ସମୁଦ୍ରପଥ ଉପରେ କଡା ନଜର ରଖ : ଜିଲ୍ଲାପାଳ ଗଭୀର ସମୁଦ୍ରରେ ମାଛଧରିବାକୁ ବାରଣ , ଆଗନ୍ତୁକଙ୍କ ସମ୍ପର୍କରେ ସୂଚନା ଦେବାକୁ ପରାମର୍ଶ
ପୁରୀ,୨୧ା୪(ସବୁ୍ୟ):ପଶ୍ଚିମବଙ୍ଗରୁ ଫେରିଥିବା ବାଲେଶ୍ୱର ଓ ଯାଜପୁରର କିଛି ଲୋକଙ୍କଠାରେ ଗତକାଲି କରୋନା ଭୂତାଣୁ ଚିହ୍ନଟ ହେବା ପରେ ପୁରୀ ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହୋଇଉଠିଛି । ଜିଲ୍ଲା କିମ୍ବା ରାଜ୍ୟ ବାହାରେ ଅଟକି ରହିଥିବା ଜିଲ୍ଲାବାସୀ ଯେପରି କୌଣସି ପରିସ୍ଥିତିରେ ଜିଲ୍ଲାକୁ ନ ଆସିବେ ସେଥି ପାଇଁ ଜିଲ୍ଲାପ୍ରାଶସନ ତାର ଆଭିମୁଖ୍ୟକୁ ଅଧିକ କଠୋର କରିଛି । ସମୁଦ୍ରପଥ ଦେଇ ଜିଲ୍ଲାକୁ ଯେପରି କେହି ପ୍ରବେଶ ନ କରନ୍ତି ସେଥିପ୍ରତି ସଜାଗ ରହିବାକୁ ମେରାଇନ ଥାନାଗୁଡିକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ମଧ୍ୟକୁ ଥିବା ସମସ୍ତ ପ୍ରବେଶପଥ ଓ ସମୁଦ୍ରପଥ ଉପରେ ସତର୍କ ଦୃଷ୍ଟି ରଖିବାକୁ ତହସିଳଦାରମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏଭଳି ଘଟଣା ଦୃଷ୍ଟିକୁ ଆସିଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ଜଣାଇବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଲକଡାଉନ ଉଠିବା ପରେ ବ୍ୟବସ୍ଥାନୁଯାୟୀ ସେମାନଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ ପ୍ରକାଶ କରିଛନ୍ତି । ଲକଡାଉନ କଟକଣା ଏବେ ବି ବଳବତ୍ତର ଥିବାରୁ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡିକ ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି । ଏହି ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ମାମଲା ରୁଜୁ କରାଯିବା ସଙ୍ଗେ ସଙ୍ଗେ ସାମଗ୍ରୀ ଜବତ କରାଯିବ ବୋଲି ଚେତାଇ ଦିଆଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ ଅନ୍ୟ କେତେକ ବ୍ୟବସାୟୀ ସେମାନଙ୍କ ଦୋକାନଗୁଡିକୁ ଖୋଲା ରଖୁଥିବାରୁ ପ୍ରଶାସନ ଏଥିପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଜିଲ୍ଲାପାଳ ତହସିଲଦାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଏତଦ୍ବ୍ୟତୀତ ସମସ୍ତେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି । ମସô୍ୟଜୀବୀ ସମ୍ପ୍ରଦାୟର ନେତୃ ସ୍ଥାନୀୟ ବ୍ୟକ୍ତିଙ୍କ ସହ ଏସମ୍ପର୍କରେ ଆଲୋଚନା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଜଳଜୀବ ଓ ମସô୍ୟ ସମ୍ପଦର ସୁରକ୍ଷା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ୧୪୦ କି.ମି. ପରିବ୍ୟାପ୍ତି ବେଳାଭୂମି ଅଞ୍ଚଳରେ ଆସନ୍ତା ଜୁନ ୧୪ ତାରିଖ ପର୍ଯ୍ୟନ୍ତ ଗଭୀର ଜଳରେ ମାଛ ନ ଧରିବା ପାଇଁ କଟକଣା ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଗଭୀର ଜଳରେ ମାଛ ନ ଧରିବା ପାଇଁ ମସô୍ୟଜୀବୀମାନଙ୍କୁ ଅନୁରୋଧ କରାଯାଇଛି । କେବଳ ୭ରୁ ୮ ମିଟର ଲମ୍ବର ଦେଶୀ ଡଙ୍ଗା ମାଧ୍ୟମରେ ମାଛ ଧରିବାକୁ ପରାମର୍ଶ ଦିଆଯାଇଛି । ଏହି ଆଇନର ଉଲ୍ଲଂଘନକୁ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।