ଶାସ୍ତ୍ର ଅନୁସାରେ ଗୃହୀଣୀଙ୍କୁ ଘରର ଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଇ ଥାଏ l ତେଣୁ ମହିଳା ମାନଙ୍କୁ ଘର ସହିତ ଧନ ର ରକ୍ଷା କରିବା ର ଗୁରୁ ଦାୟିତ୍ୱ ଦିଆ ଯାଇଥାଏ l ମାନ୍ୟତା ଅନୁସାରେ ମହିଳା ମାନେ ଘରର ଚାବି କୁ ସର୍ଵଦଃ ସମ୍ଭାଳି ରଖିବା ଆବଶ୍ୟକ l ଚାବି କୁ ରଖିବା ପାଇଁ ବିଶେଷ ସ୍ଥାନ ମଧ୍ୟ ରହିଥାଏ l ଭୁଲ ଦିଗରେ ରଖା ଯାଇଥିବା ଚାବି ପେନ୍ଥା ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରେ l
* ମାନ୍ୟତା ରହିଛି ଯେ ଗୋଟିଏ ଚାବି ପେନ୍ଥା ଅନେକ ଗୁଡିଏ ଚାବିକୁ ଏକାଠି କରି ରଖିଥାଏ l ଏହା ଘରେ କୁବେର ଦେବତାଙ୍କୁ ପ୍ରତିନିଧିତ୍ବ କରିଥାଏ l ତେଣୁ ଏହାକୁ ଯଦି ଆପଣ ଭୁଲ ସ୍ଥାନରେ ରଖିଦେବେ ତେବେ ଧନ ହାନି ର ସମ୍ଭାବନା ରହିଥାଏ l
* ବାସ୍ତୁ ଶାସ୍ତ୍ର ଅନୁସାରେ ଘର ସମସ୍ତ ଚାବି ଗୁଡିକୁ ରାହୁ ବୋଲି କୁହା ଯାଇଥାଏ l ଏହି ତାଲା ର ରକ୍ଷା କରି ଥାଆନ୍ତି ଭୈରବ l ସମସ୍ତ ଚାବି ଗୁଡିକ ବୁଧ ଅଟନ୍ତି l ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୁଧ ହେଉଚନ୍ତି କୁଣ୍ଡଳୀ ରେ ତୃତୀୟ ଓ ଷଷ୍ଠ ସ୍ଥାନରେ ରହି ଥାଆନ୍ତି l
* ପ୍ରାଚୀନ କାଳରେ ମହିଳା ମାନେ ନିଜ ଅଣ୍ଟାରେ ଓ ନିଜ ଶାଢ଼ୀ କାନି ରେ ଚାବି ବାନ୍ଧି ରଖୁ ଥିଲେ l ମାନ୍ୟତା ରହିଛି ଯେ ଜଣେ ମହିଳା ଯେପରି ଗୋଟିଏ ପରିବାର କୁ ଯୋଡି ରଖିଥାଏ ସେହି ଭଳି ଏହା ଚାବି ମାଧ୍ୟମରେ ସୂଚନା ଦେଇଥାଏ l
* ଯଦି ଆପଣ ତକିଆ ତଳେ ଚାବି ରଖି ଶୋଉଚନ୍ତି ତେବେ ଏହା ଠିକ ଯେ ଆପଣ ଧନ ଅନେକ ରୋଜଗାର କରି ପାରିବେ l କିନ୍ତୁ ସଂଚୟ କରି ରଖି ପାରିବେ ନାହିଁ l ତେଣୁ ଶୋଇବା ସମୟରେ ଚାବି କୁ ନିଜ ମୁଣ୍ଡ ଉପରେ ରଖି ଦିଅନ୍ତୁ l
* ଯଦି ଆପଣ ନିଜ ଘରର ହଲ ରେ ଚାବି ପେନ୍ଥା ଟାଙ୍ଗି ଦେବେ ତେବେ ଏହାଦ୍ୱାରା ସମସ୍ତଙ୍କ ନଜର ପଡି ଧନ ଉପାର୍ଜନ ରେ ବାଧା ସୃଷ୍ଟି ହେବ l
* ଚାବି ପେନ୍ଥାକୁ କଦାପି ବାଥରୁମ୍ ନିକଟରେ ଟାଙ୍ଗିବା ଉଚିତ ନୁହେଁ l ଏପରି କଲେ ଧାନ ଦେବତା କୁବେର ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଚାବି ଟାଙ୍ଗି ବାର ଠିକ ଜାଗା ହେଲା ଉତର ଦିଗ l