଣ ଏମାନେ ଯଦି ଗୋଡ଼ ଟାଣିବେନି ତେବେ ଏମାନଙ୍କ ରାଜୁତି କେମିତି ଚାଲିବ | ଏମାନଙ୍କୁ ଅନ୍ୟମାନେ କେମିତି ଡରିବେ | ଏମାନେ କର୍ମଚାରୀ ନୁହଁନ୍ତି ମୋଟାମୋଟି ଭାବରେ କହିବାକୁ ଗଲେ ଏମାନେ ଗୁଣ୍ଡା | ଏମାନଙ୍କ ଶିକ୍ଷା ଆଉ ସଂସ୍କାର ସବୁ ବୃଥା କାରଣ ଏମାନେ ଏମାନଙ୍କ ଶିକ୍ଷାର ସଦୁପଯୋଗ କରନ୍ତିନି ବୋଲି ଅନ୍ୟର ଗୋଡ଼ ଟାଣନ୍ତି | ଯଦି ଶିକ୍ଷାର ସଦୁପଯୋଗ କରିଆସିଥାନ୍ତା ହୁଏତ ଏମାନଙ୍କ ମନରେ ଏତେ ଇର୍ଷାଭାବ ରହିନଥାନ୍ତା | ଏମାନେ ନିଜକୁ ଶ୍ରେଷ୍ଠ କୁହନ୍ତି କିନ୍ତୁ ଏମାନେ ସବୁଠାରୁ ହୀନ କାର୍ଯ୍ୟ କରନ୍ତି କାରଣ ଏମାନେ ଅନ୍ୟର ଆହାର ଉପରେ ପାହାର ଦିଅନ୍ତି | ଯଦି ଆମେ କାହାକୁ ଆହାର ଗଣ୍ଡାକ ଯୋଗାଇ ପାରିବାନି ତାହେଲେ ସେମାନଙ୍କ ଆହାର କେମିତି ଛଡାଇପାରିବା ଥରେ ଭାବନ୍ତୁ | କିନ୍ତୁ ନା ଏମାନେ କାହାକୁ ଆହାର ଦେବେନି ବରଂ ସମସ୍ତଙ୍କ ଆହାର ଉପରେ ପାହାର ଦେଵେ | ଏମାନେ କେବେ ଅନ୍ୟର ଭାବନା ବୁଝନ୍ତିନି | ଏମାନେ କେବଳ ନିଜ ସ୍ଵାର୍ଥ ଦେଖନ୍ତି ସେଥିପାଇଁ ରାତି ପାହିଲେ କର୍ମସଂସ୍ଥାନରେ ଝଗଡା କରିବାକୁ ଚାଲି ଆସନ୍ତି | କାହାର କିଛି ଦୋଷ ନଥାଇ ତାର ଦୁର୍ବଳତା ଖୋଜନ୍ତି | ଆଉ ଶେଷରେ ନିଜକୁ ଉପରିସ୍ଥ କର୍ମଚାରୀ କହି ନୂଆ ନୂଆ ଆସିଥିବା କର୍ମଚାରୀଙ୍କୁ ବହୁତ ହଇରାଣ କରନ୍ତି | ଯେଉଁମାନଙ୍କର ଦୁଃଖ ଘରେ ନଥାଏ କିନ୍ତୁ କେଇଟା ପଇସା ରୋଜଗାର କରିବା ଆଶାରେ ଆସିଥିବା କର୍ମଚାରୀଙ୍କୁ ଦୁଃଖ ପରେ ଦୁଃଖ ଦେଇଚାଲି ଶେଷରେ ଡେସ୍କ ଭିଜିଯାଏ ଆଖି ଲୁହରେ | ତଥାପି ଏ ଲୁହ ବୋହିଚାଲେ ଭଲ ଦିନକୁ ଅପେକ୍ଷା କରି କରି ଶେଷରେ ହତାଶ ହୋଇ ସେଠାରୁ ନିଜେ ବିଦାୟ ନେଇଯାଏ | ଆଉ ତାପରେ କଣ ଏମିତି ସ୍ଥିତି ବଦଳିଯାଏ ଏମିତି ସ୍ଥିତି ଆହୁରି ଲାଗିଯାଏ ୟାଙ୍କ ପରେ ଆଉ ଯେଉଁମାନେ ବି