ମନୋବିଜ୍ଞାନୀ ଙ୍କ ମତ : ବିବାହ ପରେ ଏହିସବୁ କାରଣରୁ ଅଲଗା ହୋଇ ଯାଇ ଥାଆନ୍ତି ପତି ପତ୍ନୀ, କାରଣ ଜାଣି ଯଥା ଶୀଘ୍ର ସମ୍ପର୍କ ରେ ଆଣନ୍ତୁ ସୁଧାର
ପ୍ରତ୍ୟେକ ବିବାହିତ ମଣିଷଙ୍କ ଜୀବନରେ ଇଚ୍ଛା ରହିଥାଏ ଯେ ତାଙ୍କ ଜୀବନ ଖୁସିରେ ଅତିବାହିତ ହେଉ l ସେ ନିଜ ପତ୍ନୀ ଓ ସନ୍ତାନ ମାନଙ୍କ ସହିତ ସ୍ଵାଚ୍ଛନ୍ଦ୍ୟ ରେ ଜୀବନ ଅତିବାହିତ କରନ୍ତୁ l ଅଧିକାଂସ ସମୟ ଦେଖା ଯାଇଥାଏ ଯେ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l ସେମାନେ ଅନେକ ଦୀର୍ଘ ସମୟ ଧରି ଜୀବନ ଅତିବାହିତ କରିଥିଲେ ମଧ୍ୟ ଅଲଗା ହେବାର ନିଷ୍ପତି ନେଇ ଥାଆନ୍ତି l ନିକଟରେ ମନୋବଜ୍ଞାନୀ ମାନଙ୍କ ଦ୍ୱାରା ହୋଇଥିବା ଗୋଟିଏ ଅଧ୍ୟୟନ ରୁ ଜଣା ପଡିଛି ଯେ ଏଥିରେ ବିଶେଷ କିଛି କାରଣ ଦ୍ୱାରା ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l
ଆସନ୍ତୁ ଜାଣିବା କଣ ରହିଛି କାରଣ –
* ଏକ୍ସଟ୍ରା ମାରିଚୁଆଲ ଆଫେୟାର –
ମନୋବିଜ୍ଞାନୀଙ୍କ ତଥ୍ୟ ଅନୁସାରେ ବିବାହ ପରେ ଏକ୍ସଟ୍ରା ମାରିଚୁଆଲ ଆଫେୟାର ହେଉଛି ବିବାହ ବିଚ୍ଛେଦ ର ଗୋଟିଏ ବଡ କାରଣ l ଆରମ୍ଭରୁ ପ୍ରାୟ ସମସ୍ତେ ନିଜର ବୈବାହିକ ଜୀବନ ଓ କ୍ୟାରିଅର କୁ ବେସ୍ତ ରେ ରହି ଥାଆନ୍ତି l କିନ୍ତୁ ଧୀରେ ଧୀରେ ଯଦି ବାହାରେ କାହା ସହିତ ଇମୋସନାଲ ଟଚ ବଢିଯାଏ ତେବେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇଥାଏ l
* ଜୋର ଜବରଦସ୍ତି ବିବାହ କରିବା –
ଅଧିକାଂଶ ଲୋକ ଘର ଲୋକଙ୍କ କାରଣରୁ କିମ୍ବା ବିନା ପସନ୍ଦ ରେ ବିବାହ କରି ଥାନ୍ତି l କିନ୍ତୁ ଧୀରେ ଧୀରେ ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହି ନଥାଏ ଓ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇ ବିବାହ ବିଚ୍ଛେଦ ଘଟି ଥାଏ l
* ଜଣେ ଆଉ ଜଣଙ୍କର ବିରୋଧ କରିବା –
ଅଧିକାଂଶ ବିବାହରେ ଦେଖା ଯାଇଥାଏ ଯେ ପତିପତ୍ନୀ କେହି କାହାର କୌଣସି କଥାକୁ ସମ୍ମାନ ଦେଇ ନଥାଆନ୍ତି, ଯେଉଁ କାରଣରୁ ଉଭୟଙ୍କ ମଧ୍ୟରେ ସର୍ବଦା ବଚସା ଲାଗି ରହିଥାଏ ଓ ଫାଟ ସୃଷ୍ଟି ହୋଇଥାଏ l
* ଧ୍ୟାନ ନ ରଖିବା –
ଆଜିକାଲି ଦେଖିବାକୁ ମିଳୁଛି ଯେ ସମୟ ଗଡ଼ିବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେଉଛି l ଏହାର ଅନ୍ୟ ଗୋଟିଏ କାରଣ ହେଉଛି କେହି କାହା ପ୍ରତି ଯତ୍ନଶୀଳ ନହେବା l ତେଣୁ ଉଭୟ ଉଭୟଙ୍କ ମନ ବୁଝି ଠିକ ଭାବରେ ଜୀବନରେ ଆଗକୁ ବଢିବା ଆବଶ୍ୟକ l