Odisha news

ମହିଳା ସ୍ବୟଂ ସହାୟକ ଗୋଷ୍ଠୀକେନ୍ଦ୍ରରେ ଅଗ୍ନିକାଣ୍ଡ ,ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୁତ

0

କୋଣାର୍କ,ସବ୍ୟୁ, ରବିବାର ଅପରାହ୍ନରେ ସୁତନ ପଂଚାୟତରେ ଏକ  ଅଗ୍ନିକାଣ୍ଡ ଘଟିଛି ।ଏହି ଅଗ୍ନିକାଣ୍ଡରେ ପଂଚାୟତର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଲକ୍ଷାଧିକ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ଓ କଂଚାମାଲ ପୋଡ଼ି ଭସ୍ମୀଭୁତ ହୋଇଯାଇଛି ।ମିଳିଥିବା ସୂଚନା ମୁତାବକ ସୁତନ ପଂଚାୟତରେ ବାବା ବାଲିକପିଳେଶ୍ବର କଏରେ ଏବଂ କୋକାଗ୍ରୋମ ସଂଘର ଏକ ମହିଳା ସଶକ୍ତିକରଣ ପ୍ରକଳ୍ପ ଜାରି ରହିଥିଲା ।

ରବିବାର ଦୁଇଟା ସମୟରେ ଉକ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର କେନ୍ଦ୍ର ହୋଇଥିବା ଘରେ ହଠାତ ନିଆଁ ଲାଗିଥିଲା । ନିଆଁର ପ୍ରକୋପ ବଢ଼ିବାରୁ।ଏହାଦେଖି ସ୍ଥାନୀୟ ଲୋକମାନେ ଦମକଳ କେନ୍ଦ୍ରକୁ ଫୋନ କରିଥିଲେ ।ଚମ୍ପାହାର ଅଗ୍ନିସମକେନ୍ଦ୍ରର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।ମାତ୍ର ସେତେବେଳକୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ସହିତ ଘରଟି ସଂପୂର୍ଣ୍ଣ ଭସ୍ମୀଭୁତ ହୋଇଯାଇଥିଲା ।

ଏହି ଅଗ୍ନିକାଣ୍ଡରେ ଭସ୍ମିଭୁତ ହୋଇଥିବା ଘରର ମୂଲ୍ୟ ଆନୁମାନିକ ଏକଲକ୍ଷଟଙ୍କା ହୋଇଥିବା ସମୟରେ ଉକ୍ତ ଘର ମଧ୍ୟରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ହୋଇଥିବା ଏକହଜାର ରୁ ଅଧିକ ପାପୋଛ, ଏକଟନ ୬୦୦ କି.ଗ୍ରା କତା, ପାପୋଛ ପ୍ରସ୍ତୁତ ପାଇଁ ଆବଶ୍ୟକ ୧୦ ହଜାର ଟଙ୍କାର ସରଞ୍ଜାମ , ୪୨ ହଜାର ଟଙ୍କାର କଞ୍ଚାମାଲ ୪୦ ହଜାର ଟଙ୍କାର ପାପୋଛ ଓ ୧୦ ହଜାରରୁ ଅଧିକ ଟଙ୍କାର ଅନ୍ୟାନ ଆନୁସଙ୍ଗିକ ସାମଗ୍ରୀ ପୋଡ଼ି ପାଉଶଁ  ହୋଇଯାଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲବଙ୍ଗଲତା କାଣ୍ଡି ଓ ସଂପାଦକ ମୀନାମଣି ପ୍ରଧାନ ସୂଚନା ଦେଇଛନ୍ତି।

Leave A Reply