ଆସନ୍ତି ସେମାନେ ମଧ୍ୟ ଅଢେଇ ଦିନର କାର୍ଯ୍ୟ ଭିତରେ ନିଜକୁ ସେଠାରୁ ମୁକ୍ତ କିଭଳି କରିବେ ରାସ୍ତା ଖୋଜୁଥାନ୍ତି | କିନ୍ତୁ କିଛି ଲାଭ ନାହିଁ ଏ ଅଫିସରୁ ସେ ଅଫିସ ଦୌଡିବା ମୁହେଁ ମୁହେଁ ଜବାବ ଦିଅ ନିଜ କାର୍ଯ୍ୟ ଠିକରେ କର ଆଉ ଛୁଟି ହେଲାବେଳକୁ ଘରକୁ ଶାନ୍ତିରେ ଆସ | ତେବେ ଯଦି ଆପଣ ଏଭଳି ମଧ୍ୟ ଭାବୁଛନ୍ତି ତେବେ ଆପଣ ଭୁଲ ଭାବୁଛନ୍ତି | କାରଣ ଆଜିକାଲି ଲୋକ ନିଜ କାମ ଉପରେ କମ ଆଉ ଅନ୍ୟ ଲୋକଙ୍କ କାମ ଉପରେ ଅଧିକ ଧ୍ୟାନ ଦିଅନ୍ତି ଆଉ ଏମାନେ କେମିତି କାହା ଗୋଡ଼ କେତେବେଳେ ଟାଣିବେ ତାର ମଧ୍ୟ ସୁଯୋଗ ଅପେକ୍ଷାରେ ଥାଆନ୍ତି | ସେଥିପାଇଁ ତ ଏମାନଙ୍କର ଗୋଟେ ଗୋଷ୍ଠି ଥାଏ ଜଣକୁ ଯଦି ପ୍ରତିବାଦ କର ଆଉ ଜଣେ ବାଘ ହୋଇ ଆସିବ କାରଣ ଏମାନେ ପା ତାଙ୍କ ସହଯୋଗୀ ଯଦି ସହଯୋଗୀଙ୍କୁ କିଏ କହିବ ଆଉ ସହଯୋଗୀ ଜଣଙ୍କ ଯଦି ଚୁପ ରହିବେ ତେବେ ଏମାନଙ୍କ ରାଜୁତି କେମିତି ଚାଲିବ ଆଉ ସଂସ୍ଥା ବନ୍ଦ ହୋଇଯିବନି ତେଣୁ ଏମିତି ପକ୍ରିୟା ଜାରି ରହିବ |
   ତେବେ ଆପଣ ଯଦି ସଚୋଟ | ଯଦି ଆପଣ ଆପଣଙ୍କ କର୍ମକୁ ଭଲପାଉଛନ୍ତି ତେବେ କର୍ମବି ଆପଣଙ୍କୁ ଭଲପାଇବ କାରଣ ଯଦି ଆପଣଙ୍କ ମନରେ ସେହି ଦୃଢ ଇଛାଶକ୍ତି ଥିବ | ଆଉ ନିଜ ଇଛାଶକ୍ତି ଯଦି ସୁଦୃଢ ଥାଏ ତେବେ ତମ ଗୋଡ଼ ଯେତେ ଯିଏ ଟାଣନ୍ତୁ ନା କାହିଁକି ତୁମେ ସେଇଠି ଯାଇ ପଂହଁଚିବ ଯେଉଁଠି ତମ ଉପରିସ୍ଥ କର୍ମଚାରୀମାନେ ମଧ୍ୟ ପଂହଁଚି ପାରିନଥିବେ | ଆଉ ହଁ ଏହାକୁ ଦେଖି ସେମାନେ ପୁଣି ଇର୍ଷାରେ ଜଳି ପାରନ୍ତି ତମକୁ ଖୋଜି ଖୋଜି ପୁଣି ତମର ସହଯୋଗୀ ଲୋଡି ପାରନ୍ତି କିନ୍ତୁ ତମେ ସେମାନଙ୍କ ଠାରୁ ଯେତେ ଦୂରେଇ ରହିବ ସେତେ ଭଲ କାରଣ ଏମାନେ ହେଲେ ଏଣ୍ଡୁଅ କେତେବେଳେବି ଏମାନେ ପୁଣି ନିଜ ରଙ୍ଗ ପରିବର୍ତ୍ତନ କରିପାରନ୍ତି |
Leave A Reply