ଧାମନଗର (Basudev Tripathy) : କରୋନା ମୁକାବିଲାପାଇଁ ସାରା ଦେଶ ଲକଡ଼ାଉନ୍ରେ ଥିବାବେଳେ ସରକାର ଓ ପ୍ରଶାସନ ଏହାର ମୁକାବିଲା କାର୍ଯ୍ୟରେ ଲାଗିପଡ଼ିଛନ୍ତି । ଏହି ସମୟରେ ବିଭିନ୍ନ ନିର୍ମାଣ ଓ ମରାମତି କାର୍ଯ୍ୟ ଉପରେ କଟକଣା ମାନ ଲାଗିରହିଛି । ଆଗକୁ ବର୍ଷା ଋତୁ ଆସୁଥିବାରୁ ସମ୍ଭାବ୍ୟ ବନ୍ୟାକୁ ଆଖିଆଗରେ ରଖି ବୈତରଣୀ ଓ ତା’ର ଶାଖା ନଦୀ ଗେଙ୍ଗୁଟି, କୋଚିଳା ନଦୀବନ୍ଧର ନିର୍ମାଣ ଓ ମରାମତି କାର୍ଯ୍ୟ ତଦାରଖ କରିବାପାଇଁ ଜଳ ସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରା ଆଜି ଧାମନଗର ଅଞ୍ଚଳର ବୈତରଣୀ ନଦୀର ବାମପାଶ୍ୱର୍ ଓ ଗେଙ୍ଗୁଟି ନଦୀର ଦକ୍ଷିଣପାଶ୍ୱର୍ ବନ୍ଧର ନିର୍ମାଣ ଓ ମରାମତି କାର୍ଯ୍ୟ ତଦାରଖ କରିଥିଲେ । ଗେଙ୍ଗୁଟି ନଦୀର ଉଭୟ ଦକ୍ଷିଣ ଓ ବାମପାଶ୍ୱର୍ ନଦୀବନ୍ଧରେ ୪ଟି ପ୍ରକଳ୍ପ କାର୍ଯ୍ୟ ପ୍ରାୟ ୨ବର୍ଷ ତଳୁ ·ଲିଥିବାବେଳେ ତା’ର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏହି ପ୍ରକଳ୍ପ ଗୁଡ଼ିକର ନିର୍ମାଣ ଅବଧି ସରିଯାଇଥିଲେ ମଧ୍ୟ କୋଭିଡ଼-୧୯ନିମନ୍ତେ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ଏହାର ଅବଧିକୁ ବଢାଇବାପାଇଁ ଆବେଦନ କରାଯାଇଛି । ପ୍ରାୟ ୭କୋଟିରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ ଅଟକଳରେ ଗେଙ୍ଗୁଟି ନଦୀର ଦକ୍ଷିଣପାଶ୍ୱର୍ ବନ୍ଧର ଆନନ୍ଦପୁର- ନନ୍ଦିପୁର ପ୍ରକଳ୍ପ କାର୍ଯ୍ୟକୁ ଅଧିକ୍ଷଣଯନ୍ତ୍ରୀ ଶ୍ରୀ ବେହେରା ଆଜି ନଦୀବନ୍ଧ ଉପରେ ଏକ ଖୋଲା ସମୀକ୍ଷା କରି ଆସନ୍ତା ବର୍ଷା ଋତୁ ପୂର୍ବରୁ ନଦୀବନ୍ଧରେ ଥିବା ଦୁର୍ବଳ ସ୍ଥାନ ଗୁଡ଼ିକୁ ଚିହ୍ନଟ କରି ତା’ର ତୁରନ୍ତ ମରାମତି କରିବାପାଇଁ ସ୍ଥାନୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ବେହେରାଙ୍କ ଏହି କାର୍ଯ୍ୟ ତଦାରଖ ସମୟରେ ଯାଜପୁର ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଧନେଶ୍ୱର ସାମଲ, ଧାମନଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଭୂବନାନନ୍ଦ ମହାନ୍ତି, ସହକାରୀଯନ୍ତ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।