Odisha news

ଅନୁଗୁଳ: ନିଆଁରେ ପୋଡି ହୋଇ ମହିଳା ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ରସାଳପୁର ଗ୍ରାମରେ ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି । ଘରେ ନିଆଁ ଲାଗି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ସେପଟେ ମହିଳା ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ସୂଚନା ଅନୁସାରେ ଗାଁର ଜିତୁ ଖଟୁଆଙ୍କ ଘରେ ନିଆଁ ଲାଗୁଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେବା ସହ ନିଆଁକୁ ଆୟତ କରିଥିଲେ । ତେବେ ସେହି ଅଗ୍ନିକାଣ୍ଡରେ ଜିତୁଙ୍କ ସ୍ତ୍ରୀ ଦୀପା ଖଟୁଆ ଜୀବନ୍ତ ଦଗ୍ଧ ହୋଇ ଯାଇଥିଲେ ।

ଖବର ପାଇ ପୁଲିସ ଘଟଣା ସ୍ଥଳରେ କହଚିଂଥିଲା । ତେବେ ଦୀପାଙ୍କ ବାପଘର ଲୋକ ମଧ୍ୟ ଘଟଣା ସ୍ଥଳରେ ପହଚିଂ ଘଟଣା ଦେଖିବା ପରେ ତାଙ୍କ ଝିଅ ଦୀପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଦୀପାଙ୍କ ମାଙ୍କ କହିବା କଥା ଉଭୟଙ୍କ ବିବାହର ୮ ବର୍ଷ ହୋଇ ଗଲାଣି । ତେବେ ଆଜି ଯାଏ ଦୀପା ନିଃସନ୍ତାନ ଥିବାରୁ ଅନେକ ସମୟରେ ଜିତୁ ଓ ତାଙ୍କ ପରିବାର ଗାଳି ଗୁଲଜ କରିବା ସହ ମାଡପିଟ କରନ୍ତି ।

ଗତ ରବିବାର ଦିନ ମଧ୍ୟ ଏଭଳି ମାଡପିଟ କରିବା ନେଇ ଦୀପା ଫୋନ କରିଥିଲେ । ଆଉ ଆଜି ଗ୍ୟାସ ଲାଗି ଦୀପା ପୋଡି ହୋଇ ମରି ଯାଇଥିବା,ଜିତୁ ଖବର ଦେଇଥିଲେ । ଏରୁ ତାଙ୍କୁ ମାରି ଦେଇଥିବା ତାଳଚେର ଥାନାରେ ଅଭିଯୋଗ କରକିଛନ୍ତି । ତାଳଚେର ପୁଲିସ ୨ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave A Reply