ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ଷ୍ଟେସନର ପେଟ୍ରୋଲିଂ ଗାଡିକୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବା ଫଳରେ ପୁଲିସ ଭ୍ୟାନଟି ସମ୍ପୁର୍ଣ୍ଣ ଚୁରମାର ହୋଇଯିବା ସହ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ରାତିରେ ଏସ.ଆଇ ଅର୍ଚନା ନାଏକଙ୍କ ସହ ଏପ ଟିମ ରାତିରେ ଲକ୍ ଡାଉନ୍ ପାଇଁ ରାତି ପେଟ୍ରୋଲିଂ କରୁଥିବା ବେଳେ ଜାତୀୟ ରାଜପଥ ୧୪୯ ତାଳବେଡା ନିକଟରେ ହଠାତ୍ ଏକ ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ ପୁଲିସ ଗାଡିକୁ ଧକ୍କା ଦେଇଥିଲା ।
ଏହି ଧକ୍କାରେ ପୁଲିସ ଗାଡିଟି ୩ ଥର ଓଲଟି ରାସ୍ତା ତଳକୁ ଖସି ପଡିଥିଲା । ଟ୍ରକଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୁଲିସ ଗାଡିରେ ଥିବା ଏସ.ଆଇ ଅର୍ଚନା ନାଏକ, ହାବିଲଦାର ସୁବାସ ରାଉତ ଓ ଗାଡି ଡ୍ରାଇଭର ମହେଶ୍ୱର ମହନ୍ତ ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତି କରାଯାଇଥିଲା । ସେମାନଙ୍କ ଅବସ୍ଥା ଭଲ ଥିବା ଜଣା ପଡିଛି । ସେପଟେ ଫେରାର ହୋଇ ଯାଇଥିବା ଟ୍ରକକୁ ଧରିବା ପାଇଁ ପୁଲିସ ଛାନ୍ଭିନ୍ କରୁଛି ।