ଜଳେଶ୍ବର : କରୋନା ସଙ୍କ୍ରମଣ କୁ ରୋକିବା ପାଂଇ ଦେଶବ୍ଯାପୀ ଲକଡାଉନ କରାଯାଇଥିବା ବେଳେ ଆନ୍ତରାଜ୍ଯ ସୀମା ଗୁଡିକୁ ସିଲ କରାଯାଇଛି , ବାହାର ରାଜ୍ୟ ର ଲୋକଙ୍କ ପ୍ରବେଶ ନିଷିଦ୍ଧ ନିମନ୍ତେ ଗତ ମାର୍ଚ୍ଚ 28 ତାରିଖ ରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଓ ରାଜ୍ୟର ଉଚ୍ଚ ନ୍ୟାୟାଳୟ ର ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବଗଂ ଏବଂ ଓଡିଶା ର ସୀମାନ୍ତ ଲକ୍ଷ୍ମଣନାଥ ତନଖି ଫାଟକ କୁ ସିଲ କରାଯାଇଥିବା ବେଳେ ବାଲେଶ୍ବର , ଭଦ୍ରକ , ଯାଜପୁର ଜିଲ୍ଲା ଅଂଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ମାନେ କେମିତି ସୀମା ପାର କରି ଓଡିଶା ଭିତରକୁ ପଶି ଆସିବାକୁ ସକ୍ଷମ ହେଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏହି ସବୁ ଜିଲ୍ଲା ମାନକଂ ରେ ଚିହ୍ନଟ ହୋଇଥିବା କୋରନା ଆକ୍ରାନ୍ତ ମାନଙ୍କର ପଶ୍ଚିମବଗଂ ର କୋଲକାତା ମହାନଗର ଅଂଚଳ ସହିତ ଲିଙ୍କ ରହିଛି ।
ଯାହା ଏବେ ସରକାର ଙ୍କ ମୁଣ୍ତବ୍ୟଥା ର କାରଣ ପାଲଟିଛି । ଲୋକଡାଉନ ଓ ସୀମାନ୍ତରେ କଡା କଟକଣା ସତ୍ବେ କେବଳ ଲକ୍ଷ୍ମଣନାଥ ତନଖି ଫାଟକ ସମେତ ଅନେକ ଗଳାବାଟ ଦେଇ ପ୍ରତିଦିନ କିଏ ପାଦରେ ଚାଲି ଚାଲି ତ କିଏ ସାଇକେଲ ଏବଂ ବାଇକ ଇତ୍ଯାଦି ବିଭିନ୍ନ ଗାଡି ମାଧ୍ଯମରେ ଓଡିଶା ଭିତରକୁ ପ୍ରବେଶ କରିବାର ଦେଖାଯାଉଥିଲା , ଜଳେଶ୍ବର ଏବଂ ଭୋଗରାଇ ବ୍ଲକ ର 90 ଟି ଗ୍ରାମ ପଶ୍ଚିମବଗଂ କୁ ଲାଗି ରହିଥିବାରୁ ଏସବୁ ଗ୍ରାମ ଦେଇ ମଧ୍ଯ ଅନୁପ୍ରବେଶ ହୋଇଥିବା ଅନୁମାନ କରାଯାଉଛି, ଏଥିପାଂଇ ପରିସ୍ଥିତି ର ଗମ୍ଭିରତାକୁ ଦୃଷ୍ଟି ରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜ୍ଯ ପୋଲିସ ମହାନିର୍ଦ୍ଦେଶକ (ଡି ଜି ପି) ଅଭୟ ଲକ୍ଷ୍ମଣନାଥ ତନକିଫାଟକ ଓ ୬୦ ନ ଜାତୀୟ ରାଜପଥ ର ଚାଲନ୍ତି ଠାରେ ପହଂଚି ସରଜମିନ ଅନୁଧ୍ଯାନ କରିବା ସହିତ ସ୍ଥାନୀୟ ପୋଲିସ ଅଧିକାରୀ, କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ ।ଏହି ଗସ୍ତ ସମୟରେ ଡିଜିପି ଙ୍କ ସହିତ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବାଂଚଳ ରେଞ୍ଜ ଆଇଜି ଦିପ୍ତେଶ ପଟ୍ଟନାୟକ, ବାଲେଶ୍ୱର ଏସପି ବି ଯୁଗଳ କିଶୋର ପ୍ରମୁଖ ଉପସ୍ଥିତ ଥିଲେ।