Odisha news

ପତ୍ନୀ ଦେଲେ ଗର୍ଭବତୀ ହେବାର ଖବର : ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିବା ସ୍ଵାମୀଙ୍କ ର ଉଡ଼ିଲା ହୋସ୍

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ନିଜର ପତ୍ନୀ ଙ୍କ ର ଗର୍ଭବତୀ ହୋଇ ଥିବାର ଖବର ଶୁଣି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ବ୍ୟକ୍ତି ଜଣଙ୍କ ୨ ବର୍ଷ ପୂର୍ବରୁ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ସାରିଥିଲେ । ଏହି ଘଟଣା ପରେ ସେ ସାହାଯ୍ୟ ପାଇଁ ସୋସିଆଲ ନିଉଜ୍ ୱେବସାଇଟର ସାହାଯ୍ୟ ନେଇଥିଲେ ।
ମିଳିଥିବା ସୂଚନା ଅନୁସାରେ ଉକ୍ତ ବ୍ୟକ୍ତି ଆମେରିକା ର ଅଟନ୍ତି ଓ ପ୍ରଶ୍ନ କରିଛନ୍ତି ଯେ ସେହି ଛୁଆ ଟି ତାଙ୍କର କି ନୁହେଁ । ସେ କହିଛନ୍ତି ଯେ ” ମୋ ପତ୍ନୀ କହିଲେ ସେ ଗର୍ଭବତୀ ଅଟନ୍ତି କିନ୍ତୁ ମୁଁ ୨ ବର୍ଷ ପୂର୍ବରୁ ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇ ସାରିଛି । ଏହି ଛୁଆ ସହିତ ମୋର ସମ୍ବନ୍ଧ ରହିଛି ନା ମୋ ପତ୍ନୀ ଆଉ କାହା ସହିତ ସମ୍ବନ୍ଧ ରଖିଛନ୍ତି ? “
ମୋ ପତ୍ନୀ ମତେ ଖୁବ୍ ଭଲ ପାଆନ୍ତି ତେଣୁ ମୁଁ ବିଶ୍ବାସ କରି ପାରୁ ନାହିଁ ଯେ ସେ ମୋତେ ଧୋକା ଦେଇଥିବେ । ଅପରେସନ ପରେ ମୁଁ ଜାଣି ପାରୁ ନାହିଁ ଯେ କେତେ ପ୍ରତିଶତ ଗର୍ଭବତୀ ହେବାର ସମ୍ଭାବନା ରହିଛି । ତେଣୁ ମୁଁ ସବୁ ଲୋକ ମାନଙ୍କର ସହାୟତା ଲୋଡ଼ିଛି ।
ତାଙ୍କ ର ବିବୃତିକୁ ପଢ଼ି ଅଧିକାଂଶ ଲୋକ ମତ ଦେଇଛନ୍ତି ଯେ ପତ୍ନୀ ଙ୍କୁ ଦୋଷ ଦେବା ପୂର୍ବରୁ ନିଜର ସ୍ପମ୍ କୁ ପ୍ରଥମେ କାଉଣ୍ଟ କରନ୍ତୁ । କାରଣ ଏହା ଗୋଟିଏ ଦୁର୍ଲଭ ସ୍ଥିତି । ତେଣୁ ସନ୍ଦେହ କରିବା ପରିବର୍ତ୍ତେ ସ୍ପମ୍ କାଉଣ୍ଟ କରିବା ଆବଶ୍ୟକ ଓ ଡ଼ାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।

Comments are closed.