Odisha news

ଶୀତ ଋତୁରେ ଥଣ୍ଡାର ପ୍ରକୋପ ରୁ ବଢିପାରେ କରୋନା ର ପ୍ରଭାବ , ଏମସ ଡାକ୍ତରଙ୍କ ସୂଚନା

0

କିଛିଦିନ ତଳେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମହାମାରୀ ର ପ୍ରକୋପ କମି ଯାଇଥିଲେ ମଧ୍ୟ ଆଜି ଲୋକଙ୍କ ମନରେ ସେହି ସମୟର ଲକ ଡାଉନ ଓ ସଟଡାଉନ ଭୟ ଯାଇନାହିଁ l ବର୍ତମାନ ଧୀରେ ଧୀରେ ଶୀତଋତୁ ପାଦ ଥାପୁଛି ଏବଂ ହାଲୁକା ଥଣ୍ଡାର ପ୍ରଭାବ ଦେଖିବାକୁ ମିଳୁଛି l ଏପରି ସ୍ଥିତିରେ ବିଶ୍ୱର ଅନେକ ଦେଶରେ କରୋନା ର ପ୍ରକୋପ ବୃଦ୍ଧି ପାଉଛି l ୟୁଏସ ରେ ନଭେମ୍ବର ୧୧ ତାରିଖ ରେ କରୋନା ମାମଲା ୮.୬ ପ୍ରତିଶତ ବୃଦ୍ଧି ହୋଇଛି l ପାଖାପାଖି ୧୬,୨୩୯ ନୂଆ କେଶ ଦେଖିବାକୁ ମିଳିଥିଲା l ଯାହାକି ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ଚିନ୍ତାର କାରଣ ହୋଇଛି l ଏହାକୁ ଆଖି ଆଗରେ ରଖି ସ୍ୱତନ୍ତ୍ର ଭାବରେ ଏମ୍ସ ର ଡାକ୍ତର ଙ୍କ ପକ୍ଷରୁ ସଚେତନ କରାଯାଇଛି l

ଶୀତଋତୁରେ ବଢିପାରେ କରୋନା ସଂକ୍ରମଣ –
ଏମ୍ସର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତ ଦିନରେ ଥଣ୍ଡାର ପ୍ରକୋପ ବଢ଼ିଯିବ କାରଣରୁ କରୋନା ଭାଇରସ ଓ ଅନ୍ୟ ସଂକ୍ରମଣ ର ସମ୍ଭାବନା ଅଧିକ ବଢି ଯାଇଥାଏ l ୨୦୨୦ ରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ ଥଣ୍ଡା ଓ ଶୁଷ୍କ ପରିସ୍ଥିତି ରେ କରୋନା ଭୁତାଣୁ ଦୀର୍ଘ ସମୟ ପାଇଁ ମଣିଷଙ୍କ ନିକଟରେ ରହିଥାଏ l

ଫ୍ଲୁ ନିକଟରୁ ଆଲର୍ଟ ରୁହନ୍ତୁ –
ଆମେରିକାରେ କରୋନା ସହିତ ଅନେକ ଗୁଡିଏ ଫ୍ଲୁ ର ଟେଷ୍ଟ ରେ ବୃଦ୍ଧି ପାଇବାର ସୂଚନା ମିଳିଛି l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ବର୍ତମାନ ଶୀତଋତୁ ପ୍ରବାହିତ ସ୍ଥାନରେ ବିଭିନ୍ନ ଫ୍ଲୁ ସହିତ କରୋନା ର ସଂକ୍ରମଣ ବୃଦ୍ଧି ପାଇପାରେ l ଯାହାକୁ ନେଇ ଜନସାଧାରଣ ସତର୍କ ରହିବା ଆବଶ୍ୟକ l

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ କଣ ରହିଛି –
ଏମ୍ସ ର ଚିକିତ୍ସକ ଙ୍କ ମତରେ ଡିସେମ୍ବର ଓ ଜାନୁଆରୀ ମାସରେ ଶୀତ ଋତୁରେ ଫ୍ଲୁ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ l ତେଣୁ ଏହି ସମୟରେ ଲୋକ ମାନେ ସତର୍କ ରହିବା ଜରୁରୀ l

-ସେଥିପାଇଁ ନିୟମିତ ମାସ୍କ ପିନ୍ଧିବା ଜରୁରୀ l
– ସର୍ଦି ଓ ଫ୍ଲୁ ରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ନିୟମିତ ପିନ୍ଧିବା ଆବଶ୍ୟକ l
– ଫ୍ଲୁ ରେ ପୀଡିତ ବ୍ୟକ୍ତିଙ୍କ ନିକଟରୁ ଦୂରତା ରକ୍ଷା କରିବା ଜରୁରୀ l

Leave A Reply