ବାସ୍ତୁ ଟିପ୍ସ : ଉଇଣ୍ଡ ବେଲ ଘରର ଏହିସବୁ ସ୍ଥାନରେ ଲଗାଇବା ଦ୍ୱାରା ମିଳିଥାଏ ଜୀବନରେ ସଫଳତା
ଫେଙ୍ଗସୁଇ ବାସ୍ତୁ ଟିପ୍ସ ର ଆଜିକାଲି ଖୁବ ମର୍ଯ୍ୟାଦା ଦେଖିବାକୁ ମିଳୁଛି l କରଣ ଏହା ନକାରାତ୍ମକ ଶକ୍ତିକୁ ଏଡ଼ାଇବା ସହିତ ସକାରାତ୍ମକ ଶକ୍ତିକୁ ଘରକୁ ଆଣିଥାଏ l ତେଣୁ ଫେଙ୍ଗସୁଇ ର ଯେ କୌଣସି ଜିନିଷକୁ ଘରେ ରଖିବାକୁ ଚାହୁଁଛନ୍ତି ତାର ଉପଯୁକ୍ତ ସ୍ଥାନ ପ୍ରଥମେ ଜାଣିବା ଆବଶ୍ୟକ l ଆମେ ଘରେ ସମସ୍ତେ ପ୍ରାୟ ଉଇଣ୍ଡ ଚାଇମ କିମ୍ବା ଉଇଣ୍ଡ ବେଲ ଲଗାଇ ଥାଉ l କିନ୍ତୁ ଏହପାଇଁ କୋଉଟା ଉପଯୁକ୍ତ ସ୍ଥାନ ଓ ଦିଗ ଆମେ ଜାଣି ନଥାଉ l ଫେଙ୍ଗସୁଇ ବାସ୍ତୁ ଶାସ୍ତ୍ର ଅନୁସାରେ ଉଇଣ୍ଡ ବେଲ ପଜିଟିଭିଟି ର ପ୍ରତୀକ ଅଟେ l ଏହି ବେଲ ରୁ ମିଳିଥିବା ଧ୍ବନି ମନକୁ ଶାନ୍ତି ଦେଇଥାଏ l ଠିକ ଜାଗାରେ ଲଗାଯାଇ ଥିବା ଉଇଣ୍ଡ ବେଲ ଘରର ବାସ୍ତୁଦୋଷ ଦୂର ହୋଇଥାଏ l
– ବାସ୍ତୁଶାସ୍ତ୍ର ଓ ଫେଙ୍ଗସୁଇରେ ପୂର୍ବ ଦିଗକୁ ପଜିଟିଭିଟି ର ମୁଖ୍ୟ ଦିଗ ବୋଲି କୁହାଯାଏ l କୁହାଯାଏ ଯେ ଯଦି ଘରର ମୁଖ୍ୟ ଦ୍ୱାରରେ ଉଇଣ୍ଡ ବେଲ ଲଗାଯାଇଥାଏ ତେବେ ଘରର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ l
– ଫେଙ୍ଗସୁଇ ଅନୁସାରେ କ୍ୟାରିଅର ରେ ଉନ୍ନତି ଓ ସଫଳତା ପାଇଁ ଉତ୍ତରଦିଗରେ ଉଇଣ୍ଡ ବେଲ ଲଗାଇବା ଆବଶ୍ୟକ l ଛାତ୍ରଛାତ୍ରୀ ମାନେ ନିଜ ପାଠ ପଢା ଟେବୁଲ ନିକଟରେ ଉଇଣ୍ଡ ବେଲ ଲଗାଇବା ଆବଶ୍ୟକ l ଏହାଦ୍ୱାରା ପାଠ ପଢ଼ାରେ ମନ ଲାଗିଥାଏ l
– ପଶ୍ଚିମ ଦିଗରେ ଉଇଣ୍ଡ ଚାଇମ୍ ଲଗାଇବା ଦ୍ୱାରା ପିଲା ମାନଙ୍କ ର ସୌଭାଗ୍ୟ ପ୍ରାପ୍ତି ହୋଇଥାଏ l ତା ସହିତ ମାନସମ୍ମାନ ପ୍ରାପ୍ତି ହୋଇଥାଏ ଓ ପରିବାର ର ପ୍ରତିଷ୍ଠା ଲାଭ ହୋଇଥାଏ l
– ଦକ୍ଷିଣ ଦିଗରେ ଉଇଣ୍ଡ ଚାଇମ୍ ଲଗାଇବା ଆବଶ୍ୟକ l ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ଲାଗିଥିବା ଉଇଣ୍ଡ ଚାଇମ୍ ଦ୍ୱାରା ଧନ ଲାଭ ହୋଇଥାଏ ଓ ଆୟରେ ବୃଦ୍ଧି ହୋଇଥାଏ l କିନ୍ତୁ ଏହି ଦିଗରେ କାଠର ଉଇଣ୍ଡ ଚାଇମ୍ ଲଗାଇବା ଆବଶ୍ୟକ l
– ମେଟାଲ ଉଇଣ୍ଡ ଚାଇମ୍ ଉତର ପଶ୍ଚିମ ଦିଗରେ ଲଗାଇବା ଦ୍ୱାରା ଜୀବନରେ ବାଧାବିଘ୍ନ ଦୂର ହୋଇ ଉନ୍ନତି ହୋଇଥାଏ l
– ଘରେ ଯେବେବି ଉଇଣ୍ଡ ଚାଇମ୍ ଲଗାଉଛନ୍ତି ଧ୍ୟାନ ରଖନ୍ତୁ ଯେ ଏଥିରେ ୬ ରୁ ୮ଟି ରଡ଼ ଥିବା ଆବଶ୍ୟକ l ନଚେତ ଏହା ଠିକ ପ୍ରଭାବ ଆଣି ନଥାଏ l
– କଦାପି ଘରର ଦକ୍ଷିଣ ପଶ୍ଚିମ ଦିଗରେ ଉଇଣ୍ଡ ଚାଇମ୍ ଲଗାଇବା ଉଚିତ ନୁହେଁ l ଫେଙ୍ଗସୁଇ ଅନୁସାରେ ଘରର ଷ୍ଟୋର ରୁମ୍ ରେ କଦାପି ଉଇଣ୍ଡ ଚାଇମ୍ ଲଗାନ୍ତୁ ନାହିଁ l ଏହା ଘରେ ନକାରାତ୍ମକ ଉର୍ଜା ପକାଇବ l
