Odisha news

ପୁରୀ:ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ଙ୍କ ସ୍ୟାଣ୍ଡ ଆନିମେସନରେ କରୋନା ସଚେତନତା

0

ପୁରୀ:ମହାମାରୀ କରୋନା ସଂକ୍ରମଣ ବିରୁଦ୍ଧରେ ସଂଗ୍ରାମ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ମେ ୩ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଏବେ ବି ସତର୍କତାର ଆବଶ୍ୟକତା ରହିଛି । ତେଣୁ ଘରେ ରୁହନ୍ତୁ ନିରାପଦ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଓ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ । ସ୍ୟାଣ୍ଡ ଆନିମେସନ ମାଧ୍ୟମରେ ଏହି ବାର୍ତ୍ତା ଦେଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ।

କରୋନା ବିରୋଧରେ ନିରବଚ୍ଛିନ୍ନ ସଂଗ୍ରାମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ଶିଳ୍ପୀ ତାଙ୍କ ଆମିନେସନ ମାଧ୍ୟମରେ ପ୍ରଶଂସା କରିବା ସଙ୍ଗେ ସଙ୍ଗେ କରୋନା ବିରୋଧୀ ସଂଗ୍ରାମର ପ୍ରକୃତ ଯୋଦ୍ଧା ଜିଲ୍ଲା ପ୍ରଶାସନ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସମାଜସେବୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply