ବନ୍ତଳା: ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ଉଦ୍ଧାର ହୋଇଛି । ଗଡତରାସ ଗ୍ରାମର ନୀଳକଣ୍ଠେଶ୍ୱର ଶିବ ମନ୍ଦିର ପାଖ ପୋଖରୀ ହୁଡା ପାଖରୁ ଗୋଟିଏ ବଡ ସାପ ଅନ୍ୟ ଏକ ସାପକୁ ଗିଳୁଥିବାର ମନ୍ଦିରକୁ ଯାଇଥିବା କିଛି ଭକ୍ତ ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ମାନେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ସର୍ପ ଉଧାର କାରୀ ଟିମକୁ ଖବର ଦେଇଥିଲେ ।
ଖବର ପାଇଁ ଅନୁଗୁଳ ସର୍ପମିତ୍ର ଆଦିତ୍ୟ ବେହେରା, ଭବାନୀ ଶଙ୍କର ଦେହୁର. ସଂଜୟ ବେହେରା ତୁରନ୍ତ ଘଟଣା ସ୍ଥଳରେ ପହଚିଂ ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସଫଳତାର ସହ ଅହିରାଜକୁ ଉଦ୍ଧାର କରିଥିଲେ । ବନ୍ତଳା ବନାଚଂଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନଙ୍କ ନିଦେ୍ର୍ଦଶକ୍ରମେ ବନରକ୍ଷୀ ବଶିଷ୍ଟ ଦେହୁରୀଙ୍କ ଉପସ୍ଥିତିରେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା ।